ଦେଶ- ବିଦେଶ

ଅଳ୍ପ ବୟସରୁ ଚୁଟି ପାଚିବା ସମସ୍ଯା ପାଇଁ ଚିନ୍ତିତ ! ଚୁଟି ଧଳା ହୋଇଯିବାର କାରଣ ଓ ତାହାର ନିରାକରଣ ଜାଣନ୍ତୁ –

ବନ୍ଧୁଗଣ ବର୍ତ୍ତମାନ ସମୟରେ ବହୁତ ଲୋକଙ୍କର ବହୁତ କମ୍ ବର୍ଷ ବୟସରୁ ଚୁଟି ପାଚିକି ଧଳା ହୋଇଯାଉଛି । ଯାହାକି ଆଜିକାଲି ବହୁତ ଲୋକଙ୍କ ପାଇଁ ଏହା ଏକ ମୁଖ୍ୟ ସମସ୍ଯା ପାଲଟିଯାଇଛି । ତେବେ କମ୍ ବର୍ଷ ବୟସରୁ ଚୁଟି ଧଳା ହୋଇଯିବାର କାରଣ ଗୁଡିକ କଣ ସେହି ବିଷୟରେ ଜାଣିବା । ଏଥିସହ ଧଳା କେଶ ଗୁଡିକୁ କଳା କରିବାର ଉପାୟ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ପ୍ରଥମ କାରଣ ହେଉଛି ଶରୀରରେ ନ୍ୟୁଟ୍ରସନର କମି ହେଲେ କେଶ ଧଳା ହୋଇଥାଏ । ଶରୀରରେ ଆଇରନ, କପର ଭଳି ନ୍ୟୁଟ୍ରସନ ଅଭାବ ହେଲେ କେଶ ଧଳା ହୋଇଥାଏ । ଦ୍ଵିତୀୟ କାରଣ ହେଉଛି ଯଦି ଆପଣଙ୍କୁ ଥାଇରଏଡ ବା ଅନ୍ୟ କୌଣସି ରୋଗ ଅଛି ତେବେ କେଶ ଧଳା ହୋଇପାରେ କମ ବୟସରୁ ।

ବଂଶାନୁକ୍ରମରେ ଯଦି କାହାର କେଶ କମ ବୟସରେ ଧଳା ହୋଇଥାଏ ତେବେ ତାଙ୍କର ଆଗାମୀ ପିଢୀରେ ମଧ୍ୟ ସେମିତି ଦେଖିବାକୁ ମିଳିଥାଏ । ନ୍ଯାଚୁରାଲ ଭାବେ କେଶକୁ କଳା କରିବା ପାଇଁ ଭିଟାମିନ-ବି12 ଓ ଜିଙ୍କ ଥିବା ଖାଦ୍ଯ ଖାଇବା ଉଚିତ । ଭିଟାମିନ-ବି 12 ଓ ଜିଙ୍କ କ୍ଷୀର, ଦହି ରେ ପ୍ରଚୁର ପରିମାଣରେ ରହିଥାଏ ।

ଏହା ସହ ରାଜମା, ଚଣା, ଛୋଲେ, ମୁଗ ମଧ୍ୟ ଖାଇବା ଉଚିତ । ଏହା ଦ୍ଵାରା କେଶ ଜନିତ ସମସ୍ଯା ଦୂର ହୋଇଥାଏ । ଏହା ଛଡା ଆମଲା ଜୁସ ପ୍ରତିଦିନ ସେବନ କରିପାରିବେ । ଏହା ସହ ଚୱନପ୍ରାସ ମଧ୍ୟ ଖାଇପାରିବେ । ଏଥିରେ ମଲ୍ଟି ଭିଟାମିନ ଭଳି ଶରୀରରେ କାମ କରିବ । ପ୍ରୋଟିନ ପାଇଁ ଡାଲି ଜାତୀୟ ଖାଦ୍ଯର ଅଧିକରୁ ଅଧିକ ସେବନ କରନ୍ତୁ ।

ସାବୁ, ଗଜା ମୁଗ, ବୁଟ ଆଦି ସେବନ କରିଲେ ପ୍ରୋଟିନ ର ଅଭାବ ଦୂର ହୋଇଥାଏ । ଡାଏତ କରିବା ସହ ଯୋଗାସନ କରିବା ନିହାତି ଜରୁରୀ ଅଟେ । ଯେମିତିକି ସିର୍ସା ଆସନ, ସର୍ବାଙ୍ଗ ଆସନ କରିବା ଦ୍ଵାରା ଆପଣଙ୍କ ମୁଣ୍ଡକୁ ଅଧିକ ବ୍ଲଡ଼ ସପ୍ଲାଏ ହେବ । ଯାହା ଦ୍ଵାରା କେଶ ମଜବୁତ ହେବ ଓ ନୂଆ କେଶ ଉଠିବାରେ ଲାଗିବ ।

ପ୍ରତେକ ଦିନ ତେଲ କେଶରେ ଲଗାଇବା ଉଚିତ । ଯଦି ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ଯା ବା ବଂଶଗତ ସମସ୍ଯା ଅଛି ତେବେ ଏଥିପାଇଁ କିଛି ଉପାୟ କରନ୍ତୁ । ଯଦି ଆପଣଙ୍କୁ ଥାଇରଏଡ ସମସ୍ଯା ଅଛି ତେବେ ମେଡ଼ିସିନ ନେବା ସହ ଚିକିତ୍ସା ଜାରି କରନ୍ତୁ । ଯଦି ଏଲୋପାସିଆ ରୋଗରେ ପୀଡିତ ଅଛନ୍ତି ତେବେ ଚିକିତ୍ସା ଜାରି କରନ୍ତୁ ।

ଯଦି କମ ବୟସରୁ କେଶ ଧଳା ହେଉଛି ଯାହାକି ବଂଶାନୁଗତ କାରଣରୁ ହେଉଛି ତେବେ ଏହାର କୌଣସି ସମାଧାନ ନାହି । କାରଣ ଆପଣଙ୍କ ଡିଏନଏ କୁ କେବେ ପରିବର୍ତ୍ତନ କରାଯାଇ ପାରିବ ନାହି । ତେଲ ମସାଜ ଦ୍ଵାରା କେଶ ସାଇନିଙ୍ଗ ହେବ କିନ୍ତୁ କଳା ହେବ ନାହିଁ । ତେଣୁ ଏହି ସବୁ ଉପାୟ ନିଶ୍ଚୟ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button