ରାଜ୍ୟ

କାର୍‌- ବାଇକ୍‌ ମୁହାଁମୁହିଁ ଧକ୍କା, ଯୁବକ ଗୁରୁତର

ସାଲେପୁର,୦୭/୧୧: ବିଳମ୍ବିତ ରାତିରେ ଭାତପଡା ପେଟ୍ରୋଲ ଟାଙ୍କି ନିକଟରେ କାର୍ ବାଇକ୍ ମୁହାଁମୁହିଁ ଧକ୍କା । ବାଇକ୍ ଆରୋହୀ ଗୁରୁତର । ଗୁରୁତର ବାଇକ୍ ଆରୋହୀ ସାଲେପୁର ବ୍ଳକ୍ ଛାଣିପୁର ପଞ୍ଚାୟତ ରାମକୃଷ୍ଣପୁର ଗ୍ରାମର ଧର୍ମେନ୍ଦ୍ର ପ୍ରଧାନ ବୋଲି ଜଣାପଡ଼ିଛି । କଟକ ଜିଲ୍ଲା ସାଲେପୁର ରାସ୍ତାର ଭାତପଡା ପେଟ୍ରୋଲ ଟାଙ୍କି ନିକଟରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବାକ, ବୁଧବାର ବିଳମ୍ୱିତ ରାତିରେ ରାମକୃଷ୍ଣପୁର ଗ୍ରାମର ଧର୍ମେନ୍ଦ୍ର ଏକ ବାଇକ୍ରେ ସାଲେପୁର ରାସ୍ତା ଦେଇ ଯାଉଥିଲେ । ଏହି ସମୟରେ ଏକ କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲେ । ଏହି ଦୁର୍ଘଟଣାରେ ଯୁବକ ଜଣକ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ସାଲେପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ପହଞ୍ଚି ଗୁରୁତର ଅବସ୍ଥାରେ ଧର୍ମେନ୍ଦ୍ରଙ୍କୁ ଉଦ୍ଧାର କରି ନିଜ ଭ୍ୟାନ୍ ଯୋଗେ ସାଲେପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରୁ ଗୁରୁତର ଅବସ୍ଥାରେ ୧୦୮ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲକୁ ଚିକିତ୍ସାପାଇଁ ସ୍ଥାନାନ୍ତରିତ କରାଯାଇଛି । ଏପଟେ କାର୍ ଓ ବାଇକ୍କୁ ସାଲେପୁର ପୋଲିସ ଜବତ କରି ତଦନ୍ତ କରୁଥିବାର ସୂଚନା ମିଳିଛି।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button