ରାଜ୍ୟ

ପ୍ରତିଦିନ ବିସ୍କୁଟ୍‌ ଖାଉଛନ୍ତି କି? ଜାଣନ୍ତୁ ଶରୀର ପାଇଁ କେତେ କ୍ଷତିକାରକ

ଭୁବନେଶ୍ୱର ୧୫/୧୧: ରାତି ପାହିଲେ ଟେବଲ୍ ଉପରେ ସକାଳ ଚା’ ସହ ୨/୩ଟି ବିସ୍କୁଟ୍ ନିଶ୍ଚୟ ରହିଥାଏ । ହାଲ୍କା ଫୁଲ୍କା ଭୋକକୁ ଦୂର କରିବା ପାଇଁ ପ୍ରାୟ ସମସ୍ତେ ପାଖରେ ସବୁବେଳେ ବିସ୍କୁଟ୍ ପ୍ୟାକେଟ୍ଟିଏ ରଖିଥାନ୍ତି । ଘରକୁ ଅତିଥି ଆସିଲେ ଚା’ ସହ ୨/୪ଟି ବିସ୍କୁଟ୍ ଦେବା ଆମର ପରମ୍ପରା ହୋଇସାରିଛି । କିଛି ଲୋକ ତ ଚା’-ବିସ୍କୁଟ୍ରେ ସକାଳର ଜଳଖିଆ ସାରି ଦେଇଥାନ୍ତି ।

ପିଲା ହୁଅନ୍ତୁ ଅବା ବଡ଼ ସମସ୍ତଙ୍କର ପସନ୍ଦର ଜଳଖିଆ ହେଉଛି ଏହି ବିସ୍କୁଟ୍ । କିନ୍ତୁ କେବେ ଭାବିଛନ୍ତି ବିସ୍କୁଟ୍ ଆମ ଶରୀର ପାଇଁ କେତେ କ୍ଷତିକାରକ? ନିୟମିତ ବିସ୍କୁଟ୍ ଖାଇବା ଦ୍ୱାରା ହୃଦୟ ସମ୍ବନ୍ଧୀୟ ରୋଗର ଆଶଙ୍କା ବଢିଥାଏ । ଚାଲନ୍ତୁ ଜାଣିବା ମଣିଷ ଶରୀର ପାଇଁ ବିସ୍କୁଟ୍ କେମିତି ହାଲ୍କା ବିଷର କାମ କରୁଛି । ଯଦି ନିୟମିତ ବିସ୍କୁଟ୍ ଖାଉଥାନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ନଚେତ୍ ଅନେକ ସମସ୍ୟାକୁ ସାମ୍ନା କରିବାକୁ ପଡିପାରେ । କ’ଣ ସମସ୍ୟା…

ମଇଦାରୁ ତିଆରି ହୁଏ ବିସ୍କୁଟ୍ ଆମେ ସମସ୍ତେ ଜାଣିଛୁ ଯେ ପ୍ରାୟତଃ ବିସ୍କୁଟ୍ ମଇଦାରେ ତିଆରି ହୋଇଥାଏ, ଯାହା ଅନ୍ତଃନଳୀ ପାଇଁ ଆଦୌ ଭଲ ନୁହେଁ । ତେଣୁ ନିୟମିତ ବିସ୍କୁଟ୍ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପଡିପାରେ । ମଇଦା ଯୋଗୁ ଓଜନ ବଢିବା, ରକ୍ତରେ ଶର୍କରା ସ୍ତର ବଢିବା, ପ୍ରଦାହ, ହୃଦ୍ଘାତ ଓ ବଦ୍ହଜମୀ ପରି ସମସ୍ୟା ଉପୁଜିପାରେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button