ଦେଶ- ବିଦେଶ

ହିମାଳୟର ୧୪ ହଜାର ଫୁଟ୍‌ ଉପରେ ଜାତୀୟ ପତାକା ଉଡ଼ାଇଲେ ଓଡ଼ିଆ ପୁଅ

ବ୍ରଜରାଜନଗର: ହିମାଳୟରେ ତ୍ରିରଙ୍ଗା ଉଡ଼ାଇଲେ ଓଡ଼ିଆ ପୁଅ। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଲମଟିବାହାଲର ପର୍ବତାରୋହୀ ଅଜିତ ପାଢ଼ୀ ଏକ ବିରଳ କୃତିତ୍ବର ଅଧିକାରୀ ହୋଇଛନ୍ତି। ଆଜି ଅପରାହ୍ନ ୧ଟା୪୦ରେ ପ୍ରତିକୂଳ ପରିବେଶ ସତ୍ତ୍ବେ ୧୪ ହଜାର ଫୁଟ୍ ଉଚ୍ଚ ବିଶିଷ୍ଟ ହିମାଳୟର ଭ୍ୟାଲି ଅଫ୍ ଫ୍ଲାୱାର ଶିଖରରେ ସେ ଜାତୀୟ ପତାକା ଉଡ଼ାଇଛନ୍ତି।

ଉତ୍ତରାଖଣ୍ଡ ରୁକୁଣ୍ଡ ହେଭେଲ ଆସୋସିଏସନ ପକ୍ଷରୁ ଭାରତରୁ ୧୩ ଜଣ ପର୍ବତାରୋହୀ ଟିମ୍ ଲିଡର ସୁକୁଲ କୁନିଆଲଙ୍କ ନେତୃତ୍ୱରେ ଉତ୍ତରାଖଣ୍ଡର ବେସ୍ କ୍ୟାମ୍ପ ଯୋଶୀମଠରୁ ଗତ ୨ତାରିଖରୁ ବାହାରିଥିଲେ। ପରେ ଗୋବିନ୍ଦଘାଟ ହୋଇ ଘାଙ୍ଗେରିଆରେ ଗତକାଲି ପହଞ୍ଚିଥିଲେ। ରାତିରେ ପ୍ରବଳ ବର୍ଷା ଯୋଗୁ ପର୍ବତାରୋହଣ ନେଇ ସମସ୍ୟା ଦେଖାଦେଇଥିଲା। କିନ୍ତୁ ଭୋର ୪ଟାରୁ ପାଗରେ ସୁଧାର ଆସିବାରୁ ପର୍ବତାରୋହୀ ଦଳ ଅଭିଯାନରେ ବାହାରି ପଡ଼ିଥିଲେ। ଆଜି ଅପରାହ୍ନରେ ଭ୍ୟାଲି ଅଫ ଫ୍ଲାୱାରର ଶିଖରରେ ଏହି ଟିମ୍ ପହଞ୍ଚିଥିଲା। ଏହି ଟିମ୍ରେ ବ୍ରଜରାଜନଗର ଅଞ୍ଚଳର ଶ୍ରୀ ପାଢ଼ୀ ସାମିଲ ହୋଇ ଜାତୀୟ ପତାକା ଉଡ଼ାଇଛନ୍ତି। ଭୁବନେଶ୍ୱରର ଆଶା ସଂସ୍ଥା ପକ୍ଷରୁ ଶ୍ରୀ ପାଢ଼ୀ ଯାଇଥିଲେ। ସେ ଓଡ଼ିଶାରୁ ଏକମାତ୍ର ପର୍ବତାରୋହୀ ଥିଲେ। ଆସନ୍ତା ୭ ତାରିଖରେ ସେ ଗୋବିନ୍ଦ ଘାଟରେ ପହଞ୍ଚିବା ପରେ ବେସକ୍ୟାମ୍ପ ଯୋଶୀମଠକୁ ଫେରିବେ। ଏହି ଆରୋହଣ ଖୁବ୍ ରୋଚକ ଥିଲା ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button