ଦେଶ- ବିଦେଶ

LMV ଲାଇସେନ୍ସ ଧାରୀ ଚଲାଇ ପାରିବେ ୭୫୦୦ କିଲୋଗ୍ରାମର ଭାରି ଯାନ, ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି

ହାଲୁକା ମୋଟର ଯାନ (LMV) ଲାଇସେନ୍ସ ଧାରୀ ଏବେ ୭୫୦୦ କିଲୋଗ୍ରାମ ଯାଏ ପରିବହନ ଗାଡ଼ି ଚଲାଇପାରିବେ । ସୁପ୍ରିମକୋର୍ଟଙ୍କ ୫ ଜଣିଆ ବିଚାରପତିଙ୍କ ସମ୍ବିଧାନ ପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ସଡ଼କ ଦୁର୍ଘଟଣା ପାଇଁ ଏଣିକି କେବଳ ହାଲୁକା ମୋଟର ଯାନ ଲାଇସେନ୍ସ ଧାରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ନାହିଁ । ଦୁର୍ଘଟଣାର ଅନ୍ୟ କାରଣ ମଧ୍ୟ ରହିଛି ।

ଏହି ଟିପ୍ପଣୀ ସହିତ ସୁପ୍ରିମକୋର୍ଟଙ୍କ ସମ୍ବିଧାନ ପୀଠ ନିର୍ଣ୍ଣୟ ନେଇଛନ୍ତି ଯେ LMV ଲାଇସେନ୍ସ ଧାରୀ ୭୫୦୦ କିଲୋ ଓଜନର ପରିବହନ ଯାନ ମଧ୍ୟ ଚଲାଇପାରିବେ ।

ସୁପ୍ରିମକୋର୍ଟଙ୍କ ପୀଠ ୨୦୧୭ର ନିଜର ନିଷ୍ପତ୍ତିକୁ କାଏମ୍ ରଖିଛନ୍ତି । ଏଥିରେ LMV ଲାଇସେନ୍ସ ଧାରୀଙ୍କୁ ୭୫୦୦ କିଲୋଗ୍ରାମ ଯାଏ ପରିବହନ ଯାନ ଚଲାଇବାକୁ ଅନୁମତି ଦିଆଯାଇଥିଲା । ଅର୍ଥାତ୍ ହାଲୁକା ମୋଟର ଯାନ ଲାଇସେନ୍ସ ଥିବା ବ୍ୟକ୍ତିଙ୍କୁ ସୁପ୍ରିମକୋର୍ଟରୁ ଆଶ୍ଵସ୍ତି ମିଳିଛି ।

ଏହି ପ୍ରସଙ୍ଗ ଉପରେ ସିଜେଆଇଙ୍କ ନେତୃତ୍ୱାଧୀନ ସମ୍ବିଧାନ ପୀଠ ଅଗଷ୍ଟ ୨୧ରେ ଶୁଣାଣି ଶେଷ କରି ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । ବେଞ୍ଚରେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଋଷିକେଶ ରାୟ, ଜଷ୍ଟିସ୍ ପିଏସ ନରସିହ୍ନା, ଜଷ୍ଟିସ୍ ପଙ୍କଜ ମିଥଲ ଓ ଜଷ୍ଟିସ୍ ମନୋଜ ମିଶ୍ରା ରହିଛନ୍ତି ।

ସର୍ବୋଚ୍ଚ ଅଦାଲତ ନିଜର ନିର୍ଣ୍ଣୟରେ କହିଛନ୍ତି ଯେ ସଡ଼କ ସୁରକ୍ଷା ବିଶ୍ଵବ୍ୟାପୀ ଏକ ଗମ୍ଭୀର ପ୍ରସଙ୍ଗ । ଭାରତରେ ୨୦୨୩ରେ ୧.୭ ଲକ୍ଷ ଲୋକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ହାଲୁକା ଗାଡ଼ି ଚାଳକମାନଙ୍କ ଯୋଗୁ ଏହା ଘଟୁଛି ବୋଲି କହିବା ଭିତ୍ତିହୀନ । ଦୁର୍ଘଟଣା ପଛରେ ଅନେକ କାରଣ ରହିଛି, ଯେପରି ସିଟ୍ ବେଲ୍ଟ ନିୟମ ପାଳନ ନ କରିବା, ମୋବାଇଲ ଫୋନ୍ ବ୍ୟବହାର, ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇବା ଇତ୍ୟାଦି ।ସୁପ୍ରିମକୋର୍ଟ କହିଛନ୍ତି, ଯେଉଁମାନେ ୭୫୦୦ କିଲୋଗ୍ରାମରୁ କମ୍ ଓଜନର ଗାଡ଼ି ଚଲାନ୍ତି,

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button