ରାଜ୍ୟ

ଶିକ୍ଷା ଓ ଅନୁସନ୍ଧାନ : ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ

ଗୁଣାତ୍ମକ ଉଚ୍ଚଶିକ୍ଷା ଓ ଉତମ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଦେଶରେ ଅଗ୍ରଣୀ ଭୂମିକା ନେଇଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ ୧୯
ବର୍ଷରେ ପଦାର୍ପଣ କରିଛି। ଉତ୍କୃଷ୍ଟ ବୃତିଗତ ଉଚ୍ଚଶିକ୍ଷା ଓ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନର ଉତ୍କର୍ଷ କେନ୍ଦ୍ର ଭାବେ ନିଜକୁ ଗଢ଼ି ତୋଳିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ରହିଛି ଦୀର୍ଘ ୩ ଦଶନ୍ଧିର ସମୃଦ୍ଧ ପରମ୍ପରା। ୧୯୯୬ ମସିହାରେ ଏକ ନମ୍ର ପ୍ରୟାସରୁ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ଆଜି ଏକ ଉତ୍କୃଷ୍ଟ ବିଶ୍ୱବିଦ୍ୟାଳୟ ଭାବେ ନିଜକୁ ପ୍ରତିଷ୍ଠା କରିପାରିଛି। ଗୁଣାତ୍ମକ ଶିକ୍ଷା ଓ ଅଭିନବ ଗବେଷଣା ଉପରେ ଅଧିକ ଗୁରୁତ୍ୱ ଦେଇ ସୋଆ ସମାଜର ହିତ ନିମନ୍ତେ ଅବିରତ କାର୍ଯ୍ୟ କରି ଚାଲିଛି।
ସୋଆ ୨୦୦୭ ମସିହା ଜୁଲାଇ ୧୭ ତାରିଖରେ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଡିମ୍‌ଡ ଟୁ ବି ୟୁନିଭର୍ସିଟିର ମାନ୍ୟତା ପାଇଥିଲା। ୧୯୯୬ ମସିହାରେ ଏକ ଇଞ୍ଜିନିୟରିଂ
କଲେଜର ସ୍ଥାପନାରୁ ସୋଆର ଯାତ୍ରା ଆରମ୍ଭ ହୋଇଥିଲା। ଆଜି ଏହି କଲେଜ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ନାମରେ ବିଖ୍ୟାତ।
ସୋଆରେ ପ୍ରାୟ ୧୮ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ୩୦ଟି ଦେଶରୁ ପ୍ରାୟ ୪୦୦ ବିଦେଶୀ ଛାତ୍ରଛାତ୍ରୀ ଅନ୍ତର୍ଭୁକ୍ତ
ଯେଉଁମାନେ ନିଜର ଭବିଷ୍ୟତ ଗଢିବା ପାଇଁ ସୋଆକୁ ଚୟନ କରିଛନ୍ତି। ସେହିପରି ସୋଆରେ ୧୨ ହଜାରରୁ ଉର୍ଦ୍ଧ୍ୱ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ନାରୀ ଶିକ୍ଷା ଓ ମହିଳା ସଶକ୍ତିକରଣକୁ ଅଧିକ ମହତ୍ୱ ଓ ଗୁରୁତ୍ୱ ଦେଉଥିବା ସୋଆର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୫୨ ପ୍ରତିଶତରୁ ଅଧିକ ହେଉଛନ୍ତି ଛାତ୍ରୀ ଏବଂ କର୍ମଚାରୀଙ୍କ ମଧ୍ୟରେ ୪୨ ପ୍ରତିଶତରୁ ଅଧିକ ମହିଳା କାର୍ଯ୍ୟରତ। ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ କେବଳ ଏହି ଶିକ୍ଷାନୁଷ୍ଠାନର ବିନ୍ଧାଣୀ ନୁହଁନ୍ତି ବରଂ ଶିକ୍ଷା କ୍ଷେତ୍ରର ଏଭଳି ଜଣେ ନେତୃସ୍ଥାନୀୟ ବ୍ୟକ୍ତିତ୍ୱ ଯିଏ କି ରାଜ୍ୟରେ ଏକ ବିଶ୍ୱସ୍ତରୀୟ ଶିକ୍ଷାକେନ୍ଦ୍ର ଗଢ଼ି ତୋଳିବାର ସ୍ୱପ୍ନ ଦେଖିଥିଲେ। ଛୋଟ ପଦକ୍ଷେପରୁ ଏକ ବିଶାଳ ଅନୁଷ୍ଠାନ ଗଢ଼ିବାରେ ପ୍ରଫେସର ନାୟକଙ୍କର ଯାତ୍ରା କେବଳ ପ୍ରେରଣାଦାୟୀ ନୁହେଁ ବରଂ ଆମ ସମାଜ ପାଇଁ ଏକ ବିଶାଳ ଉଦାହରଣ ସୃଷ୍ଟି କରିଛି। ଉତ୍କର୍ଷ ମାନର ଉଚ୍ଚଶିକ୍ଷା ପ୍ରଦାନ ନିମନ୍ତେ ସୋଆ ପକ୍ଷରୁ ବାରଟି ବୃତିଗତ ଶିକ୍ଷାନୁଷ୍ଠାନ ସ୍ଥାପିତ ହୋଇଛି। ଏହି ଅନୁଷ୍ଠାନ ଗୁଡିକ ହେଲା: –
୧. ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)- ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍‌ନୋଲୋଜି (୧୯୯୬ -୯୭ ଶିକ୍ଷା
ବର୍ଷରେ ଆରମ୍ଭ ହୋଇଥିଲା)
୨. ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) – ସୋଆର ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟ ସାଇନ୍‌ସେସ୍‌, (୧୯୯୭ -୯୮ ଶିକ୍ଷା ବର୍ଷରେ
ଆରମ୍ଭ ହୋଇଥିଲା)
୩. ସମ୍ ନର୍ସିଂ କଲେଜ (ଏସ୍‌ଏନ୍‌ସି) – ଫ୍ୟାକଲ୍ଟି ଅଫ୍ ନର୍ସିଂ (୨୦୦୪-୦୫ ଶିକ୍ଷା ବର୍ଷରୁ ଆରମ୍ଭ ହୋଇଥିଲା)
୪. ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) – ଫ୍ୟାକଲ୍ଟି ଅଫ୍ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ (୨୦୦୪-୦୫ ଶିକ୍ଷା ବର୍ଷରୁ ଆରମ୍ଭ
ହୋଇଥିଲା)
୫. ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌) – ଫ୍ୟାକଲ୍ଟି ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (୨୦୦୪-୦୫ ଶିକ୍ଷା ବର୍ଷରୁ ଆରମ୍ଭ ହୋଇଥିଲା)
୬. ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଟାଂଲ୍ ସାଇନସେସ୍ (ଆଇଡିଏସ୍‌) – ଫ୍ୟାକଲ୍ଟି ଅଫ୍ ଡେଟାଂଲ୍ ସାଇନସେସ୍ (୨୦୦୬-୦୭ ଶିକ୍ଷା ବର୍ଷରେ ଆରମ୍ଭ ହୋଇଥିଲା)
୭. ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ (ଆଇଏମଏସ୍ ଆଣ୍ଡ ଏସ୍‌ଏଚ୍‌) – ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ
(୨୦୦୭-୦୮ ଶିକ୍ଷା ବର୍ଷରେ ଆରମ୍ଭ ହୋଇଥିଲା)
୮. ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ (ଏସଏନଆଇଏଲ) – ଫ୍ୟାକଲ୍ଟି ଅଫ୍ ଲିଗାଲ୍ ଷ୍ଟଡିଜ୍ (୨୦୧୧-୧୨ ଶିକ୍ଷା ବର୍ଷରେ ଆରମ୍ଭ ହୋଇଥିଲା)
