ଆଇପିଏଲ ମେଗା ନିଲାମ: ଘୋଷଣା ହେଲା ସ୍ଥାନ ଏବଂ ତାରିଖ
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ର ମେଗା ନିଲାମ ପାଇଁ ବିସିସିଆଇ ସ୍ଥାନ ଏବଂ ତାରିଖ ଘୋଷଣା କରିଛି । ଏହା ସାଉଦି ଆରବରେ ହେବ ବୋଲି ପ୍ରାୟତଃ ଚୂଡାନ୍ତ ହୋଇଥିଲା । ମଙ୍ଗଳବାର ଏହା ସ୍ପଷ୍ଟ କରାଯାଇଛି ଯେ, ଜେଦାହରେ ନଭେମ୍ବର ୨୪ ଓ ୨୫ରେ ଏହି ମେଗା ନିଲାମ ଆୟୋଜିତ ହେବ । ଏହି ନିଲାମରେ ୧୫୭୪ ଖେଳାଳିଙ୍କୁ ନେଇ ଏହା ଆୟୋଜିତ ହେବ ।
ଏଥିରେ ୧୧୬୫ ଭାରତୀୟ ଓ ୪୦୯ ବିଦେଶୀ ଖେଳାଳି ସାମିଲ । ଓଭରାଲ ୩୨୦ କ୍ୟାପଡ, ୧୨୨୪ ଅନକ୍ୟାପଡ ଓ ୩୦ ଆସୋସିଏଟ ଦେଶର ଖେଳାଳିଙ୍କୁ ନେଇ ଫ୍ରାଂଚାଇଜରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ।
ଆବାଡି ଅଲ ଜୋହର ଏରେନା ଏହି ନିଲାମ ପ୍ରକ୍ରିୟା ଆୟୋଜିତ ହେବ । ହୋଟେଲ ଶାଙ୍ଗରି ଲାରେ ଫ୍ରାଂଚାଇଜର ମାଲିକ ଓ ଅଫିସିଆଲମାନେ ରହିବେ । ଅକ୍ସନ ଭେନ୍ୟୁ ନିକଟରେ ହୋଟେଲ ରହିଥିବାରୁ ବିଶେଷ ଅସୁବିଧା ହେବ ନାହିଁ ବୋଲି କୁହାଯାଇଛି । ଭାରତର ୪୮ କ୍ୟାପଡ ଓ ୨୭୨ ଅନକ୍ୟାପଡ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାରେ ସାମିଲ କରାଯାଇଛି । ବିଦେଶୀ ଟିମ ମଧ୍ୟରେ ଦକ୍ଷିଣ ଆଫ୍ରିକାର ସର୍ବାଧିକ ୯୧ ଖେଳାଳି ଏଥିରେ ସାମିଲ ହେବା ପାଇଁ ଆବେଦନ କରିଛନ୍ତି ।
ଅକ୍ଟୋବର ୩୧ରେ ଫ୍ରାଂଚାଇଜରମାନେ ରିଟେନ କରିଥିବା ଖେଳାଳିଙ୍କ ତାଲିକା ପ୍ରଦାନ କରିଥିଲେ । ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ୬ଜଣ ଲେଖାଏଁ ଏବଂ ଚେନ୍ନାଇ ସୁପର କିଙ୍ଗସ, ଗୁଜରାଟ ଟାଇଟାନ୍ସ, ଲକ୍ଷ୍ନୌ ସୁପର ଜ୍ୟାଂଟସ, ମୁମ୍ବାଇ ଇଣ୍ଡିଆନ୍ସ, ସନରାଇଜର୍ସ ହାଇଦ୍ରାବାଦ ୫ଜଣ ଲେଖାଏଁ ଖେଳାଳି ରିଟେନ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ପଞ୍ଜାବ କିଙ୍ଗସ ଯଥାକ୍ରବେ ୪,୩ ଓ ୨ ଖେଳାଳିଙ୍କୁ ରିଟେନ କରିଛନ୍ତି ।