ଭୁଲରେବି ଏହି ପାଞ୍ଚଟି ଜିନିଷ ଦେଖିଲେ ହୋଇଯାଏ ସବୁ ମନସ୍କାମନା ପୂରଣ , ଆପଣ ବି ଦେଖିଥାଇ ପାରନ୍ତି :-
ଶାସ୍ତ୍ର ଅନୁଯାୟୀ ଏପରି କୁହାଯାଏ ଯେ ମନୁଷ୍ୟ ସମୟ ସମୟରେ ଏପରି କିଛି ଦେଖିଥାଏ ତାହାକୁ ସେ ଅଶୁଭ ଭାବିଥାଏ । ବାସ୍ତବରେ ତାହା ଅଶୁଭ ନୁହେଁ ବରଂ ଜୀବନ ପରିବର୍ତ୍ତନର ଏକ ସଙ୍କେତ ହୋଇଥାଏ । କିନ୍ତୁ ମନୁଷ୍ୟ ତାହାକୁ ଜାଣି ପାରି ନଥାଏ । ଶାସ୍ତ୍ର ଅନୁସାରେ କିଛି ଏପରି ଜିନିଷ ଆପଣ ଜୀବନରେ ଦେଖିବାକୁ ପାଆନ୍ତି ଯାହା ଦେଖିଲେ ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଯାଏ । ଆଜିକାର ଲେଖାରେ ଆମେ ଏହି ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ।
ସମୟ ସମୟରେ ଆପଣ କରୁଥିବା କିଛି ଭୁଲ ଆପଣଙ୍କ ମଙ୍ଗଳର କାରଣ ହୋଇଥାଏ । ଯାହାଦ୍ୱାରା ଆପଣଙ୍କ ଜୀବନ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପଡ଼ିଥାଏ । ତେଣୁ ଚାଲନ୍ତୁ ଜାଣିନେବା ସେହି ପାଞ୍ଚଟି ଭୁଲ ଯାହା କରିବା ଦ୍ୱାରା ଆପଣଙ୍କର ମନସ୍କାମନା ପୂରଣ ହେବା ସହିତ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।
୧ . ଭାଗବତ ଗୀତାରେ ଭଗବାନ କୃଷ୍ଣ କହନ୍ତି ଯେ ମୃତ୍ୟୁ ଏପରି ଏକ ସତ୍ୟ ଅଟେ ଯାହାକୁ କେବେ ବଦଳାଇ ହେବ ନାହିଁ । ପୃଥିବୀରେ ଯାହାର ଜନ୍ମ ରହିଛି ତାହାର ମୃତ୍ୟୁ ମଧ୍ୟ ସୁନିଶ୍ଚିତ । ସେ ଭଗବାନ ହେଉ କିମ୍ବା ରାକ୍ଷସ ହେଉ । ସାଧରଣତଃ ଶବ ଯାତ୍ରା ସମୟରେ ଯଦି ଆପଣ ତାହାକୁ ଭୁଲରେ ଦେଖନ୍ତି ତେବେ ଆପଣଙ୍କ ମନରେ ନିଶ୍ଚିତ ଭାବରେ ଏହି କଥା ଆସିଥାଏ ଯେ ଶବ ଯାତ୍ରା ଦେଖିବା କାରଣରୁ ଆପଣଙ୍କର ଅଶୁଭ ହେବ ଏବଂ ଅମଙ୍ଗଳ ହେବ । କିନ୍ତୁ ବାସ୍ତବରେ ଏହା ଆଦୌ ହୋଇ ନଥାଏ ।
ଶବ ଯାତ୍ରା ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଆପଣ ରାସ୍ତାରେ କୌଣସି ଶବ ଯାତ୍ରା ଦେଖୁଛନ୍ତି ତେବେ ତାଙ୍କୁ ହାତ ଯୋଡ଼ି ପ୍ରଣାମ କରନ୍ତୁ ଏବଂ ମୁଁହରେ ଶିବ ଶିବ ଜପ କରନ୍ତୁ । ଏହାଦ୍ବାରା ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ଆତ୍ମା ମର୍ତ୍ତ ମଣ୍ଡଳ ଛାଡ଼ି ଯାଉଥାଏ ସେ ପ୍ରାର୍ଥନା କରୁଥିବା ବ୍ୟକ୍ତିଙ୍କ ସବୁ ସମସ୍ୟା ନେଇ ଚାଲିଯାଏ । ଯାହାଦ୍ୱାରା ସେହି ବ୍ୟକ୍ତିକୁ ସମସ୍ୟାର ସାମ୍ନା କରିବାକୁ ଡେ଼ନାହିଁ ।
୨ . ଅନେକ ସମୟରେ ଆପଣ ରାସ୍ତାରେ ଯାଉଥିବା ସମୟରେ ଯଦି ସାମ୍ନାକୁ କିନ୍ନର ଆସନ୍ତି ତେବେ ଆପଣ ଏହାକୁ ଅଶୁଭ ଭାବନ୍ତି । ମାତ୍ର ଏହା ଠିକ ନୁହେଁ । ଆପଣ ମାନେ ଜାଣିଥିବେ ଯେ କିନ୍ନର ଜନ୍ମ ମହାଦେବଙ୍କ ଅର୍ଦ୍ଧନାରୀଶ୍ବର ରୁ ଆସିଛି । କୁହାଯାଏ ଯେ କିନ୍ନରଙ୍କ ଠାରେ ନାରୀ ଏବଂ ପୁରୁଷ ଉଭୟଙ୍କ କ୍ଷମତା ଥାଏ । ଏହାବ୍ୟତୀତ କିନ୍ନରଙ୍କ ଉପରେ ଭଗବାନ ସବୁବେଳେ ଆଶୀର୍ବାଦ ରଖନ୍ତି ଏବଂ ପ୍ରସନ୍ନ ରହନ୍ତି । ତେଣୁ ଯଦି ଆପଣ ରାସ୍ତାରେ କିନ୍ନର ଦେଖୁଛନ୍ତି ତେଣେ ସେମାନଙ୍କ ଅଶୀର୍ବାଦ ନିଅନ୍ତୁ । ଏହାର ଫଳ କେବେ ଖାଲି ଯିବ ନାହିଁ । ଘରେ ଖୁସିର ମାହୋଲ ଦେଖାଦେବ ।