ଦେଶ- ବିଦେଶ

ବିଷ୍ଣୋଇ ଗ୍ୟାଙ୍ଗରୁ ପପୁ ଯାଦବଙ୍କୁ ମିଳିଲା ଧମକ, କହିଲେ-ସଲମାନ ମାମଲାରୁ ଦୂରରେ ରୁହ ନଚେତ୍…

ମୁମ୍ଵାଇ ୨୮।୧୦: ବିହାରର ପୁର୍ନିଆର ସାଂସଦ ପପୁ ଯାଦବଙ୍କୁ ଲରେନ୍ସଙ୍କ ଗ୍ୟାଙ୍ଗରୁ ଧମକ ଦିଆଯାଇଛି। କିଛି ଦିନ ପୂର୍ବରୁ ପପୁ ଯାଦବ ୨୪ ଘଣ୍ଟା ମଧ୍ୟରେ ଲରେନ୍ସଙ୍କ ନେଟୱାର୍କକୁ ସମାପ୍ତ କରିବା ବିଷୟରେ କହି ଏହି ଗ୍ୟାଙ୍ଗକୁ ଚ୍ୟାଲେଞ୍ଜ କରିଥିଲେ। ବର୍ତ୍ତମାନ ଧମକ ପାଇବା ପରେ ପପୁ ଯାଦବ ପୋଲିସକୁ ସୂଚନା ଦେଇଥିଲେ।

ସାଂସଦ ପପୁ ଯାଦବ କହିଛନ୍ତି ଯେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି।

ଏହି ଧମକ ପାଇବା ପରେ ପପୁ ଯାଦବ ସୁରକ୍ଷା ପାଇଁ ବିହାରର ଡିଜିପିଙ୍କୁ ନିବେଦନ କରିଛନ୍ତି। ପପୁ ଯାଦବ କହିଛନ୍ତି, ‘ଲରେନ୍ସଙ୍କ ନାମ ନେଇ ମୋତେ ଧମକ ଦିଆଯାଇଛି। ମୁଁ ବିହାରର ଡିଜିପି ଏବଂ ପୁର୍ନିଆର ଆଇଜିଙ୍କୁ ସୂଚନା ଦେଇଛି। ସେ ତାଙ୍କ ସୁରକ୍ଷା ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି।

ହ୍ଵାଟ୍ସଆପ୍କୁ କଲ କରି ଦିଆଯାଇଛି ଧମକ

ପପୁ ଯାଦବ କହିଛନ୍ତି, ‘ମୁଁ ଲଗାତାର ଧମକ ପାଉଛି। ମୋ ସହିତ କୌଣସି ଅଘଟଣ ଘଟିପାରେ। ‘ ଯେଉଁଥିରେ ସାଂସଦଙ୍କୁ ସଲମାନ ଖାନ ପ୍ରସଙ୍ଗରୁ ଦୂରରେ ରହିବାକୁ କୁହାଯାଇଥିଲା ନଚେତ୍ ଆମେ ରେଷ୍ଟ ଅଣ୍ଡ ପିସ୍ କରି ଦେବୁ।

ପପୁ ଯାଦବ ବିଷ୍ଣୋଇ ଗ୍ୟାଙ୍ଗକୁ ଚ୍ୟାଲେଞ୍ଜ କରିଥିଲେ

ବାବା ସିଦ୍ଦିକିଙ୍କ ହତ୍ୟା ପରେ ସାଂସଦ ପପୁ ଯାଦବ ବିଷ୍ଣୋଇ ଗ୍ୟାଙ୍ଗକୁ ଚ୍ୟାଲେଞ୍ଜ କରି କହିଥିଲେ ଯେ ସେ ୨୪ ଘଣ୍ଟା ମଧ୍ୟରେ ଲରେନ୍ସଙ୍କ ନେଟୱାର୍କକୁ ଶେଷ କରି ପାରିବେ। ସେ କହିଥିଲେ, ‘ଜେଲରେ ବସିଥିବା ଜଣେ ଅପରାଧୀ ତାଙ୍କ ଇଚ୍ଛା ଅନୁଯାୟୀ ଲୋକଙ୍କୁ ହତ୍ୟା କରୁଛି ଏବଂ ସମସ୍ତେ ମୂକ ଦର୍ଶକ ହୋଇ ରହିଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button