କେଉଁ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ ନୁହେଁ ,ଜାଣନ୍ତୁ

ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇଲାବେଳେ କିଛି ନିଅମର ପାଳନ କରିବାଦରକାର । ଯାହାଦ୍ୱାରା ଆମେ ଟେନସନ ଓ ବିମାରୀରୁ ବର୍ତିଯାଇ ପାରିବା । ଭବିଷ୍ୟତରେବି ହାନିରୁ ବଞ୍ଚିପାରିବା । ଆପଣଙ୍କ ଭୁଲ ଶୋଇବା ଦିଗ ଆପଣଙ୍କୁ ମାତା ଲକ୍ଷ୍ମୀ ଓ ସରସ୍ୱତୀଙ୍କ ଠାରୁ ଦୂର କରିପାରିବ । ବହିକୁ ମୁଣ୍ଡ ତଳେ କିମ୍ବା ମୁହଁ ଉପରେ ରଖି ସୋଇଲେ ମାତା ସରସ୍ୱତୀଙ୍କୁ ଅପମାନ ହୋଇଥାଏ ।
ମିଛି ଲୋକ ବହି ଖାତାକୁ ସେମିତି ମୁହଁ ଓ ଦେହ ଉପରେ ରଖି ଶୋଇପଡନ୍ତି । କିନ୍ତୁ ବସ୍ତୁ ଅନୁସାରେ ବହି ଖାତାକୁ ଉଚିତ ସ୍ଥାନରେ ରଖି ସୁଅନ୍ତୁ । ନହେଲେ ଏହାର ଖରାପ ପ୍ରଭାବ ଆପଣଙ୍କ ଧନ ଓ ଶରୀର ଉପରେ ପଡିପାରେ ।
ପ୍ରବେଶ ଦ୍ୱାର ଆଡ଼କୁ ପାଦ କରି ଶୋଇବା ଉଚିତ ନୁହେଁ, ଏହାର ଆପଣଙ୍କ ଧନ ଉପରେ ପଡିପାରେ । ଏହା ମାତା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ ।
କେହି ଯଦି ଅଧିକ ସମୟ ଧରି ବୀମାର ଅଛି ତାକୁ ଦକ୍ଷିଣ ପଶ୍ଚିମ ଦିଗରେ ସୁଆଇବା ଦରକାର । ଐଶାନ୍ୟ କୋଣରେ କିଛି ଜଳ ରଖିବା ଦ୍ୱାରା ରୋଗୀ ଶୀଘ୍ର ଆରୋଗ୍ୟ ଲାଭ କରିଥାଏ ।
ଖଟର ମଝିରେ ବିଜୁଳିର ଚାଲୁଥିବା କୌଣସି ଉପକରଣ ରଖନ୍ତୁ ନାହିଁ । ନଚେତ ଏହାଦ୍ୱାରା ପେଟରେ ବହୁତ ସମସ୍ୟା ହୋଇଥାଏ । ଶାସ୍ତ୍ର ଅନୁସାରେ ମୁଣ୍ଡ ପୂର୍ବ ଓ ଗୋଡ଼ ପଶ୍ଚିମକୁ କରି ଶୋଇବା ଦ୍ୱାରା ଭଲ ନିଦ ସହିତ ଆୟୁବି ବଢିଥାଏ ।ଯଦି ସେମିତି ସୁବିଧାନାହିଁ ତାହାଲେ ଆପଣ ମୁଣ୍ଡ ଉତ୍ତର ଓ ଗୋଡ଼ ଦକ୍ଷିଣ ଦିଗକୁ କରି ସୁଅନ୍ତୁ ।