ରାଜନୀତି

ଗୁଣପୁରରେ ବିଜେଡ଼ିର ଘର ସଜଡ଼ା ଆରମ୍ଭ: ସରପଞ୍ଚ ଓ ସମିତି ସଭ୍ୟା ସମେତ ଶତାଧିକ କର୍ମୀ ଯୋଗଦେଲେ – Kalinga News

[ad_1]

ଗୁଣପୁର: ଆଗକୁ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗୁଣପୁର ବ୍ଲକ ଅଞ୍ଚଳରେ ବିଜେଡ଼ି ଦଳ ନିଜର ସ୍ଥିତି ସ୍‍ଦୃଢ କରିବା ପ୍ରକ୍ରିୟା ଆରମ୍ଭ କରିଛି। ଦୁର୍ଗୀ ଠାରେ ଗୁରୁବାର ଦିନ କୁଲୁସିଂ ଗ୍ରାମ ପଞ୍ଚାୟତର ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ସମେତ ଶତାଧିକ କର୍ମକର୍ତ୍ତା ଜିଲ୍ଲା ବିଜେଡ଼ି ସଭାପତି ସୁଧୀର କୁମାର ଦାଶ ଓ ଜିଲ୍ଲା ସମ୍ପାଦକ ଗଗନ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ବିଜେଡ଼ି ଦଳରେ ଯୋଗଦେଇଛନ୍ତି । ଦଳରେ ଯୋଗଦେଇଥିବା ପ୍ରମୁଖ ମଧ୍ୟରେ ବର୍ତମାନର ସରପଞ୍ଚ ଏସିନି ଶବର, ସମିତି ସଭ୍ୟା ତିମିନି ଗମାଂଗ, ଆନ୍ଦ୍ରେୟ ଶବର, ନାଏବ ସରପଞ୍ଚ ପିଲିମନ ଶବର, ପୂର୍ବତନ ସରପଞ୍ଚ ପାଇଲ ମଣñଳ, ଦମିନ୍ତ ରଇତ, ମାଲେନ୍ଦ୍ର ଗମାଂଗ ଜୟ ବଡ଼ ରଇତ, ବୀର ବଡ଼ ରଇତ, ଅର୍ଜୁନ ପାତ୍ର, ମନି ଶବର, ଚମ୍ପା ଗମାଂଗ, ଏକନିତା ଗମାଂଗ, ସୁଦର୍ଶନ ଗମାଂଗ, ଦାଉଦ ଶବର ସମେତ ସମସ୍ତ ୱାର୍ଡ ସଭ୍ୟସଭ୍ୟା ବିଜେଡ଼ିରେ ଯୋଗ ଦେଇଛନ୍ତି।

ବିଜେଡ଼ି ନେତା ଇସମାଇଲ ଶବର, ଯୁନାମ ଶବର, ଏଲିୟାନ ଶବର, ଜଲତାର ସରପଞ୍ଚ ମାର୍କ ଦଳ ବେହେରାଙ୍କ ନେତୃତ୍ୱତ୍ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲ୍ଲା ବିଜେଡ଼ି ସଭାପତି ତଥା ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଠା ସୁଧୀର କୁମାର ଦାଶ ସେମାନଙ୍କୁ ସ୍ୱାଗତ କରି କହିଥିଲେଯେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ରାଜ୍ୟରେ ଯେଉଁ ବିକାଶ ଓ ରୁପାନ୍ତରିକରଣ ଧାରା ପ୍ରତି ଆକୃଷ୍ଟ ହୋଇ ବିଭିନ୍ନ ଦଳର କର୍ମୀ ଓ କର୍ମକର୍ତାମାନେ ଯୋଗ ଦେଉଛନ୍ତି । ବିଜୁ ଜନତା ଦଳରେ ସମସ୍ତଙ୍କ ପାଇଁ କାର୍ଯ୍ୟ କରିବାର ସୁଯୋଗ ରହିଛି । ଯେଉଁ ମାନେ ବାସ୍ତବରେ ରାଜ୍ୟର ବିକାଶ ପ୍ରକ୍ରିୟାରେ ନିଜକୁ ସାମିଲ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଦଳ ସର୍ବଦା ସ୍ୱାଗତ କରି ଆସିଛି । କୁଲୁସିଂ ଗ୍ରାମ ପଞ୍ଚାୟତର କର୍ମକର୍ତ୍ତା ଦଳରେ ସାମିଲ ହେବା ଦ୍ୱାରା ବ୍ଲକ ଅଞ୍ଚଳରେ ବିଜେଡ଼ି ଆହୁରି ଅଧିକା ସଦୃଢ ହୋଇ ପାରିଛି ବୋଲି ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ଦାଶ ଗଣ ମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button