ଦେଶ- ବିଦେଶ

ଭାରତ ଆସିଥିବା ବିଦେଶୀମାନଙ୍କର ପଇସା ଶେଷ ହୋଇଗଲା ତ ଏହି ପରିବାର ତାଙ୍କୁ ଘରକୁ ନେଇ ଆସିଲେ ଓ ତାପରେ ଯାହା କଲେ…

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଏଭଳି ଘଟଣା ଯାହା ବିଷୟରେ ଜାଣି ଆପଣ ନିଜେ ଭାରତୀୟ ବୋଲି ଗର୍ବ ଅନୁଭବ କରିବେ । ଘଟଣାଟା କିଛି ଏଭଳି କି ୬ ଜଣ ବିଦେଶୀ ନାଗରିକ ଯିଏ କି ଆମ ଦେଶକୁ ବୁଲିବାକୁ ଆସିଥିଲେ କିନ୍ତୁ ତାଙ୍କ ପାଖରେ ପଇସା ଶେଷ ହୋଇଯାଇଥିଲା ଓ ତାଙ୍କ ପାଖରେ ଖାଇବାକୁ ପିଇବାକୁ କିଛି ବି ନଥିଲା । ସେମିତି ସମୟରେ ଉତ୍ତରାଖଣ୍ତର ଏକ ପରିବାର ତାଙ୍କ ପାଇଁ ଭଗବାନ ସାଜି ଆସିଲେ ।

ପୋଲାଣ୍ତ ନିବାସୀ ଯୁବତୀ ଏଞ୍ଜିଲ୍ କିସ୍ କୋସମାଲା, ୟୁକ୍ରେନ୍ ର ଯୁବତୀ ଡ୍ୟୋନିବୋଲ୍ ଓଲୋଗୋ, ରୁଷ୍ ନିବାସୀ ପର୍ବତ ଆରୋହୀ ଟାର୍ଜନୋବ ଏଲକୋସି, ହୈତୀ ନିବାସୀ ଫିଲ୍ମ ମେକର ମ୍ୟାକ ଷ୍ଟିଫେନ୍ ଅଲିବର ଫେବଲସ , ଲିଥିନିଆ ନିବାସୀ ରୋକ୍ସ ଜିସିବିସିୟସ୍ , ଫ୍ରାନ୍ସ ନିବାସୀ ଲିୟୋ ମାର୍ଟିନେଜ୍ ଓ ତାଙ୍କର ସାଥିରେ ମୁମ୍ବାଇରୁ ଆସିଥିବା ଡକ୍ୟୁମେଣ୍ଟରି ଫିଲ୍ମ ମେକର ରାହୁଲ୍ ହିମାନ୍ତି ୧୬ ଡିସେମ୍ବରକୁ ପିଥୋରଗଢ ଆସିଥିଲେ ।

ସେମାନଙ୍କ ପାଖରେ ଭାରତୀୟ ମୁଦ୍ରାର ଅଭାବ ଥିଲା ଓ ସେମାନେ ବିଦେଶୀ କରେନ୍ସି ବଦଳାଇବା ପାଇଁ ବ୍ୟାଙ୍କର ଚକ୍କର କାଟିଥିଲେ କିନ୍ତୁ କିଛି ଫାଇଦା ହୋଇପାରିନଥିଲା ।  ଗୁରୁବାର ଦିନକୁ କୁର୍ମାଚଳ ବ୍ୟାଙ୍କ୍ ଶାଖାରେ ତାଙ୍କର ସାକ୍ଷାତ ଥିଏଟର୍ ଫର୍ ଏଜୁକେସନ୍ ଇନ୍ ମାସ୍ ସୋସାଇଟି ସଚିବ ଯୋଗେଶ ପାଠକଙ୍କ ସହ ହୋଇଇଥିଲା । ଯୋଗେଶ୍ ନିଜ ମା  ପିତାଙ୍କୁ କହିଥିଲେ କି ସେ ବିଦେଶୀ ଅତିଥିଙ୍କୁ ଘରକୁ ପଠାଉଛନ୍ତି ।

ସଂସ୍କାର ଦେଖି ବିଦେଶୀ ନାଗରିକ ହେଲେ ଅଭିଭୂତ :

ଶୁକ୍ରବାର ଦିନ ଦ୍ୱିପହରରେ ଭୋଜନ କରିବାପାଇଁ ବିଦେଶୀ ଅତିଥିଙ୍କୁ ପାଠକ୍ ପରିବାର ଘରେ ପହଞ୍ଚିଲେ ତେବେ ତେବେ ଯୋଗେଶ୍ ଙ୍କ ବାପା ମା ଙ୍କ ସହ ତାଙ୍କ ବଡ ଭାଇ ଦିନେଶ୍ ପାଠକ, ଭାଉଜ ଆଶା ପାଠକ୍, ଦିଦି ରେଣୁ ପାଠକ୍ ଛୋଟ ଭାଇ ଆଶିଷ୍ ପାଠକ ମୁକୁଳ ପାଠକ ଅତିଥିଙ୍କ ସ୍ୱାଗତ କରିଥିଲେ ।  ଅତିଥିଙ୍କ ସହ ସେ ମଡୁୱାର ରୁଟି, ଧନିଆର ନମକ ,ଝୋଲି ଭାତ ଓ ଭଟିଆ ଭୋଜନ କରିଥିଲେ ।

ଏହା ନୁହେଁ ସେମାନେ ଦକ୍ଷିଣା ଦେଇକରି ବିଦା ବି କଲେ । ସ୍ୱାଗତ ସଂସ୍କାରରୁ ଅଭିଭୂତ ବିଦେଶୀ ଅତିଥିଙ୍କୁ ହୃଦୟରୁ ପାଠକ ପରିବାର ଧନ୍ୟବାଦ୍ ଜ୍ଞାପନ କଲେ , ବିଦେଶୀ ନାଗରିକଙ୍କ ଏହି ଦଳ ମୁମ୍ବାଇର ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ମେକର୍ ରାହୁଲ୍ ହିମାଂନ୍ତି ପାଣ୍ତେଙ୍କ ସହ ମାନବତା ଉପରେ ଲଘୁ ଫିଲ୍ମ ନିର୍ମାଣ କରିବା ପାଇଁ ଏଠାକୁ ଆସିଥିଲେ ।

ପିଏମ୍ ମୋଦୀ ବି ଏହି କାର୍ଯ୍ୟ ପାଇଁ ବହୁତ କରିଥିଲେ ପ୍ରଶଂସା :

ବିଦେଶୀ ଅତିଥି କଳା ଧନ ରୋକିବା ପାଇଁ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଠାଯାଇଥିବା କାର୍ଯ୍ୟ ପ୍ରଶଂସନୀୟ , ଏହି ଲୋକଙ୍କ କହିବା କଥା କି ଏହାର ଭଲ ପରିଣାମ ସାମନାକୁ ଆସିବ , ଭାରତ ଉନ୍ନତିର ରାସ୍ତାରେ ଯିବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button