ରାଜ୍ୟ

ଆମ୍ବଟାକୁଆ ମୃତ୍ୟୁ: ୪ଦିନ ପରେ ମାଣ୍ଡିପଙ୍କାରେ ଜିଲ୍ଲାପାଳ

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଖାଇ ଦୁଇ ଜଣଙ୍କ ମୃତ୍ୟୁ ଓ ୬ ଜଣ ଗୁରୁତର ହେବା ଘଟଣାର ଚାରିଦିନ ପରେ ଆଜି ଜିଲ୍ଲାପାଳ ଅମ୍ରିତ ଋତୁରାଜ ଗାଁରେ ପହଞ୍ଚିଛନ୍ତି। ଗାଁର ବିଭିନ୍ନ ସମସ୍ୟାର ସମୀକ୍ଷା କରି ଉନ୍ନୟନ କାର୍ଯ୍ୟର ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

 

ଜିଲ୍ଲାପାଳ ପୂର୍ବାହ୍ନରେ ମାଣ୍ଡିପଙ୍କାରେ ପହଞ୍ଚି ଦୁଇ ମୃତକଙ୍କ ପରିବାର ଓ ୬ ଗୁରୁତରଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇବା ସହ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଛନ୍ତି। ଏହାପରେ ଗ୍ରାମରେ ଥିବା ଅନୁଷ୍ଠାନ ତଥା ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ବିଭିନ୍ନ ସମସ୍ୟାର ସମୀକ୍ଷା କରିଥିଲେ। ଗାଁରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ତୁରନ୍ତ କରାଯିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲାପାଳଙ୍କ ଗସ୍ତ ବେଳେ ବାଲିଗୁଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ବିଭାଗ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ବିଡିଓ ପ୍ରୀତିରଞ୍ଜନ ରଥ, ଏପିଓ କେଦାର ଚନ୍ଦ୍ର ପଣ୍ଡାଙ୍କ ସମେତ ସହକାରୀ ଯନ୍ତ୍ରୀ, କନିଷ୍ଠଯନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସହକାରୀ ଯନ୍ତ୍ରୀ ଉପସ୍ଥିତ ଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button