ଦେଶ- ବିଦେଶ

ଟ୍ରେନରେ ଯାଉଥିବା ବାଣ ବିସ୍ଫୋରଣ, ୪ ଆହତ

ନୂଆଦିଲ୍ଲୀ: ରୋହତକରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନରେ ଯାଉଥିବା ବାଣ ହଠାତ୍ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ଯୋଗୁଁ ଏକ ବଗିରେ ନିଆଁ ଲାଗିଯିବାରୁ ୪ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ ଅସାବଧାନତା ବସତଃ ବାଣ ଓ ଅନ୍ୟ କେତେକ ବିସ୍ଫୋରକ ସାମଗ୍ରୀରେ ବିସ୍ଫୋରଣ ହୋଇଥିଲା ।

 

ଖବର ପାଇ ରେଳବାଇ ପୁଲିସ ଓ ସ୍ଥାନୀୟ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ରେଳବାଇ ଓ ପୁଲିସ ଟିମ୍ ଘଟଣାସ୍ଥଳପରିଦର୍ଶନ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ କେହି ବାଣ ତିଆରିରେ ଲାଗୁଥିବା ସଲଫର-ପଟାଶ ନେଇ ଯାଉଥିଲେ ଏବଂ ଏହା ବିସ୍ଫୋରଣର କାରଣ ହୋଇଥିଲା । ଦିଲ୍ଲୀରୁ ଏକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଏ ସମ୍ପର୍କରେ ପଚରାଉଚରା କରିଥିବା ଜଣାପଡ଼ିଛି। ଏତଦ୍ ବ୍ୟତୀତ ଏଫ୍ଏସ୍ଏଲ୍ ଟିମ୍ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ଆବଶ୍ୟକ ତଥ୍ୟ ସଂଗ୍ରହ କରିଛି।

ପୁଲିସ ସୂଚନା ଅନୁଯାୟୀ, ଯାତ୍ରୀବାହୀ ଟ୍ରେନଟି ରୋହତକ ରେଳ ଷ୍ଟେସନରୁ ଅପରାହ୍ନ ପ୍ରାୟ ୪ଟା ୨୦ରେ ଦିଲ୍ଲୀ ଅଭିମୁଖେ ବାହାରିଥିଲା। ସାମ୍ପଲା ଷ୍ଟେସନଠାରୁ ଟ୍ରେନ୍ ଟିକିଏ ଆଗକୁ ଯିବା ବେଳେ ହଠାତ୍ ଏକ ବଗିରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଯୋଗୁଁ ୪ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଟ୍ରେନରେ ବିସ୍ଫୋରଣ ଖବର ପାଇ ସାମ୍ପଲା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେପଟେ ରୋହତକରୁ ଆରପିଏଫ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ପଚରାଉଚରା କରିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button