୯. ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନସେସ୍ (ଆଇଏଏସ୍‌) – ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନସେସ୍ (୨୦୧୩-୧୪ ଶିକ୍ଷା ବର୍ଷରେ ଆରମ୍ଭ
ହୋଇଥିଲା)
୧୦.ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରି ସାଇନ୍‌ସେସ ଆଣ୍ଡ ଆନିମଲ୍ ହଜ୍‌ବ୍ୟାଣ୍ଡରି (ଆଇଭିଏସ୍‌ଆଣ୍ଡଏଏଚ୍‌) – ଫ୍ୟାକଲ୍ଟି ଅଫ୍ ଭେଟେରିନାରୀ ସାଇନସେସ୍ (୨୦୨୨-
୨୩ ଶିକ୍ଷା ବର୍ଷରେ ଆରମ୍ଭ ହୋଇଥିଲା)
୧୧.ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌-୨, ଫୁଲନଖରା କ୍ୟାମ୍ପସ୍‌, (ଆଇଏମଏସ୍ ଆଣ୍ଡ ଏସ୍‌ଏଚ୍‌)- ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍‌ (୨୦୨୪-୨୫ ଶିକ୍ଷା ବର୍ଷରେ ଆରମ୍ଭ ହୋଇଛି)
୧୨.ସମ୍ ନର୍ସିଂ କଲେଜ-୨ ଫୁଲନଖରା କ୍ୟାମ୍ପସ୍‌, (ଏସ୍‌ଏନ୍‌ସି )- ଫ୍ୟାକଲ୍ଟି ଅଫ୍ ନର୍ସିଂ (୨୦୨୪-୨୦୨୫ ଶିକ୍ଷା ବର୍ଷରେ ଆରମ୍ଭ ହୋଇଛି)
କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପରିଚାଳିତ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁସନାଲ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ (ଏନ୍‌ଆଇଆରଏଫ୍‌) ର‌୍ୟାଙ୍କିଙ୍ଗସ୍ ରେ ସୋଆ କ୍ରମାଗତ ଭାବେ ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ନିଜକୁ ସ୍ଥାନିତ କରିପାରିଛି। ୨୦୧୬ ମସିହାରୁ ଦୀର୍ଘ ୯ ବର୍ଷ ଧରି ଦେଶର ଶ୍ରେଷ୍ଠ ୨୫ଟି ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ନିଜ ସ୍ଥାନ ବଜାୟ ରଖିଛି ସୋଆ। ୨୦୨୪ ମସିହାରେ ଏନ୍‌ଆଇଆରଏଫ୍ ର‌୍ୟାଙ୍କିଙ୍ଗ୍ ରେ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସୋଆ ମାନ୍ୟତା ପାଇଛି ।

ଏନ୍‌ଆଇଆରଏଫ୍ ର‌୍ୟାଙ୍କିଙ୍ଗସ୍ ୨୦୨୪ରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍ ) ଦେଶର ୨୬ତମ ଶ୍ରେଷ୍ଠ
