ଗ୍ରୀନଲ୍ୟାଣ୍ଡ ଉପରେ କାହିଁକି ଟ୍ରମ୍ପଙ୍କ ନଜର?

ଗ୍ରୀନଲ୍ୟାଣ୍ଡ ଉପରେ ଟ୍ରମ୍ପଙ୍କ ନଜର। ଆମେରିକୀୟ ସୁରକ୍ଷା ଏଜେନ୍ସିର କହିବା କଥା, ଋଷ ଓ ଚୀନ୍ ଆର୍କିଟେକ କ୍ଷେତ୍ରରେ ନିଜର ସୈନ୍ୟ ଓ ନୌସେନାର ସ୍ଥିତି ବଢ଼େଇ ଚାଲିଛି। ସେଥିଲାଗି ଗ୍ରୀନଲ୍ୟାଣ୍ଡକୁ ଯେନତେନ ପ୍ରକାର କବଜା କରିବାକୁ ରାଷ୍ଟ୍ରପତି ଟ୍ରମ୍ପ ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି, ଗ୍ରୀନଲ୍ୟାଣ୍ଡ ପାଖରେ ଋଷ୍ ଓ ଚୀନ ଜାହାଜ ମୁତୟନ ରହିଛି। ଏଥିରେ ଆମେରିକାର ସୁରକ୍ଷା ବିପଦରେ ପଡ଼ିପାରେ। ସେଥିଲାଗି ଟ୍ରମ୍ପ ଚେତାବନୀ ଦେଇଛନ୍ତି, ଯଦି ଆମେରିକା ଠିକ୍ ସମୟରେ ପଦକ୍ଷେପ ନେବନି, ତାହେଲେ ଚୀନ୍ ଓ ଋଷର ଉପସ୍ଥିତି ବଢ଼ିପାରେ। ଖଣିଜ ପାଇଁ ନୁହେଁ, ରାଷ୍ଟ୍ରୀୟ ସୁରକ୍ଷା ଲାଗି ଏହା ଦରକାର। ସେଥିଲାଗି ଧନରେ ନଚେତ ବଳରେ ଏହାକୁ ଅକ୍ତିଆର କରିବାକୁ ଅଣ୍ଟା ଭିଡ଼ିଲେଣି ଟ୍ରମ୍ପ। ଯଦି ଆଲୋଚନା ଜରିଆରେ ଏହା ତୁଟିବନି, ତାହେଲେ ବିକଳ୍ପ ବାଟ ଖୋଲା ଅଛି। ସେ କୌଣସିମତେ ଋଷ ଓ ଚୀନକୁ ଗ୍ରୀନଲ୍ୟାଣ୍ଡର ପଡ଼ୋଶୀ ହେବାକୁ ଦେବେନି। ତେବେ ଟ୍ରମ୍ପଙ୍କ ଏହି ବୟାନରେ କେବଳ ଡେନମାର୍କ ନୁହେଁ, ପୁରା ୟୁରୋପରେ ହଡ଼କମ୍ପ ସୃଷ୍ଟି ହୋଇଛି। ଗ୍ରୀନଲ୍ୟାଣ୍ଡ ବିବାଦକୁ ନେଇ ଟ୍ରମ୍ପଙ୍କ ମିଲିଟାରି ଅପରେସନର ଧମକରେ ଦ ଡେନମାର୍କ ବି ଚେତାବନୀ ଦେଇଛି, ଆଗ ଗୁଳି କରିବୁ। ପରେ କଥା ହେବୁ। ଡେନମାର୍କ ରକ୍ଷା ମନ୍ତ୍ରାଳୟ କହିଛି, ଯଦି କେହି ଡେନିସ ଏରିଆରେ ଅନୁପ୍ରବେଶ କରେ, ତାହେଲେ ସୈନିକ ତୁରନ୍ତ ଯୁଦ୍ଧ କରିବେ। କମାଣ୍ଡରଙ୍କ ଆଦେଶକୁ ଅପେକ୍ଷା ନ କରି ଗୁଳି ଚଳାଇବାକୁ କୁହାଯାଇଛି। ଗ୍ରୀନଲ୍ୟାଣ୍ଡ ବିକ୍ରି ଲାଗି ଉପଲବ୍ଧ ନାହିଁ ବୋଲି କଟାକ୍ଷ କରିଛନ୍ତି ଡେନମାର୍କ ପ୍ରଧାନମନ୍ତ୍ରୀ। ଆମେରିକା ଏଥର ଗ୍ରୀନଲ୍ୟାଣ୍ଡକୁ ନେଇ ସିରିୟସ। ଗ୍ରୀନଲ୍ୟାଣ୍ଡ ଉପରେ କବଜା କରିବା ପଛରେ କେବଳ ରାଷ୍ଟ୍ରୀୟ ସୁରକ୍ଷାର ପ୍ରସଙ୍ଗ ନୁହେଁ। କାରଣ ଗ୍ରୀନଲ୍ୟାଣ୍ଡ ଆଧୁନିକ ଖଣିଜରେ ଭରପୁର। ରେୟାର ଆର୍ଥ ଏଲିମେଣ୍ଟସ ଅଛି। ଯଦି ଏହାକୁ ଅକ୍ତିଆର କରେ, ତାହେଲେ ଏଥିଲାଗି ଚୀନ୍ ଉପରେ ଆମେରିକାକୁ ଆଉ ନିର୍ଭର କରିବାକୁ ପଡ଼ିବନି। କାରଣ ରେୟାର ଆର୍ଥର ୯୦ ପ୍ରତିଶତ ଚୀନ୍ ନିୟନ୍ତ୍ରଣରେ ଅଛି। ଏହା ବ୍ୟତୀତ ଯଥେଷ୍ଟ ୟୁରାନିୟମ ଗଛିତ ଅଛି। ଯାହାକୁ ଏବେ ଆମେରିକା ଋଷରୁ ଆମଦାନୀ କରୁଛି। ସେଥିଲାଗି ଆମେରିକା ଗ୍ରୀନଲ୍ୟାଣ୍ଡକୁ ନୂଆ ଟ୍ରେଡ୍ ରୁଟ୍ ଓ ସେଣ୍ଟର କରିବାକୁ ନଜର ରଖିଛି। ଜଳବାୟୁ ପରିବର୍ତ୍ତନରୁ ବରଫ ତରଳିବାରୁ ନୂଆ ସିପିଂ ରାସ୍ତା ଖୋଲିଛି। ।