ଦେଶ- ବିଦେଶ

ଆପଣଙ୍କୁ ଯଦି ଏହି ସବୁ ସଙ୍କେତ ମିଳିବା ଆରମ୍ଭ ହୁଏ – ତେବେ ଜାଣିବେ ଯେ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି

ନମସ୍କାର, ଆପଣଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ କହିବୁ କିଛି ଏଭଳି ସଂକେତ ବିଷୟରେ ଯାହା ମିଳିବା ଦ୍ଵାରା ଆପଣ ଜାଣିବେ କି ଆପଣଙ୍କର ଭଲ ସମୟ ଆସିବ ବୋଲି ।  ଜୀବନରେ ଛୋଟ ଛୋଟ ବହୁତ ଘଟଣା ଘଟେ ଯାହାକୁ ଆମେ କେବେ ଧ୍ୟାନ ଦେଇ ନଥାଉ । କିନ୍ତୁ ସେହି ସବୁ ଘଟଣା ପ୍ରତି ଯଦି ଆପଣ ଧ୍ୟାନ ଦେବେ ତେବେ ବୁଝିପାରିବେ ଏହା କିଛି ଏମିତି ସେମେତି ଘଟଣା ନୁହେଁ ବରଂ ଏହା ହେଉଛି କିଛି ସଂକେତ ଯାହା ଆପଣଙ୍କୁ ଭବିଷ୍ୟତ ବିଷୟରେ ବହୁତ କିଛି କୁହେ ।

ତେବେ କଣ ସେହି ସବୁ ସଂକେତ ଆଜି ଆମେ ସେହି ବିଷୟରେ ଆଲୋଚନା କରିବା । ଆପଣ ଜାଣିଥିବେ ବା ବେଳେ ବେଳେ ଶୁଣିଥିବେ କିଛି ଲୋକ କହିବାର  କି ଆଜି ଘରୁ ବାହାରୁ ବାହାରୁ କିଛି ଗୋଟେ ତାଙ୍କୁ ଆଭାସ ହେଲା ଓ ତା ପରେ କିଛି ଅଘଟଣ ବା ଶୁଭ ଘଟଣା ଘଟିଲା । ତେବେ କିଛି ସଂକେତ ଆଗକୁ ଥିବା ଅଘଟଣ ବିଷୟରେ ସତର୍କ କରାଏ ତ କିଛି ସଂକେତ ଆଗକୁ ଆସିବାକୁ ଥିବା ଭଲ ଦିନ ବିଷୟରେ କହିଥାଏ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ କିଛି ଖାସ କଥା ।

ଗାଈ ହମ୍ବା ରଡ଼ି

ସକାଳୁ ସକାଳୁ ଉଠି ଘରୁ ବାହାରିବା ବେଳକୁ ଯଦି ଆପଣ ଗାଈର ରଡି ଶୁଣନ୍ତି ତେବେ ଏହା ବହୁତ ଭାଗ୍ଯର କଥା । ଏଥିରୁ ଜାଣିବେ ଯେ ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି ।

କାଉ ବୋବେଇବା

ଯଦି କାଉ ଘରର କାନ୍ଥ ରେ ବସି ବୋବାଏ ତେବେ ଜାଣିବେ ଯେ ଘରକୁ କେହି ବନ୍ଧୁ ଆସିବାର ଅଛି ବା କିଛି ଭଲ ଖବର ଶୁଣିବାକୁ ମିଳିବ ।

ମାଙ୍କଡ଼ ଆମ୍ବ ପେନ୍ଥା ପକାଇବା

ଯଦି କୌଣସି ମାଙ୍କଡ଼ ଆପଣଙ୍କ ଘର ଅଗଣାରେ କେଉଁଠୁ ଆମ୍ବ ପେନ୍ଥା ଆଣି ପକାଇଥାଏ ତେବେ ଆପଣଙ୍କ ବ୍ୟବସାୟରେ ଲାଭ ହେବ ।

ଚଢ଼େଇ ବୋବାଇବା

ହରଡ଼ ଚଢ଼େଇ ଯଦି  ଘର ଦକ୍ଷିଣ ଭାଗରେ ବୋବାଇଥାଏ ତେବେ ଜାଣିବେ ଆପଣଙ୍କୁ ଖୁବ୍ ଶୀଘ୍ର ଧନ ପ୍ରାପ୍ତି ହେବ।

କଳା ପିମ୍ପୁଡ଼ି

ଘରର କାନ୍ଥରେ କଳା ପିମ୍ପୁଡ଼ି ରହିବା ଆରମ୍ଭ କରିଲେ ଜାଣିବେ ସେ ଘରର ଭାଗ୍ୟ ଉଦୟ ହେବ ।

ଗୁଡ଼

ଘରୁ କୌଣସି କାମରେ ବାହାରିକି ଯିବା ସମୟରେ ଯଦି କାହାକୁ ଗୁଡ କିଣୁଥିବାର ବା ଆଣି ଆସୁଥିବାର ଦେଖ ତେବେ ଏହା ଏକ ଶୁଭ ସଂକେତ ଅଟେ ଯେ ସେହି କାମ ସଫଳ ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button