ଇଞ୍ଜିନିୟରିଂ କଲେଜର ମାନ୍ୟତା ପାଇଥିବାବେଳେ ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନସେସ୍ (ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ) ୨୧ତମ ଶ୍ରେଷ୍ଠ ମେଡିକାଲ୍ କଲେଜର ମାନ୍ୟତା ପାଇଛି। ସୋଆର ଆଇନ ଶିକ୍ଷା ପ୍ରଦାନକାରୀ ଅନୁଷ୍ଠାନ ସୋଆ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ (ଏସଏନଆଇଏଲ) ଏନ୍‌ଆଇଆରଏଫ୍ ର‌୍ୟାଙ୍କିଙ୍ଗସ୍ ୨୦୨୪ରେ ଦେଶର ୯ମ ଶ୍ରେଷ୍ଠ ଲ’ କଲେଜର ମାନ୍ୟତା ପାଇଛି ସେହିପରି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନସେସ୍ (ଆଇଡିଏସ୍ ) ଏନ୍‌ଆଇଆରଏଫ୍ ର‌୍ୟାଙ୍କିଙ୍ଗସ୍ ୨୦୨୪ରେ ୯ମ ଶ୍ରେଷ୍ଠ ଡେଂଟାଲ୍ କଲେଜ ଭାବେ ସ୍ଥାନୀତ ହୋଇଛି।

ନ୍ୟାସନାଲ୍ ଆସେସ୍‌ମେଂଟ ଆଣ୍ଡ ଆକ୍ରେଡିଟେସନ୍ କାଉନସିଲ (ନାକ୍‌) ଦ୍ୱାରା ସୋଆକୁ ୨୦୨୨ରେ ସର୍ବାଧିକ ଗ୍ରେଡ୍ ଏ ++ ସହ ପୁନଃ ସ୍ୱୀକୃତି ପ୍ରଦାନ କରାଯାଇଛି। ସୋଆକୁ ବିଶ୍ୱସ୍ତରୀୟ ମାନ୍ୟତା ପ୍ରଦାନକାରୀ ସଂସ୍ଥା କ୍ୟୁଏସ୍ ଏବଂ ଟିଏଚ୍‌ଇ ୱାର୍ଲଡ ୟୁନିଭର୍ସିଟି ର‌୍ୟାଙ୍ଗିସ୍ ଦ୍ୱାରା ମଧ୍ୟ ମାନ୍ୟତା ମିଳିଛି। ବିଶ୍ୱବିଦ୍ୟାଳୟର ବିଭିନ୍ନ କଲେଜ ଗୁଡିକ ଦ୍ୱାରା ୩୧ଟି ଅଣ୍ଡର ଗ୍ରାଜୁଏଟ୍ ଏବଂ ୭୯ଟି ପୋଷ୍ଟ ଗ୍ରାଜୁଏଟ୍‌, ୧୫ଟି ପୋଷ୍ଟ ମାଷ୍ଟର, ପିଏଚ୍‌ଡି ଓ ପୋଷ୍ଟ ଡକ୍ଟରାଲ୍ ପ୍ରୋଗ୍ରାମ୍‌
ପ୍ରଦାନ କରାଯାଉଛି। ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ସୋଆରେ ୧୮ଟି ଗବେଷଣା କେନ୍ଦ୍ରରେ ୨୭ଟି ବିଭିନ୍ନ ବିଷୟବସ୍ତୁକୁ ନେଇ ଗବେଷଣା କରାଯାଉଛି।
ଏଥି ସହିତ ସୋଆ ପକ୍ଷରୁ ନିକଟରେ ୪ଟି ଇଂଟର ଡିସିପ୍ଲିନାରି ଗବେଷଣା କେନ୍ଦ୍ର – ସେଂଟର ଫର୍ କ୍ଳାଇମେଟ୍ ସ୍ମାର୍ଟ ଏଗ୍ରିକଲଚର୍‌, ସେଂଟର ଫର କ୍ୱାଂଟମ୍‌ସାଇନ୍ସ ଆଣ୍ଡ କ୍ୱାଂଟମ୍ ଟେକ୍ନୋଲଜି, ସେଂଟର ଫର ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲଜି ଏବଂ ସେଂଟର ଫର ନାନୋ ସାଇନ୍ସ ଆଣ୍ଡ ନାନୋ ଟେକ୍ନୋଲଜି ପରିଚାଳିତ ହେଉଛି। ଏହା ଛଡ଼ା ବାୟୋ ମେଡିକାଲ୍ ଇଞ୍ଜିନିୟରିଂ ଆଣ୍ଡ ଆପ୍ଲିକେସନ୍ସ ଉପରେ ଗବେଷଣା ନିମନ୍ତେ ଏକ କେନ୍ଦ୍ର ଆରମ୍ଭ କରାଯାଇଛି।

ଏହାଛଡା ୬୦ଟି ବିଜ୍ଞାନାଗାର ପ୍ରତିଷ୍ଠା କରାଯାଇ ସୋଆର ବିଭିନ୍ନ କ୍ୟାମ୍ପସ୍ ରେ ଗବେଷଣା କାର୍ଯ୍ୟ ଜାରି ରହିଛି। ବିଶ୍ୱବିଦ୍ୟାଳୟର ୩୨ଜଣ ଗବେଷକଙ୍କୁ ୨୦୨୪ରେ ଆମେରିକାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ବିଶ୍ୱର ୨ ପ୍ରତିଶତ ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ମିଳିଛି। ଜଟିଳ ଏବଂ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଥିବା