କାହିଁକି ହୋଇଥାଏ ପିଠି ଯନ୍ତ୍ରଣା ? ଜାଣନ୍ତୁ କେମିତି କରିବେ ଏହାର ଉପଚାର ?
ଆଜିକାଲି ଖରାପ ଜୀବନଶୈଳୀ ଯୋଗୁଁ ପିଠି ଯନ୍ତ୍ରଣା ବା ମାଂସପେଶୀ ଟାଣିହେବା ଏକ ସାଧାରଣ କଥା । ଯେଉଁମାନେ ଠିକ୍ ଭାବେ ବସନ୍ତି ନାହିଁ, ସେମାନଙ୍କ ଭିତରେ ପିଠି ଯନ୍ତ୍ରଣା ଭଳି ଗୁରୁତର ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ଶାରୀରିକ ପରିଶ୍ରମ ନକରିବା ଦ୍ୱାରା ମଧ୍ୟ ଏହି ସମସ୍ୟା ଦେଖାଦେଇଥାଏ । ତେବେ କାହିଁକି ହୋଇଥାଏ ପିଠି ଯନ୍ତ୍ରଣା । ଆଉ କେମିତି ଏହାର ଉପଚାର କରିବେ ?
ପିଠି ଓ ମେରୁଦଣ୍ଡ ଯନ୍ତ୍ରଣାର ଉପଚାର :-
1 – ସାଧାରଣତଃ 20 ରୁ 40 ବର୍ଷ ବୟସର ଲୋକଙ୍କୁ ପିଠିଜନିତ ଯନ୍ତ୍ରଣା ହୋଇଥାଏ ।
2 – ପିଠି ଓ ମେରୁଦଣ୍ଡ ଯନ୍ତ୍ରଣାର ମୁଖ୍ୟ କାରଣ ହେଉଛି ବସିବାର ଶୈଳୀ ।
3- ତଳେ ବସିବା ପିଠି ଓ ମେରୁଦଣ୍ଡ ଯନ୍ତ୍ରଣାର ଅନ୍ୟତମ କାରଣ ।
4 – ମାଂସପେଶୀ ଶକ୍ତି କମିବା ଦ୍ୱାରା ମଧ୍ୟ ପିଠି ଜନିତ ସମସ୍ୟା ହୋଇଥାଏ ।
5 – ମୋଟାପଣ ଓ ଅତ୍ୟଧିକ ଓଜନ ପିଠି ଓ ମେରୁଦଣ୍ଡ ଯନ୍ତ୍ରଣାର ଅନ୍ୟତମ କାରଣ ।
6 – ଅଧିକ ଓଜନଭାର ଉଠାଇଲେ ହୋଇଥାଏ ପିଠିଜନିତ ସମସ୍ୟା ।
7 – ଖାଦ୍ୟପେୟରେ ଅନିୟମିତତା ଓ ବ୍ୟାୟାମର ଅଭାବ ମଧ୍ୟ ପିଠି ଯନ୍ତ୍ରଣାର କାରଣ ।
8 – କ୍ୟାଲସିୟମ ଅଭାବରୁ ମଧ୍ୟ ଦେଖାଦେଇଥାଏ ପିଠି ଯନ୍ତ୍ରଣା ।
9 – ନିରାମିଷଙ୍କ କ୍ଷେତ୍ରରେ କ୍ୟାଲସିୟମ ଅଭାବ ଅଧିକ ଦେଖା ଦେଇଥାଏ ।
10 – କ୍ୟାଲସିୟମ ବଢ଼ାଇବା ପାଇଁ ଛେନା ଖାଇବା ଦରକାର ।
11 – ପିଠି ଯନ୍ତ୍ରଣାରୁ ମୁକ୍ତି ପାଇଁ ଡାଏଟ୍ ଉପରେ ବିଶେଷ ଗୁରୁତ୍ୱ ଦେବା ଦରକାର ।
12 – ଉଠିବା ଓ ବସିବା ସମୟରେ ଶରୀରର ମୁଭମେଣ୍ଟକୁ ଧ୍ୟାନ ଦେବା ଦରକାର ।
13 – ନିୟମିତ ବ୍ୟାୟାମ ଓ ମର୍ଣ୍ଣିଂ ୱାକ୍ ଦ୍ୱାରା କମ୍ ହୋଇଥାଏ ପିଠି ଯନ୍ତ୍ରଣା ।
14 – କଅଁଳ ଖରାରେ ଚାଲିବା ଦ୍ୱାରା ଭିଟାମିନ୍-ଡି ବଢ଼ିଥାଏ ଓ ହାଡ଼ ମଜଭୁତ୍ ହୋଇଥାଏ ।
15 – ଜିମରେ ଷ୍ଟ୍ରେଚିଂ ଓ ୱାର୍ମଅପ୍ ବେଳେ ଧ୍ୟାନ ଦେବା ଦରକାର ।