ଦେଶ- ବିଦେଶ

ହୋସୁର କୋର୍ଟ ବାହାରେ ଆଇନଜୀବୀଙ୍କୁ କଟୁରୀରେ ହାଣି ହତ୍ୟା, ଅଭିଯୁକ୍ତ ଗିରଫ

ଚେନ୍ନାଇ,୨୨/୧୧: ତାମିଲନାଡୁର କ୍ରିଷ୍ଣଗିରି ଜିଲ୍ଲା ହୋସୁର କୋର୍ଟ ବାହାରେ ସର୍ବସାଧାରଣରେ ଜଣେ ଆଇନଜୀବୀଙ୍କୁ କଟୁରୀରେ ହାଣି ହତ୍ୟା କରାଯାଇଛି । ହତ୍ୟାର ଶିକାର ହୋଇଥିବା ଆଇନଜୀବୀ ହେଲେ ୩୦ ବର୍ଷୀୟ କନ୍ନନ ଏବଂ ହତ୍ୟାକାରୀ ହେଲେ ଆନନ୍ଦନ । ସବୁଠାରୁ ବଡକଥା ହେଉଛି ଅଭିଯୁକ୍ତ ଆନନ୍ଦନ ଆଇନଜୀବୀ କନ୍ନନଙ୍କ ନିକଟରେ ତାଙ୍କର ସହଯୋଗୀ ଭାବେ କାର୍ଯ୍ୟ କରୁଥିଲେ । ପୁଲିସ ଅଭିଯୁକ୍ତ ଆନନ୍ଦନଙ୍କୁ ଗିରଫ କରିଛି ।

ଅଭିଯୋଗ ଅନୁସାରେ ଆନନ୍ଦନଙ୍କ ପତ୍ନୀଙ୍କ ସହ କନ୍ନନଙ୍କର ଅନୈତିକ ସମ୍ପର୍କ ରହିଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକଥର ଝଗଡା ହୋଇଛି । ବୁଧବାର ପୂର୍ବାହ୍ନରେ କନ୍ନନ କୋର୍ଟକୁ ଆସିଥିଲା ବେଳେ ଆନନ୍ଦନ ଲୁଚାଇ ରଖିଥିବା ଏକ କଟୁରୀରେ ତାଙ୍କୁ କୋର୍ଟ ବାହାରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ କନ୍ନନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button