ଯାହା ଏସିଆ-ୟୁରୋପ ଓ ଆମେରିକା ଭିତରେ ହଜାର କିଲୋମିଟର ଦୂରତାକୁ ହ୍ରାସ କରିବ। ଦୂରତା କମିଗଲେ, ବେପାରରେ ଲାଭ କମିଯିବ। ନୂଆ ରାସ୍ତାକୁ ଆର୍କଟିକ କଣ୍ଟ୍ରୋଲ ରୋଡ୍ କୁହାଯାଏ। ଏହା ଗ୍ଲୋବାଲ ଟ୍ରେଡ୍ ଉପରେ ପ୍ରଭାବ ପକାଇପାରେ। ୟୁରୋପୀୟ ଦେଶ ଯଥା ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ପୋଲାଣ୍ଡ, ସ୍ପେନ, ୟୁକେ ଓ ଡେନମାର୍କ ମିଳିତ ବୟାନ ଜାରି କରି କହିଛନ୍ତି ଯେ, ଗ୍ରୀନଲାଣ୍ଡର ସାର୍ବଭୌମତ୍ୱ ସୁରକ୍ଷା ଲାଗି ସେମାନେ ସଂକଳ୍ପବଦ୍ଧ। କୌଣସି ବାହ୍ୟ ଧମକ ଫରକ ପକାଇବନି। ଗ୍ରୀନଲ୍ୟାଣ୍ଡ ବା ଡେନମାର୍କ ୟୁରୋପର ଏକ ଦେଶ ଅଟେ। ଡେନମାର୍କର ଜମି ମୁଖ୍ୟତଃ ୩ ଭାଗରେ ବଣ୍ଟା ହୋଇଛି। ଏଥିରେ ଗ୍ରୀନଲ୍ୟାଣ୍ଡ ଅନ୍ୟତମ। ଦୁନିଆର ସବୁଠୁ ବଡ଼ ଦୀପ। ଏହା ଡେନମାର୍କ ରାଜ୍ୟର ସ୍ୱାୟତ୍ତ କ୍ଷେତ୍ର ଅଟେ। ଏହାକୁ ଭୌଗଳିକ ରୂପରେ ଉତ୍ତର ଆମେରିକାର ଅଂଶ କୁହାଯାଏ। କିନ୍ତୁ ରାଜନୀତିକ ଓ ପ୍ରଶାସନିକ ରୂପରେ କିଙ୍ଗଡମ୍ ଅଫ ଡେନମାର୍କର ଅଂଶ ଅଟେ। ଗ୍ରୀନଲ୍ୟାଣ୍ଡ ଅତ୍ୟନ୍ତ ରଣନୀତିକ ଓ ସାମରିକ ରୂପରେ ମହତ୍ତ୍ୱପୂର୍ଣ୍ଣ ଅଟେ। ଏହା କାନାଡ଼ାର ଏକ ଦୀପ ସାଙ୍ଗରେ ପ୍ରାୟ ଦେଢ଼ କିଲୋମିଟର ଲମ୍ୱା ସୀମା ଭାଗ କରେ। ଋଷ, ଚୀନ୍ ଓ ଆମେରିକା ଭିତରେ ଚାଲିଥିବା ବିବାଦ ଭିତରେ ଏହି ସ୍ଥାନ ମହତ୍ତ୍ୱପୂର୍ଣ୍ଣ ଅଟେ। ଗ୍ରୀନଲ୍ୟାଣ୍ଡ ପାଖରେ ପ୍ରାକୃତିକ ସଂଶାଧନ ଓ ସମୁଦ୍ରି ମାର୍ଗ ମହତ୍ତ୍ୱ ରଖୁଛି। ଏଠାରେ ରେୟାର ଆର୍ଥ ମିନେରାଲ୍ସ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ୍ ଅଛି। ଗ୍ରୀନଲ୍ୟାଣ୍ଡରେ ୫୬ହଜାର ଲୋକ ରୁହନ୍ତି। ଗ୍ରୀନଲ୍ୟାଣ୍ଡର ଅର୍ଥବ୍ୟବସ୍ଥା ଅଧିକାଂଶ ମାଛ ଧରିବା ଉପରେ ନିର୍ଭରଶୀଳ। ଏହା ବ୍ୟତୀତ ଡେନମାର୍କ ସରକାରରୁ ଆର୍ଥିକ ସହାୟତା ହିସାବରେ ରିହାତି ମିଳେ। ଗ୍ରୀନଲ୍ୟାଣ୍ଡ ନାଟୋର ଅଂଶ ଅଟେ। କିନ୍ତୁ ଟ୍ରମ୍ପଙ୍କ ଆରୋପ, ନାଟୋରେ ଥିବା ଦେଶ ଗ୍ରୀନଲ୍ୟାଣ୍ଡର ସୁରକ୍ଷା କରୁନାହାନ୍ତି।




