ଦେଶ- ବିଦେଶ

କିଏ ଏହି ମହେଶ ଖିଞ୍ଚି ? ଯିଏ ଏବେ ଦିଲ୍ଲୀର ନୂତନ ମେୟର…

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି କାଉନସିଲର ମହେଶ ଖିଞ୍ଚି ଦିଲ୍ଲୀର ନୂତନ ମେୟର ଭାବରେ ନିର୍ବାଚିତ ହୋଇଛନ୍ତି । ମେୟର ନିର୍ବାଚନରେ ମୋଟ ୨୬୫ ଭୋଟ୍ ଦିଆଯାଇଥିଲା, ସେଥିମଧ୍ୟରୁ ଦୁଇଟିକୁ ଅବୈଧ ଘୋଷଣା କରାଯାଇଛି । AAP ପ୍ରାର୍ଥୀ ମହେଶଙ୍କୁ ୧୩୩ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ୧୩୦ ଖଣ୍ଡ ଭୋଟ୍ ପାଇଛନ୍ତି।

ମେୟର ନିର୍ବାଚନରେ ବିଜେପି AAP କୁ କଡ଼ା ଟକ୍କର ଦେଇଛି । ବିଜେପି ମାତ୍ର ତିନୋଟି ଭୋଟରେ ପରାଜିତ ହୋଇଛି।

ଡେପୁଟି ମେୟର ପଦ ପାଇଁ ବିଜେପି ପ୍ରାର୍ଥୀ ନୀତା ବିଶ୍ୱ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରି ନେଇଥିଲେ। ଏହା ପରେ ଆମ୍ ଆଦମୀ ପାର୍ଟିର ରବିନ୍ଦ୍ର ଭରଦ୍ୱାଜ ନିର୍ବିରୋଧରେ ଦିଲ୍ଲୀର ଡେପୁଟି ମେୟର ହୋଇଥିଲେ। ଏହା ପରେ ପରବର୍ତ୍ତୀ ଅଧିବେଶନ ପର୍ଯ୍ୟନ୍ତ ଗୃହର ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା। ତେବେ ରବିନ୍ଦ୍ର ଭରଦ୍ୱାଜ ହେଉଛନ୍ତି ଅମନ ବିହାରର ଜଣେ କାଉନସିଲର।

ତେବେ ମେୟର ହେବା ପରେ ମହେଶ ଖିଞ୍ଚି କହିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲ ଯେପରି ଦିଲ୍ଲୀର ଲୋକଙ୍କ ପାଇଁ କାମ କରିଛନ୍ତି, ସେ ମଧ୍ୟ ସେହିଭଳି କାମ କରିବେ । ସହରର ପରିଷ୍କାର ପରିଚ୍ଛନ୍ନତା ପାଇଁ କାର୍ଯ୍ୟ କରିବା ମୋର ପ୍ରାଥମିକତା ହେବ । ଆମେ ଦିଲ୍ଲୀର ଲୋକଙ୍କ ପାଇଁ କାମ କରିବୁ।

୪୬ ବର୍ଷିୟ ଖିଞ୍ଚି, କରୋଲ ବାଗର ଦେବ ନାଗ ୱାର୍ଡର ୱାର୍ଡ ୮୪ ର ଜଣେ କାଉନସିଲର। ଏହି ୱାର୍ଡ କରୋଲ ବାଗ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସିଥାଏ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଛନ୍ତି । ସେ ଦିଲ୍ଲୀର ମୋତିଲାଲ ନେହେରୁ କଲେଜରୁ ବି.କମ୍ ଅଧ୍ୟୟନ କରିଛନ୍ତି। ମହେଶ ତାଙ୍କ ଅଞ୍ଚଳରେ ବହୁତ ସକ୍ରିୟ ଅଟନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button