ଦେଶ- ବିଦେଶ

ଟ୍ରେନରେ ଚଢିବାକୁ ଲାଗିଲା ଅଚାନକ ଭିଡ଼, ୯ ଆହତ

ନୂଆଦିଲ୍ଲୀ, ୨୭/୧୦ : ମୁମ୍ବାଇର ବାନ୍ଦ୍ରା ଟର୍ମିନାଲରେ ଆଜି ସକାଳେ ଠେଲାପେଲା ଲାଗି ୯ଜଣ ଲୋକ ଆହତ ହୋଇଛନ୍ତି । ଏହି ଘଟଣା ସକାଳ ୬ଟାବେଳେ ଘଟିଛି । ଆହତ ହୋଇଥିବା ଲୋକଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲ ସୂତ୍ର ଅନୁସାରେ ୨ ଆହତଙ୍କ ଅବସ୍ଥା ଗୁରୁତର ହୋଇଥିବା କୁହାଯାଇଛି । ମୁମ୍ବାଇର ବାନ୍ଦ୍ରା ଟର୍ମିନାଲ ଷ୍ଟେଶନରେ ୧ନମ୍ବର ପ୍ଲାଟଫର୍ମରେ ଧାଁ ଦୌଡ଼ ହୋଇଥିଲା ।

ଟ୍ରେନରେ ଚଢିବା ସମୟରେ ହଠାତ୍ ଦୌଡ଼ାଦୌଡ଼ି ଲାଗିଥିଲେ କିଛି ଲୋକ । ଏହାପରେ ସମସ୍ତ ଆହତଙ୍କୁ ନିକଟସ୍ଥ ଭାଭା ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା । ଡାକ୍ତରଙ୍କ ଏକ ଟିମ୍ ସମସ୍ତ ଆହତଙ୍କ ଉପରେ ବାରମ୍ବାର ନଜର ରଖିଛି ।

ମୁମ୍ବାଇ ନଗର ନିଗମ ଅନୁସାରେ ଦୌଡ଼ାଦୌଡ଼ିରେ ଆହତ ହୋଇଥିବା ୯ଜଣଙ୍କ ମଧ୍ୟରେ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏହି ଘଟଣା ସକାଳ ୫ଟା ୫୬ମିନିଟରେ ବାନ୍ଦ୍ରା ଟର୍ମିନାଲରେ ହୋଇଥିଲା । ଉକ୍ତ ସମୟରେ ଟ୍ରେନ ୨୨୯୨୧ ବାନ୍ଦ୍ରା- ଗୋରଖପୁର ଏକ୍ରପ୍ରେସରେ ଚଢିବା ଲାଗି ଠେଲାପେଲା ଲାଗିଥିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button