ରାଜ୍ୟ

କେନାଲ କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରଗଡ଼, ୦୭/୧୧: କେନାଲରେ କଡ଼ରେ ପଡ଼ି ରହିଛି ଯୁବକଙ୍କ ମୃତଦେହ । ମୃତକ ଗଙ୍ଗାଧର ନଗର ୱାର୍ଡ ନମ୍ବର ୧୪ର ଗଣେଶଲାଲ କରନ ବୋଲି ଜଣାପଡ଼ିଛି । ମୃତ ଦେହର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି । ବରଗଡ଼ ଜିଲ୍ଲା ବ୍ରହ୍ମଚାରୀର କେନାଲ କଡ଼ରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ବ୍ରହ୍ମଚାରୀର କେନାଲ କଡ଼ରେ ଜଣେ ଯୁବକଙ୍କ ମୃତଦେହ ପଡ଼ି ରହିଥିବାର ଦେଖିଥିଲେ ସ୍ଥାନୀୟଲୋକେ ।

ଏହା ଦେଖି ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବରଗଡ଼ ଟାଉନ୍ ଥାନା ପୋଲିସ ପହଞ୍ଚିଥିଲା । ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ତେବେ ଯୁବକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ କରୁଛି ବରଗଡ଼ ଟାଉନ୍ ଥାନା ପୋଲିସ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button