ଦେଶ- ବିଦେଶ

ଆକ୍ରମଣର ଦିନକ ପରେ କାନାଡାର ହିନ୍ଦୁ ସଭା ମନ୍ଦିର ବାହାରେ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ: କାନାଡ଼ାର ଏକ ହିନ୍ଦୁ ମନ୍ଦିରର ଭକ୍ତଙ୍କ ଉପରେ ଆକ୍ରମଣ କରିବାର ଦିନକ ପରେ କାନାଡାର ବ୍ରମ୍ପଟନ୍ ସ୍ଥିତ ହିନ୍ଦୁ ସଭା ମନ୍ଦିର ବାହାରେ ଏକ ବିରାଟ ବିରୋଧ ପ୍ରଦର୍ଶନ କରାଯାଇଛି।

ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ସ୍ଥାନୀୟ ବାସିନ୍ଦାଙ୍କ ସହ ମନ୍ଦିର ବାହାରେ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ଭାରତୀୟ ଏବଂ କନଡୀୟ ପତାକା ଉତ୍ତୋଳନ କରି ସ୍ଲୋଗାନ ଦେଇଛନ୍ତି, ସେମାନେ ଖାଲିସ୍ତାନୀ ଉଗ୍ରବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ସୂଚନା ରହିଛି।

କାନାଡାରେ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ନେଇ ଭାରତରେ ପ୍ରବଳ ରୋଷ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି କଂଗ୍ରେସ ପର୍ଯ୍ୟନ୍ତ ଏହି ଘଟଣାକୁ ନିନ୍ଦା କରିଛନ୍ତି । ଏବେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘଟଣାକୁ ନିନ୍ଦା କରିଛନ୍ତି।

ଅରବିନ୍ଦ କେଜ୍ରିୱାଲ ନିଜ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, “ମୁଁ କାନାଡାରେ ଘଟିଥିବା ଘଟଣାକୁ ଦୃଢ଼ ନିନ୍ଦା କରୁଛି। ଭାରତ ସରକାର ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। କେବଳ ଦେଶର ସମସ୍ତ ରାଜନୈତିକ ଦଳ ନୁହଁନ୍ତି ବରଂ ଦେଶର ସମସ୍ତ ୧୪୦ କୋଟି ଜନତା ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଛିଡା ହୋଇଛନ୍ତି ।

ଏହି ଘଟଣାକୁ ପ୍ରଧାନମନ୍ତ୍ରୀ ମୋଦୀ ତୀବ୍ର ନିନ୍ଦା କରିଛନ୍ତି । ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ସେ ଲେଖିଛନ୍ତି, କାନାଡାରେ ହିନ୍ଦୁ ମନ୍ଦିର ଉପରେ ଜାଣିଶୁଣି ହୋଇଥିବା ଆକ୍ରମଣକୁ ମୁଁ ଦୃଢ଼ ନିନ୍ଦା କରୁଛି। ଆମ କୂଟନୀତିଜ୍ଞମାନଙ୍କୁ ଭୟଭୀତ କରିବାର କାପୁରୁସତାପୂର୍ଣ୍ଣ ପ୍ରୟାସ ମଧ୍ୟ ସେତିକି ଭୟଙ୍କର। ଏଭଳି ହିଂସାକାଣ୍ଡ ଭାରତର ସଂକଳ୍ପକୁ କେବେ ବି ଦୁର୍ବଳ କରିବ ନାହିଁ। ଆମେ ଆଶା କରୁଛୁ ଯେ କାନାଡା ସରକାର ନ୍ୟାୟ ସୁନିଶ୍ଚିତ କରିବେ ଏବଂ ଆଇନର ଶାସନକୁ ବଜାୟ ରଖିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button