ରାଜନୀତି

ବିଜେଡ଼ି ଶାସନରେ ଦୁର୍ନୀତିର ଗନ୍ତାଘର:ମନ୍ତ୍ରୀ

ଭୁବନେଶ୍ୱର: ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି,”ସମବାୟ ବିଭାଗରେ ପୂର୍ବ ସରକାର ସମୟରେ ହୋଇଥିବା ଦୁର୍ନୀତିର ହେବ ତଦନ୍ତ । ପ୍ରମାଣ ହେଲେ, ଦୋଷୀକୁ ଦଣ୍ଡ ଦିଆଯିବ । ସମବାୟ ବିଭାଗର ରିଫର୍ମ କରାଯାଉଛି । ଯେଉଁମାନେ ଦୁର୍ନୀତି କରିଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବ । ଦୋଷୀ ଧରା ହେଲେ ତାଙ୍କୁ ଦଣ୍ଡ ଦିଆଯିବ ।

ବିଜେଡ଼ି ଶାସନରେ ଦୁର୍ନୀତିର ଗନ୍ତାଘର ସାଜିଥିଲା ସମବାୟ ବିଭାଗ । ବିଜେଡ଼ି ଅମଳରେ ସମବାୟ ସଂସ୍ଥାକୁ ରୁଗଣ କରି ଦିଆଯାଇଥିଲା ।”
ସେ ଆହୁରି ମଧ୍ୟ କହିଛନ୍ତି,”ସାମୁହିକ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ବ୍ୟକ୍ତିଗତ ସ୍ବାର୍ଥ ଚରିତାର୍ଥ କରିବା ପାଇଁ ସମବାୟ ସଂସ୍ଥାର ଅପବ୍ୟବହାର କରି ଅଜସ୍ର ଟଙ୍କା ଚଳୁ କରିଛନ୍ତି ତତ୍କାଳୀନ ବିଜେଡ଼ି ସରକାରର ନେତା ଓ ମନ୍ତ୍ରୀ । କୋପରେସନକୁ କରପସନରେ ପରିଣତ କରିଥିଲା ବିଜେଡ଼ି ସରକାର । ନୂଆ ସରକାର ସମବାୟ ବିଭାଗକୁ ସ୍ୱଚ୍ଛ କରିବେ । ଚାଷୀଙ୍କ ପାଇଁ, ଚାଷୀଙ୍କ ଦ୍ବାରା ସମବାୟ ସଂସ୍ଥା ପରିଚାଳିତ ହେବ ।”

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button