ଦେଶ- ବିଦେଶ

ଚିକେନ୍ ବିରିୟାନୀ ନେଲା ଝିଅର ଜୀବନ, ୨୦ ଅସୁସ୍ଥ

ହାଇଦ୍ରାବାଦ: ବିରିୟାନୀ ପ୍ରାୟତଃ ଲୋକଙ୍କର ପ୍ରିୟ ଖାଦ୍ୟ। କିନ୍ତୁ ବିରିୟାନୀ ଜଣେ ଝିଅର ଜୀବନ ନେବା ସହ ଅନେକ ଲୋକଙ୍କୁ ଗୁରୁତର ଭାବରେ ଅସୁସ୍ଥ କରିଦେଇଛି। ହାଇଦ୍ରାବାଦରୁ ଏହି ମାମଲା ସାମ୍ନାକୁ ଆସିଛି। ଏଠାରେ ଚିକେନ୍ ବିରିୟାନୀ ଖାଇବା ପରେ ଜଣେ ଝିଅର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ତାକୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ଚିକିତ୍ସା ସମୟରେ ତାର ମୃତ୍ୟୁ ଘଟିଛି।

ଏହାସହ ୨୦ ଜଣ ଅସୁସ୍ଥ ଥିବା ଜଣାପଡିଛି।

ଦୁଇ ଦିନ ପୂର୍ବେ ବୋଥ୍ ମଣ୍ଡଲ୍ ସେଣ୍ଟରସ୍ଥିତ ସେଣ୍ଟ ଥୋମାସ ସ୍କୁଲର ପାଞ୍ଚଜଣ କର୍ମଚାରୀ ନିର୍ମଲ ର ଗ୍ରିଲ ନାଇନ୍ ହୋଟେଲରେ ଏକାଠି ମଧ୍ୟାହ୍ନ ଭୋଜନ କରିଥିଲେ। ସେମାନେ ସେଠାରେ ଚିକେନ୍ ବିରିୟାନୀ ଖାଇଥିଲେ, ଯାହା ପରେ ଫୁଲ କାଲିବାଇ ନାମକ ୧୯ ବର୍ଷର ଝିଅର ସ୍ୱାସ୍ଥ୍ୟ ବିଗିଡିବାରେ ଲାଗିଲା। ଝିଅ ବ୍ୟତୀତ ଅନ୍ୟ ଚାରିଜଣଙ୍କ ଅବସ୍ଥା ମଧ୍ୟ ଗୁରୁତର ଥିଲା ଏବଂ ସେମାନଙ୍କୁ କାମାରେଡିକୁ ଚିକିତ୍ସା ପାଇଁ ପଠାଯାଇଥିଲା।

ଝିଅଟିର ମୃତ୍ୟୁ ପରେ ତାଙ୍କ ପରିବାର ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି। ସେପଟେ ଗ୍ରୀଲ ନାଇନ ମଲ୍ଟି କୁଇନ ରେଷ୍ଟୁରାଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍କୁଲ ମାଲିକ ଥାନାରେ ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ, ନଭେମ୍ବର ୪ ସୋମବାର ରାତିରେ ଗ୍ରୀଲ୍ ନାଇନ୍ ମଲ୍ଟି-କୁଇନ୍ସ ହୋଟେଲରେ ରାତ୍ରୀ ଭୋଜନ କରିଥିବା ପ୍ରାୟ ୨୦ଜଣ ଲୋକ ମଧ୍ୟ ଅସୁସ୍ଥ ହୋଇଥିବାର ଜଣାଯାଇଛି। ଏଥିରୁ ଦୁଇ ଜଣଙ୍କର ଅବସ୍ଥା ଗୁରୁତର ଥିବା କୁହାଯାଉଛି। ମୃତ ଝିଅର ସମ୍ପର୍କୀୟଙ୍କ ଅଭିଯୋଗ ଉପରେ, ଗ୍ରିଲ୍ ନାଇନ୍ ରେଷ୍ଟୁରାଣ୍ଟ ବିରୋଧରେ ପୋଲିସ ଏକ ଏଫ୍ଆଇଆର୍ ରୁଜୁ କରିଛି। ନିକଟରେ ହାଇଦ୍ରାବାଦରେ ଜଣେ ମହିଳା ମୋମୋ ଖାଇବା ପରେ ମୃତ୍ୟୁବରଣ କରିଥିଲେ ଏବଂ ୫୦ ଜଣ ଅସୁସ୍ଥ ହୋଇପଡ଼ିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button