ଦେଶ- ବିଦେଶ

ଆମେରିକାର ୪୭ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଭାରତ ପାଇଁ ହେବ କି ଫାଇଦା ?

ନୂଆଦିଲ୍ଲୀ: ଆମେରିକାର ୪୭ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ରାଷ୍ଟ୍ରପତି ନିର୍ବାଚନ ରେସ୍‌ରେ ​​ଡୋନାଲ୍ଡ ଟ୍ରମ୍ପ ବାଜି ମାରିଥିବା ବେଳେ ହ୍ୱାଇଟ୍‌ ହାଉସ୍‌ ଲଢ଼େଇରେ ଜିତିଛନ୍ତି ଟ୍ରମ୍ପ। ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ କମଲା ହାରିସ ଏବଂ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ ଟକ୍କର ଚାଲିଛି। ମିଳିଥିବା ଶେଷ ରିପୋର୍ଟ ଅନୁଯାୟୀ, ଏବେ ବି ଗଣତି ଜାରି ରହିଥିବା ବେଳେ ମ୍ୟାଜିକ୍ ନମ୍ବର ଅତି ନିକଟରେ ଟ୍ରମ୍ପ ଥିବା ବେଳେ ଆମେରିକାର ଖବରସରବରାହ ଫକ୍ସ ନ୍ୟୁଜ ଟ୍ରମ୍ପ ହିଁ ବିଜେତା ବୋଲି ଘୋଷଣା କରିଛି ।

ଇଲେକ୍ଟୋରାଲ କଲେଜ କାଉଣ୍ଟିଂରେ ଆଗରେ ରହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ରିପବ୍ଲିକାନ ପାର୍ଟି ୨୪୭ ସିଟରେ ଆଗରେ ରହିଥିବା ବେଳେ କମଲା ହାରିସଙ୍କ ଡେମୋକ୍ରାଟିକ୍ ପାର୍ଟି ୨୧୪ ଇଲେକ୍ଟୋରାଲ କଲେଜରେ ଆଗରେ ରହିଛନ୍ତି ।

ଚଳିତ ନିର୍ବାଚନରେ ଟ୍ରମ୍ପ ଯଦି କମ୍‌ବ୍ୟାକ୍ କରନ୍ତି ତେବେ ଭାରତ ପାଇଁ କ’ଣ ଫାଇଦା ହେବ । ଏହାକୁ ନେଇ ଦକ୍ଷିଣ ଏସିଆ ଦେଶରେ ଚର୍ଚ୍ଚା ଚାଲିଛି । ପ୍ରତିବର୍ଷ ଭାରତରୁ ବହୁ ସଂଖ୍ୟକ ଲୋକ କାମ କରିବାକୁ ଆମେରିକା ଯାଆନ୍ତି। ଭାରତୀୟ ପ୍ରଫେସନାଲ ଏବଂ ଆଇଟି କମ୍ପାନୀମାନେ ମଧ୍ୟ H1B ଭିଜା ଉପରେ କାମ କରନ୍ତି। ଏଭଳି ପରିସ୍ଥିତିରେ ଯଦି ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଗଠନ ହୁଏ, ତେବେ ଏହି ଲୋକଙ୍କୁ ହୁଏତ ବହୁ କ୍ଷତି ସହିବାକୁ ପଡିପାରେ, କାରଣ ସେମାନେ ଏହି ଭିଜା ନୀତିକୁ ଆରମ୍ଭରୁ ବିରୋଧ କରିଆସୁଛନ୍ତି। କେବଳ ଏତିକି ନୁହେଁ, ତାଙ୍କ ନିର୍ବାଚନ ପ୍ରଚାରର ଏକ ପ୍ରମୁଖ ଅଂଶ ଭିଜା ନୀତି ସମ୍ବନ୍ଧରେ ଥିଲା।

କେବଳ ଏତିକି ନୁହେଁ ଏଥର ତାଙ୍କ ନିର୍ବାଚନ ପ୍ରଚାରରେ ଏହା ମଧ୍ୟ କୁହାଯାଇଥିଲା ଯେ ଯଦି ସେ କ୍ଷମତାକୁ ଫେରିବେ ତେବେ ସେ କେବଳ ଆମେରିକୀୟ ମାଟିରେ ଜନ୍ମିତ ପିଲାମାନଙ୍କର ନାଗରିକତ୍ୱ ଅଧିକାର ଦେବେ। ତାହା ହେଉଛି, ଯେଉଁମାନେ ଭିଜା ପାଇବା ପରେ କିମ୍ବା ଆମେରିକାରେ ଦୀର୍ଘ ସମୟ ରହିବା ପରେ ନାଗରିକତ୍ୱ ପାଇବାକୁ ହକଦାର, ଏହି ଅଧିକାରଗୁଡ଼ିକ ସେମାନଙ୍କଠାରୁ ଛଡ଼ାଇଦିଆଯିବ। ତେବେ ଏଥିପାଇଁ ସେ ସାମ୍ବିଧାନିକ ଆହ୍ୱାନର ସମ୍ମୁଖୀନ ହୋଇପାରନ୍ତି।

ଅନ୍ୟପକ୍ଷରେ ନିର୍ବାଚନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ୟୁଏସଏର ସମ୍ପର୍କ ନେଇ ଦୃଢ଼ ବୟାନ ଦେଇଥିଲେ । ସେ ଆମେରିକାର ରାଷ୍ଟ୍ରପତି ହେଲେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ ବୋଲି କହିଥିଲେ। ଦ୍ବିପାକ୍ଷିକ ସମ୍ପର୍କ ବଢ଼ିବ, ଏଥିପାଇଁ ଆମେରିକା ପ୍ରତିଶୃତିବଦ୍ଧ । ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ସୋସିଆଲ୍ ମିଡିଆରେ ଏଭଳି କିଛି କହିଛନ୍ତି ଡୋନାଲ୍ଟ ଟ୍ରମ୍ପ । ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ନିଜର ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି । ତାଙ୍କ ପାର୍ଟି କ୍ଷମତାକୁ ଫେରିଲେ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ସଶକ୍ତ ହେବ ଏବଂ ଏହାକୁ ଆଗକୁ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button