ରୋଗୀଙ୍କ ଚିକିତ୍ସା ନିମନ୍ତେ ସୋଆର ଗବେଷକମାନେ ସାଧାରଣ ଓ ସୁଲଭ ମୂଲ୍ୟରେ ଫାର୍ମାସ୍ୟୁଟିକାଲ୍‌ ଫମୁ ର୍ଲେସନ୍ ଉଦ୍ଭାବନ କରିପାରିଛନ୍ତି। ଏହି ସଂକ୍ରାନ୍ତରେ ନିକଟରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧିନସ୍ଥ ନ୍ୟାସନାଲ ରିସର୍ଚ୍ଚ ଡେଭେଲ୍‌ପମେଂଟ କର୍ପୋରେସନ୍ ସହିତ ଏକ ଟେକ୍ନୋଲୋଜି ଲାଇସେନ୍ସ ବୁଝାମଣା ସ୍ୱାକ୍ଷରିତ ହୋଇଛି।

ଅଟଳ ଇନୋଭେଟିଭ ମିଶନର ଏକ ଅଙ୍ଗ ଭାବେ ଆଇଟିଇଆର କ୍ୟାମ୍ପସ୍‌ରେ ଅଟଳ ଇନ୍‌କ୍ୟୁବେସନ୍ ସେଂଟର ପ୍ରତିଷ୍ଠା କରାଯାଇଛି ଯାହାକୁ କି ଏଆଇସି – ସୋଆ ଫାଉଣ୍ଡେସନ୍ ନାମରେ ନାମିତ କରାଯାଇଛି। ଏହି କେନ୍ଦ୍ରର ଉଦ୍ଦେଶ୍ୟ ହେଉଛି ଉତ୍ପାଦ, ଗମନାଗମନ, ଶକ୍ତି, ସ୍ୱାସ୍ଥ୍ୟ, ଶିକ୍ଷା ଓ କୃଷି ଇତ୍ୟାଦି କ୍ଷେତ୍ରରେ ବିଶ୍ୱସ୍ତରୀୟ ଇନ୍‌କ୍ୟୁବେସନ୍ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ପ୍ରୋତ୍ସାହିତ କରିବା। ଅଭିନବ ପ୍ରଯୁକ୍ତି ବିଦ୍ୟା ପର୍ଯ୍ୟବେସିତ ଷ୍ଟାର୍ଟ – ଅପ୍ ଗୁଡିକୁ ସହଯୋଗ ଏବଂ ପ୍ରୋତ୍ସାହିତ କରିବା ଏହି ଇନ୍‌କ୍ୟୁବେସନ୍ ସେଂଟରର ଉଦ୍ଦେଶ୍ୟ । ଓଡିଶା ନିମନ୍ତେ ଦ୍ରୁତ ଡାଟା ସ୍ପିଡ୍ ଓ ଲୋ – ଲାଟେନ୍‌ସି ସହିତ ଅଧିକ ମାତ୍ରାରେ ଯୋଗାଯୋଗ ସୁବିଧା ପ୍ରଦାନ କରୁଥିବା ୫ମ ଜେନେରେସନ୍ ୱାରଲେସ୍ (୫ଜି) ସର୍ଭିସ ସୋଆ କ୍ୟାମ୍ପସ୍‌ରେ ଜାନୁୟାରୀ ୫, ୨୦୨୩ରେ ଶୁଭାରମ୍ଭ କରାଯାଇଥିଲା। ଭାରତ ସରକାରଙ୍କ ପକ୍ଷରୁ ୫ଜି ଲାବ୍ ପ୍ରତିଷ୍ଠା ନିମନ୍ତେ ଚୟନ କରାଯାଇଥିବା କେନ୍ଦ୍ରମାନଙ୍କ ମଧ୍ୟରେ ସୋଆ ସ୍ଥାନ ପାଇଛି।

୩୦୦୦ ଶଯ୍ୟା ବିଶିଷ୍ଟ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟର ନିର୍ଭର ଯୋଗ୍ୟ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଅନୁଷ୍ଠାନ ଭାବେ ନିଜକୁ
ପ୍ରତିପାଦିତ କରିପାରିଛି। ସମ୍ ହସ୍ପିଟାଲ ରେ ଉତମ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଓ ଜୀବନ ରକ୍ଷାକାରୀ ସରଞ୍ଜାମ ଉପଲବ୍ଧ ରହିଛି। ସୁଲଭ ମୂଲ୍ୟରେ ଏଠାରେ ରୋଗୀଙ୍କୁ ଉତମ ଚିକିତ୍ସା ପ୍ରଦାନ କରାଯାଉଛି। ସେହିପରି ସୋଆ ପକ୍ଷରୁ ଭୁବନେଶ୍ୱର ଠାରେ ସମ୍ ଅଲ୍ଟିମେଟ ମେଡିକେୟାର ନାମରେ ଏକ ସ୍ୱତନ୍ତ୍ର ମଲ୍ଟି ସୁପର ସ୍ପେଶିଆଲିଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ ୨୦୨୦ରେ ଆରମ୍ଭ କରାଯାଇଛି।

