ଦେଶ- ବିଦେଶ

ଭୁଶୁଡ଼ିଲା ବୁଲେଟ ଟ୍ରେନ ପାଇଁ ନିର୍ମାଣାଧୀନ ପୋଲ : ୨ ମୃତ

ହମଦାବାଦ: ଅହମ୍ମଦାବାଦ-ମୁମ୍ବାଇ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ନିର୍ମାଣକାର୍ଯ୍ୟ ଚାଲିଥିବା ସମୟରେ ଏକ ଦୁର୍ଘଟଣା ଘଟିଛି। ଗୁଜରାଟର ଆନନ୍ଦରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିଛି। ଏହାଫଳରେ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ୨ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଭଗ୍ନାବଶେଷ ତଳେ ଆଉ କିଛି ଶ୍ରମିକ ଫସିରହିଥିବା ଆଶଙ୍କା କରାଯାଉଛି ।

ଗୁଜରାଟର ମାହି ନଦୀ ଉପରେ ବୁଲେଟ ଟ୍ରେନ ପ୍ରକଳ୍ପ ପାଇଁ ନିର୍ମାଣାଧୀନ ଏକ ପୋଲ ଭଶୁଡ଼ିବା ଫଳରେ ଶ୍ରମିକମାନେ ପ୍ରବଳ କଂକ୍ରିଟ୍ ଭଗ୍ନବଶେଷ ଭିତରେ ଫସି ରହିଥିଲେ। ଏଥିରୁ ଦୁଇ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ ମାହି ନଦୀ ଉପରେ ବୁଲେଟ ଟ୍ରେନ ପ୍ରକଳ୍ପ ପାଇଁ ନିର୍ମାଣାଧୀନ ପୋଲ ଭଶୁଡ଼ିବା ଫଳରେ ଶ୍ରମିକମାନେ ପ୍ରବଳ କଂକ୍ରିଟ୍ ଭଗ୍ନବଶେଷ ଭିତରେ ଫସି ରହିଥିଲେ। ଏଥିରୁ ଦୁଇ ଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।
ନ୍ୟାସନାଲ ହାଇସ୍ପିଡ୍ ରେଲ୍ କର୍ପୋରେସନ୍ ଲିମିଟେଡ୍ ଏକ ବିବୃତିରେ କହିଛି ଯେ ମଙ୍ଗଳବାର ସନ୍ଧ୍ୟାରେ ମାହି ନଦୀର କଂକ୍ରିଟ୍ ବ୍ଲକ୍ ମଧ୍ୟରେ ୩ ଜଣ ଶ୍ରମିକ ଫସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଯେ, ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ କରିଡର ପାଇଁ ଗୁଜରାଟର ମୋଟ ୨୦ଟି ନଦୀ ପୋଲ ମଧ୍ୟରୁ ଏପର୍ଯ୍ୟନ୍ତ ୧୨ଟି ସମ୍ପୂର୍ଣ୍ଣ ହୋଇଛି। ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ କରିଡରର ଲମ୍ବ ୫୦୮ କିଲୋମିଟର । ଏନଏଚଏସଆରସିଏଲ କହିଛି ଯେ ଗୁଜରାଟର ନବସାରୀ ଜିଲ୍ଲାର ଖରେରା ନଦୀ ଉପରେ ୧୨୦ ମିଟର ଲମ୍ବା ପୋଲ ନିକଟରେ ସମ୍ପୂର୍ଣ୍ଣ ହୋଇଛି । ଏହାକୁ ମିଶାଇ ୧୨ଟି ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button