ରାଜ୍ୟ

ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରକ୍

କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ୨୦ନଂ ଜାତୀୟ ରାଜପଥ ଦରଖୋଳା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌କୁ ପଛରୁ ଅନ୍ୟ ଏକ ଟ୍ରକ୍ ଧକ୍କା ଦେଇଛି । ଫଳରେ ପଛ ଗାଡ଼ିର ଡ଼୍ରାଇଭର ଜଣକ ଗାଡ଼ିରେ ଚାପି ହୋଇ ରହିଛନ୍ତି।

ସୂଚନା ମୁତାବକ, ଗୁରୁବାର ଭୋର ୪ଟା ସମୟରେ ଦରଖୋଳା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି ।

ରାସ୍ତାକଡ଼ରେ ଛିଡା ହୋଇଥିବା ଏକ ଟ୍ରକ୍‌ରୁ ପଛପଟୁ ଅନ୍ୟ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଧକ୍କା ଦେଇଥିବା ଟ୍ରକ୍ ଡ୍ରାଇଭର ଜଣଙ୍କ ଗାଡ଼ି ଭିତରେ ଚାପି ହୋଇଯାଇଥିଲେ। ଆଗ ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି।

ଡ୍ରାଇଭରଜଣକ ରାତି ସାରା ଗାଡ଼ିରେ ଚାପି ହୋଇ ଯାଇଥିବା ବେଳେ ସକାଳୁ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିବା ଜଣାଯାଇଛି। ଖୁବ୍ ଶିଘ୍ର ସଂପୃକ୍ତ ଡ଼୍ରାଇଭରଙ୍କୁ ଉଦ୍ଧାର କରାଯିବାକୁ ଉଦ୍ୟମ କରାଯାଉଛି। ତେବେ ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ସେ ଟ୍ରକ୍‌ରୁ ବାହାରି ନ ଥିବା ଜଣାଯାଇଛି। ଏଥିଯୋଗୁ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button