ଦେଶ- ବିଦେଶ

କିଚେନ ଗାର୍ଡେନରେ ଲଗାନ୍ତୁ ଏହିସବୁ ଗଛ, ସୁନ୍ଦର ଦେଖାଯିବା ସହିତ ମିଳିବ ଶୁଦ୍ଧ ବାୟୁ

ଗଛଲତା ସମସ୍ତଙ୍କୁ ଭଲ ଲାଗିଥାଏ। ଯେଉଁ ସ୍ଥାନରେ ଗଛଲତା ପରିପୂର୍ଣ୍ଣ ରହିଥାଏ, ସେଠାରେ ଶୁଦ୍ଧ ବାୟୁ ସହିତ ଅମ୍ଳଜାନ ଭରପୂର ରହିଥାଏ। ବିନା ବୃକ୍ଷଲତାରେ ଆମ ଜୀବନ ନିରର୍ଥକ। ବୃକ୍ଷ ଆମକୁ ଆହାର ଦେବା ସହିତ ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ ଅମ୍ଳଜାନ ମଧ୍ୟ ଦେଇଥାଏ। କିନ୍ତୁ କିଛି ହର୍ବାଲ ଗଛ ରହିଛି, ଯାହାକୁ ଆପଣ କିଚେନ ଗାର୍ଡେନରେ ଲଗାଇପାରିବେ। ଯାହା ଆପଣଙ୍କ କିଚେନର ସୁନ୍ଦରତା ବଢାଇବା ସହିତ ଖାଦ୍ୟର ସ୍ୱାଦ ମଧ୍ୟ ବଢାଇବ। ଏହାସହିତ ଆପଣ ମଧ୍ୟ ସୁସ୍ଥ ରହିବେ।

pudina

ପୁଦିନା : ଏହାକୁ ଲଗାଇବା ବହୁତ ସହଜ। ପୁଦିନା ପତ୍ରକୁ କାଢି ପୁଣି ଥରେ ଏହାର ଚେରକୁ ଲଗାଇ ଦିଅନ୍ତୁ। ଏହା ଅଳ୍ପ ଦିନରେ ପୁଣି ଥରେ କଅଁଳିବା ଆରମ୍ଭ କରିବ। ଏହା ଆପଣଙ୍କ ଖାଦ୍ୟର ସ୍ୱାଦକୁ ମଧ୍ୟ ବଢାଇବ।

plant 1

ରୋଜମେରୀ : ଏଥିରେ ଆଇରନ, କ୍ୟାଲସିୟମ ଏବଂ ଭିଟାମିନ ବି ୬ ଭରପୂର ମାତ୍ରାରେ ରହିଥାଏ। ରୋଜମେରୀରେ ଏଭଳି ତତ୍ତ୍ୱ ରହିଥାଏ, ଯାହା ଆପଣଙ୍କ ଏକାଗ୍ରତା ବଢାଇଥାଏ। ଏହାକୁ ଆପଣ ପିଜା କିମ୍ବା ପାସ୍ତାରେ ବ୍ୟବହାର କରିପାରିବେ।

chili

କଞ୍ଚାଲଙ୍କା, ଧନିଆପତ୍ର, ଅରିଗାନୋ, ପାର୍ସଲେ ଇତ୍ୟାଦି ଗଛ ଆପଣ କିଚେନ ଗାର୍ଡେନରେ ଲଗାଇପାରିବେ। ଯାହା ଆପଣଙ୍କ କିଚେନକୁ ସୁନ୍ଦର କରିବା ସହିତ ଖାଦ୍ୟର ସ୍ୱାଦ ବଢାଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button