ଚର୍ଚ୍ଚାରେ ଆର୍ସେଲର ମିତ୍ତଲ ମେଗା ଷ୍ଟିଲ୍ ପ୍ଲାଣ୍ଟ, ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ରିପୋର୍ଟ
ଚର୍ଚ୍ଚାରେ ଆର୍ସେଲର ମିତ୍ତଲ ମେଗା ଷ୍ଟିଲ୍ ପ୍ଲାଣ୍ଟ । ଆନ୍ଧ୍ର ପ୍ରଦେଶରେ ମେଗା ଷ୍ଟିଲ ପ୍ଲାଣ୍ଟ କରିବାକୁ କମ୍ପାନୀର ଘୋଷଣା ପରେ କେନ୍ଦ୍ରାପଡ଼ାରେ ପ୍ରସ୍ତାବିତ ମିତ୍ତଲ ଷ୍ଟିଲ ପ୍ଲାଣ୍ଟକୁ ନେଇ ଚର୍ଚ୍ଚା । ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଆନ୍ଧ୍ର ପ୍ରଦେଶରେ ମେଗା ଷ୍ଟିଲ ପ୍ଲାଣ୍ଟ କରିବ ଆର୍ସେଲର ମିତ୍ତଲ ।
ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ରିପୋର୍ଟ ।
ଏହି ରିପୋର୍ଟ ଅନୁସାରେ ଆନ୍ଧ୍ର ପ୍ରଦେଶ ଅନକାପଲ୍ଲୀରେ ୧ ଲକ୍ଷ ୪୦ ହଜାର କୋଟି ପୁଞ୍ଜି ନିବେଶରେ ମେଗା ଷ୍ଟିଲ ପ୍ଲାଣ୍ଟ କରିବ ମିତ୍ତଲ । ଏଥିପାଇଁ ଆନ୍ଧ୍ର ସରକାରଙ୍କୁ ୨ହଜାର ଏକର ଜମି ମାଗିଛି କମ୍ପାନୀ । ଆନ୍ଧ୍ର ପ୍ରଦେଶ ଆଇଟି ମନ୍ତ୍ରୀ ନାରା ଲୋକେଶ ଓ ଆର୍ସେଲର ମିତ୍ତଲର ସିଇଓ ଆଦିତ୍ୟ ମିତ୍ତଲଙ୍କ ମଧ୍ୟରେ ଜୁମ କଲରେ ହୋଇଥିବା ବୈଠକରେ ପ୍ରକଳ୍ପ ନେଇ ନିଷ୍ପତ୍ତି ହୋଇଥିବା ସୂଚନା ରହିଛି । ଆସନ୍ତାବର୍ଷ ଜାନୁଆରୀରେ ପ୍ରକଳ୍ପର ଶୁଭ ପଡ଼ିପାରେ।
ଏହି କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୧୭.୮ ନିୟୁତ ମେଟ୍ରିକ ଟନ୍ ରହିବ। ତେବେ ଆନ୍ଧ୍ରରେ ମିତ୍ତଲ ପ୍ରକଳ୍ପ ଘୋଷଣା ପରେ କେନ୍ଦ୍ରାପଡ଼ା ପ୍ରକଳ୍ପକୁ ଚର୍ଚ୍ଚା ଆରମ୍ଭ ହୋଇଛି । କେନ୍ଦ୍ରାପଡ଼ାରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପୂର୍ବରୁ ଏମଓୟୁ କରିଥିଲା କମ୍ପନା । ଏବେ କେନ୍ଦ୍ରାପଡ଼ା ପ୍ରକଳ୍ପ ନେଇ ଆର୍ସେଲର ମିତ୍ତଲ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ସ୍ପଷ୍ଟିକରଣ ଦିଆଯାଇ ନାହିଁ । ପୂର୍ବରୁ କେନ୍ଦ୍ରାପଡ଼ା ପ୍ରଳ୍ପଳ୍ପ ପାଇଁ ୨୦୨୧ ମାର୍ଚ୍ଚରେ ଏମଓୟୁ ସ୍ବାକ୍ଷର ହୋଇଥିଲା ।
ଆର୍ସେଲର ମିତ୍ତଲ ଏମଓୟୁ କରିଥିଲା । ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୩ ଏପ୍ରିଲ ୪ରେ ଜାପାନ ଟୋକିଓରେ ନିପ୍ପନ ଷ୍ଟିଲ କର୍ପୋରେସନର ପ୍ରତିନିଧି ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିଲେ । ଏହା ପରଦିନ ଟୋକିଓରେ ଓଡ଼ିଶା ସରକାର ଟୋକିଓରେ ବିଜନେସ୍ ମିଟ୍ -୨୦୨୩ ଆୟୋଜନ କରିଥିଲେ । ଏପଟେ ସତ ହୋଇଥିଲେ ଓଡିଶା ପାଇଁ ବ୍ୟାପକ କ୍ଷତି ହେବ ବୋଲି ପୂର୍ବତନ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି।