ରାଜ୍ୟ

ମହିଳା ଫଳ ବ୍ୟବସାୟୀଙ୍କ ଉପରେ ମାଡ଼ିଗଲା କାର୍‌

ମହିଳା ଫଳ ବ୍ୟବସାୟୀଙ୍କ ଉପରେ ମାଡ଼ିଗଲା କାର୍। ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ବିଜିପୁର ଛକ ନିକଟରେ ଥିବା ସନ୍ତୋଷୀ ମା’ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ପାଲୁର ଗାଁର ସବିତା ନାୟକ( ୫୨)।

ସବିତା ପ୍ରତିଦିନ ସନ୍ତୋଷୀ ମା’ଙ୍କ ମନ୍ଦିର ନିକଟରେ ଭୋଗସାମଗ୍ରୀ ସହ ଫଳ ବିକ୍ରି କରିଥାନ୍ତି।

ଆଜି ଅପରାହ୍ନ ୧୨ ଟା ସମୟରେ ଏକ କାର୍ ଦ୍ରୁତଗତିରେ ଆସି ଫଳ ଦୋକନ ଉପରେ ମାଡ଼ିଯାଇଥିଲା। ଏଥିସହ ସବିତାଙ୍କୁ ମଧ୍ୟ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସବିତାଙ୍କର ମୃତ୍ୟୁ ଘଟିଥିଲା।

ଦୁର୍ଘଟଣାପରେ କାର୍ ଚାଳକ ଘଟଣାସ୍ଥଳରୁ ଫେରାର ଼ହୋଇଯାଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଏଥିସହ ଗାଡ଼ିକୁ ଜବତ କରିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button