ଏହା ଲୋକମାନଙ୍କୁ ଅତ୍ୟାଧୁନିକ ଓ ଉକୃଷ୍ଟ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଛି। ଏହି ୫୭୫ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପୂର୍ବ ଭାରତରେ ଏକ ଉତମ ସ୍ୱାସ୍ଥ୍ୟ ପ୍ରଦାନକାରୀ ଅନୁଷ୍ଠାନ ଭାବେ ଗଢି ଉଠିଛି। ଉଭୟ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ ଓ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ଏନ୍‌ଏବିଏଲ୍ ଓ ଏନ୍‌ଏବିଏଚ୍ ର ମାନ୍ୟତା ମିଳିଛି। ସ୍ୱାସ୍ଥ୍ୟସେବାକୁ ଅଧିକ ତ୍ୱରାନିତ୍ୱ କରିବା ଲକ୍ଷ୍ୟରେ ନିକଟରେ ସୋଆ ପକ୍ଷରୁ ଭୁବନେଶ୍ୱର – କଟକ ଜାତୀୟ ରାଜପଥ ପାଶ୍ୱର୍ବର୍ତୀ ଫୁଲନଖରା ଠାରେ ୧୨୦୦ ଶଯ୍ୟା ବିଶିଷ୍ଟ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ -୨ ଆରମ୍ଭ କରାଯାଇଥିବାବେଳେ ବ୍ରହ୍ମପୁର ନିକଟସ୍ଥ ଶୀତଳାପଲ୍ଲୀ ଠାରେ ୨୦୦ ଶଯ୍ୟା ବିଶିଷ୍ଟ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ -୩ ପ୍ରତିଷ୍ଠା କରାଯାଇଛି।

୨୦୨୦ ମସିହାରେ କୋଭିଡ୍ ମହାମାରୀ ସାରା ବିଶ୍ୱକୁ କବଳିତ କରିଥିବାବେଳେ ଓଡିଶା ସରକାରଙ୍କ ସହଯୋଗରେ ଏହି ପରିସ୍ଥିତିର ମୁକାବିଲା ନିମନ୍ତେ ସୋଆ ପକ୍ଷରୁ ୫ଟି କୋଭିଡ୍ ହସ୍ପିଟାଲ ରାଜ୍ୟରେ ଆରମ୍ଭ କରାଯିବା ସହ ଏହାର ଡାକ୍ତର, ନର୍ସ ଓ ପାରାମେଡିକ ଅବିରତ ସ୍ୱାସ୍ଥ୍ୟସେବା ପ୍ରଦାନ କରି ଅନେକ ଜୀବନ ବଂଚାଇବାରେ ସହାୟକ ହୋଇଥିଲେ। ପ୍ରାୟ ୫୦୦୦ ରୁ ଊର୍ଦ୍ଧ୍ୱ ଡାକ୍ତର, ନର୍ସ ଓ ପାରାମେଡିକ୍ସ ରୋଗୀମାନଙ୍କୁ ନିରନ୍ତର ସେବା ଓ ଯତ୍ନ ଦେଇ ସୁସ୍ଥ କରିବାରେ ସକ୍ଷମ ହୋଇଥିଲେ। ପ୍ରାୟ ୨୬୦୦୦ ରୁ ଊର୍ଦ୍ଧ୍ୱ ଶଯ୍ୟାରେ ରାଜ୍ୟର କୋଭିଡ ରୋଗୀମାନଙ୍କର ଚିକିତ୍ସା ସମ୍ କୋଭିଡ ହସ୍ପିଟାଲ୍ ପକ୍ଷରୁ କରାଯାଇଥିଲା। କୋଭିଡ ମହାମାରୀ ବେଳେ ପ୍ରାୟ ଅଢ଼େଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ମଧ୍ୟରେ ୫୦,୦୦୦ ରୁ ଊର୍ଦ୍ଧ୍ୱ ରୋଗୀଙ୍କର ସଫଳ ଚିକିତ୍ସା କରାଯାଇଥିଲା। ସୋଆର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଜାଗୋ କ୍ଳବ୍ ଦ୍ୱାରା ଗରିବ ଓ ଅବହେଳିତ ବସ୍ତିର ପିଲାମାନଙ୍କ ଶିକ୍ଷାଦାନର ଦାୟିତ୍ୱ ନିଆଯାଇଛି।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button