ରାଶିରୁ ଜାଣନ୍ତୁ କେମିତି ହେବ ଆପଣଙ୍କର ହେବାକୁ ଥିବା ସ୍ୱାମୀ,ଆପଣ ଶଶୁର ଘରେ ସୁଖରେ ରହିବେ ନାଁ ଦୁଃଖରେ ରହିବେ ଜାଣନ୍ତୁ
ବାହାଘର ପରେ ସର୍ବଦା ଝିଅ ମନରେ ଏହି ପ୍ରଶ୍ନ ଉଠି ଥାଏ କି ତାଙ୍କର ବୈବାହିକ ଜୀବନ କେମିତି ରହିବ? ଏହି କଥା ଝିଅର କୁଣ୍ଡଳିରେ ଉପସ୍ଥିତ ସପ୍ତମ ଘରର ଆଧାର ଉପରେ ଜାଣି ହେବ।
ମେଷ ରାଶି:-
କୁଣ୍ଡଳିରେ ସପ୍ତମ ଘରେ ମେଷ ରାଶି ଥିଲେ ଝିଅଙ୍କର ସ୍ୱାମୀ ଜମି, ଘର ଏବଂ ଅନେକ ସମ୍ପତ୍ତିର ମାଲିକ ହୋଇଥାନ୍ତି। ଝିଅ ଏକ ସୁଖୀ ଏବଂ ସମୃଦ୍ଧିଶାଳୀ ବୈବାହିକ ଜୀବନ ବ୍ୟତିତ କରିଥାଏ।
ବୃଷ:-
ଯେଉଁ ଝିଅଙ୍କ କୁଣ୍ଡଳିରେ ସପ୍ତମ ଘରେ ବୃଷ ରାଶି ଥିବ ତ ତେବେ ତାଙ୍କୁ ସୁନ୍ଦର ଏବଂ ଗୁଣବାନ ସ୍ୱାମୀ ମିଳିଥାଏ। ତାଙ୍କର ଜୀବନସାଥୀଙ୍କ କଥା ବହୁତ ମଧୁର ହୋଇଥାଏ ଏବଂ ସେ ତାଙ୍କର ପତ୍ନୀଙ୍କର ସବୁ କଥା ମାନିଥାଆନ୍ତି।
ମିଥୁନ ରାଶି:-
କୁଣ୍ଡଳିରେ ସପ୍ତମ ଘରେ ମିଥୁନ ରାଶି ଥିବ ତ ତେବେ ଝିଅଟିକୁ ଉଚ୍ଚ ଚିନ୍ତା ଧାରା ଏବଂ ଖୋଲା ହୃଦୟ ବାଲା ସ୍ୱାମୀ ମିଳିଥାଏ। ସେ ଏକ ବୁଦ୍ଧିମାନ ବିଜନେସମେନ ମଧ୍ୟ ହୋଇଥାଏ।
Google
କର୍କଟ ରାଶି:-
ଯଦି କୁଣ୍ଡଳିରେ ସପ୍ତମ ଘର କର୍କଟ ରାଶି ଥିବ ତେବେ ଝିଅଟିକୁ ଏକ ସୁନ୍ଦର ସ୍ୱାମୀ ମିଳିଥାଏ। ତାଙ୍କର ସ୍ୱାମୀଙ୍କ ଘର ଏବଂ ସମାଜରେ ବହୁତ ମାନ ସମ୍ମାନ ଥାଏ।
ସିଂହ ରାଶି:-
ଯେତେବେଳେ କୁଣ୍ଡଳିରେ ସପ୍ତମ ଘରେ ସିଂହ ରାଶି ଥିବ ତ ଆପଣ ଜଣେ ସଚ୍ଚୋଟ ସ୍ୱାମୀ ପାଇବେ। ତଥାପି ସେ ନିଜ ପତ୍ନୀଙ୍କ ପାଖରୁ ନିଜ କଥାଙ୍କୁ ନେଇ କଥା ମନେଇ ନେଇ ପାରନ୍ତି।