ଦେଶ- ବିଦେଶ

ଚା ପିଇବା ସମୟରେ କରାଯାଇଥିବା ୮ଟି ଭୁଲ ଆପଣଙ୍କର କରାଇପାରେ କର୍କଟ , ରକ୍ତହୀନତା , କୋଷ୍ଠକାଠିନ୍ୟ , ଅର୍ଶ ଭଳି ରୋଗର ରୋଗୀ

ଅଧିକାଂଶ ଲୋକଙ୍କୁ ଚା ପିଇବା ଅତ୍ୟନ୍ତ ଭଲ ଲାଗିଥାଏ। ଚା ପିଇବା ଦ୍ୱାରା ଶରୀରକୁ କ୍ୟାଫିନ ମିଳିଥାଏ , ଫୁର୍ତ୍ତି ଲାଗିଥାଏ କିନ୍ତୁ ଏହାର ବହୁତ ଅଧିକ ଲାଭ ନାହିଁ। ଖାଲିପେଟରେ ଚା ପିଇବାକୁ କ୍ଷତିକାରକ କୁହାଯାଇଛି। କେବଳ ଏତିକି ନୁହେଁ , ଚା ସହିତ ଆଉ କିଛି ଖାଦ୍ୟପଦାର୍ଥ ସେବନ କରିବା ଦ୍ୱାରା ଅନେକ କ୍ଷତି ହୋଇପାରେ।

ଆମେ ଆପଣଙ୍କୁ ଏଭଳି କିଛି ଭୁଲ ବିଷୟରେ କହିବାକୁ ଯାଉଛୁ , ଯାହାକୁ ଆପଣ ଚା ପିଇବା ସମୟରେ କରିପାରନ୍ତି। ଏହି ଭୁଲ ଯୋଗୁଁ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଅନେକ କ୍ଷତିକାରକ ପ୍ରଭାବ ପଡିପାରେ। ଉଦାହରଣ ସ୍ୱରୂପ , ଚା ସହିତ ଅଣ୍ଡା ସେବନ କରିବା , ପ୍ଲାଷ୍ଟିକ କପରେ ଚା ପିଇବା କିମ୍ବା ଖାଲି ପେଟରେ ଚା ପିଇବା ଇତ୍ୟାଦି। ଏଭଳି ଭୁଲ ଆପଣଙ୍କୁ କର୍କଟ ଭଳି ରୋଗରେ ପୀଡିତ କରାଇପାରେ।

ଅଧିକ ଗରମ ଚା ପିଇବା:-

ଏକ ଗବେଷଣା ଅନୁଯାୟୀ , ଗରମ ଚା ସେବନ କରୁଥିବା ବ୍ୟକ୍ତିଙ୍କର ଖାଦ୍ୟନଳୀ କର୍କଟ ହେବାର ଆଶଙ୍କା ବଢି ଯାଇଥାଏ। ପ୍ରତିଦିନ ୭୫ ପ୍ରତିଶତ କିମ୍ବା ତାଠାରୁ ଅଧିକ ଗରମ ଚା ସେବନ କରୁଥିବା ବ୍ୟକ୍ତିଙ୍କର ଖାଦ୍ୟନଳୀ କର୍କଟ ହେବାର ଆଶଙ୍କା ଦୁଇଗୁଣ ବଢି ଯାଇଥାଏ।

Google

ଏହାର ମୁଖ୍ୟ କାରଣ ଗରମ ଜିନିଷ ଗଳାର କୋଷକୁ କ୍ଷତି ପହଞ୍ଚାଇଥାଏ। ଗରମ ଚା ପିଇବା ଦ୍ୱାରା କେବଳ ଗଳାର କର୍କଟ ନୁହେଁ ବରଂ ଏସିଡିଟି , ଘା କିମ୍ବା ପେଟ ସହ ଜଡିତ ଅନେକ ରୋଗ ହୋଇପାରେ।

ବର୍ଜନୀୟ କପରେ ଚା ପିଇବା:-

ଆଇଆଇଟି ଖଡଗପୁରର ଏକ ଅଧ୍ୟୟନ ଅନୁଯାୟୀ , ଏହି କଥା ସାମ୍ନାକୁ ଆସିଛି ଯେ , ଯଦି କୌଣସି ବ୍ୟକ୍ତି କାଗଜ କିମ୍ବା ପ୍ଲାଷ୍ଟିକ କପରେ ଦିନକୁ ତିନି ଚାରିଥର ଚା ପିଇଥାନ୍ତି , ତେବେ ତାଙ୍କ ଶରୀର ମଧ୍ୟକୁ ପ୍ଲାଷ୍ଟିକର ୭୫,୦୦୦ ସୁକ୍ଷ୍ମ କଣିକା ଚାଲି ଯାଇଥାଏ।

ଚା ସହିତ ସବୁଜ ପନିପରିବାର ସେବନ:-

ସବୁଜ ପନିପରିବା ଏବଂ ଶୁଖିଲା ଫଳରେ ବହୁ ପରିମାଣରେ ପୋଷକ ତତ୍ୱ ରହିଥାଏ , ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। କିନ୍ତୁ ଚା ସହିତ ଏଗୁଡିକ ସେବନ କରିବା ବିଷ ଠାରୁ କମ ହୋଇନଥାଏ। ଆପଣଙ୍କୁ କହିରଖୁଛୁ ଯେ , କୋବି , ଫୁଲକୋବି , ମୂଳା , ସୋରିଷ , ବ୍ରୋକଲି , ଗଜା ମୁଗ , ଗଜା ବୁଟ ଏବଂ ସୋୟାବିନ ଭଳି ଜିନିଷରେ ଗାଇଟ୍ରୋଗନ୍ସ ରହିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button