ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭାରତୀୟ ଇସ୍ପାତ ସଂଘ ସଭାପତି ନବୀନ ଜିନ୍ଦଲ ।

କହିଲେ ଅନୁଗୁଳ ଜିନ୍ଦଲ ପ୍ଲାଣ୍ଟ ହେବ ବିଶ୍ବର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ

ବିଶ୍ବର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ ହେବ ଅନୁଗୁଳ ଜିନ୍ଦଲ ପ୍ଲାଣ୍ଟ । ବର୍ଷକ ମଧ୍ୟରେ ଦୁଇ ଗୁଣା ବୃଦ୍ଧି ପାଇବ ଇସ୍ପାତ ଉତ୍ପାଦନ କ୍ଷମତା । ୨୦୨୫ ସୁଦ୍ଧା ସରିବ ଷ୍ଟିଲ ପ୍ଲାଣ୍ଟର ସମ୍ପ୍ରସାରଣ କାର୍ଯ୍ୟ ।ଅନୁଗୁଳ ଜିଲ୍ଲାରୁ ବାର୍ଷିକ ୧୨ ନିୟୁତ ଟନ ଇସ୍ପାତ ଉତ୍ପାଦନ କରାଯାଇ ଜିନ୍ଦଲ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ୨୫ ନିୟୁତ ଟନକୁ ବୃଦ୍ଧି କରାଯିବ

ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିବା ଅବସରରେ ଏହା କହିଛନ୍ତି ଜେଏସପିଏଲ ମୁଖ୍ୟ ନବୀନ ଜିନ୍ଦଲ । ଭାରତୀୟ ଇସ୍ପାତ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀକଂ ସହ ସୌଜନ୍ୟମୂଳକ ଭାବେ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ସେ ଆଲୋଚନା କରିଥିଲେ ନବୀନ ଜିନ୍ଦଲ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button