ଦେଶ- ବିଦେଶ

ଏମିତି 6ଟି ଦେଶ ଯେଉଁଠି ହେଇ ନଥାଏ ରାତି

ଆମ ଦେଶ ଭାରତ ରେ ସାଧରଣ ଭାବରେ ଦିନ 12 ଘଣ୍ଟା ରାତି 12 ଘଣ୍ଟା ହୁଏ କିନ୍ତୁ ଏପରି କିଛି ଜାଗା ବା ଦେଶ ଅଛି ଯେଉଁ ଠାରେ କି ରାତି ହୁଏ ନାହିଁ । ଏଠାରେ ସୂର୍ଯ୍ୟ ଲୁଚକାଳୀ ଖେଳ ଖେଳୁଛି ଯାହା ଫଳରେ କି କିଛି ମାସ କଟି ଯାଏ । ଆସନ୍ତୁ ଜାଣିବା ଏହି ଭଳି ଜାଗା ବା ଦେଶ ମାନଙ୍କ ବିଷୟରେ । ଆପଣ ମାନେ ଚିନ୍ତା କରୁ ଥିବେ ଏହି ଦେଶ ଗୁଡିକରେ ଲୋକ ମାନେ କିପରି ଚଳୁଥିବେ । କେବେ କେବେ ଆପଣ ଚିନ୍ତା କରୁଥିବେ ଯେ ସୂର୍ଯ୍ୟ କେବେ ବି ଅସ୍ତ ନ ହୁଅନ୍ତା କି ।

କିନ୍ତୁ ପ୍ରକୃତି ଆଗରେ କେହି କିଛି କରିପାରିବେ ନାହିଁ । ଏହି କାରଣ ଯୋଗୁଁ ହାରା ହାରି 95 ପ୍ରତିଶତ ଦେଶ ଗୁଡିକରେ ସାଧାରଣ ଭାବରେ ଦିନ ରାତି ହେଉଛି । ଏଠି ଏମିତି କିଛି ଦେଶ ଅଛି ଯିଏ କି ବିପରୀତ ଭାବରେ ଦିନ ରାତି ହେଉଛି । ଯଦି ଆପଣ ବୁଲା ବୁଲି କରିବା ପାଇଁ ପସନ୍ଦ କରନ୍ତି ତେବେ ଏହିଭଳି ଦେଶ ଗୁଡିକ ନିଶ୍ଚିତ ଭାବରେ ବୁଲିବାକୁ ଯିବା ଉଚିତ ।

ଏହା ବହୁତ ଅଜବ ହେଲେ ବି ସତ କଥା ଏହି ଦେଶ ଗୁଡିକରେ କିଛି ଦିନ ରାତି ଆଉ କିଛି ଦିନ ଦିନ ହୋଇଥାଏ ଆପଣ ମାନେ ଭାବୁଥିବେ ଏଠି ଜନବସତି ନଥିବ କିନ୍ତୁ ଏଠାରେ ବହୁତ ଲୋକ ରୁହନ୍ତି । ଏଥର ଜାଣିବା ସେ ଦେଶ ଗୁଡିକ କିଏ କିଏ । ପ୍ରଥମ ଦେଶ ହେଲା ଆଲାସ୍କା ଏହା ରୁଷର ଏକ ଦ୍ୱୀପ ଅଟେ ଏହାକୁ ଆମେରିକା ରୁଷ ଠାରୁ କିଣି ନେଇଥିଲା ।

ସେବେଠାରୁ ଏହା ଆମେରିକାର ଅଟେ । ଏହା ଏକ ସୁନ୍ଦର ବରଫାବୃତ ଅଞ୍ଚଳ ଅଟେ । ଏଠାରେ କିଛି ଜାଗାରେ ମେ ରୁ ଜୁଲାଇ ପର୍ଯ୍ୟନ୍ତ ସୂର୍ଯ୍ୟ ଡୁବେ ନାହିଁ ଓ କିଛି ସମୟ ପର୍ଯ୍ୟନ୍ତ ସୂର୍ଯ୍ୟ ଉଦୟ ହୁଏ ନାହିଁ । ଏଠାରେ ରାତି 12. 30 ଟା ବେଳେ ରାତି ହୁଏ ଓ 51 ମିନିଟ ପରେ ସୂର୍ଯ୍ୟ ଉଦୟ ହୁଏ । ଦ୍ଵିତୀୟ ରେ କାନାଡ଼ା ଦୁନିଆର ସବୁଠୁ ସହର ଅଟେ ଏଠାରେ ଏମିତି କିଛି ଅଂଚଳ ଅଛି ଯେଉଁଠାରେ କି 50 ଦିନ ପର୍ଯ୍ୟନ୍ତ ସୁର୍ଯ୍ୟ ଅସ୍ତ ହୁଏ ନାହିଁ ।

ଏଠାରେ ପୁରା ଦିନ ହିଁ ହୋଇଥାଏ । ଏହା ମଧ୍ୟ ଏକ ବରଫାବୃତ ଅଂଚଳ ଅଟେ । ତୃତୀୟରେ ଅଛି ଫିନ ଲାଣ୍ଡ । ଏହା ପାଖା ପାଖି ହଜାରେ ହ୍ରଦ ଓ ଦ୍ଵିପପୁଞ୍ଜକୁ ନେଇ ଗଠିତ ଏଠାରେ ଗରମ ଦିନ ମାନଙ୍କରେ 80 ଦିନ ପର୍ଯ୍ୟନ୍ତ ଅସ୍ତ ହୁଏ ନାହିଁ । ଏଠାରେ ଛୁଟି ବିତେଇବା ପାଇଁ ଉପଯୁକ୍ତ ଜାଗା ଅଟେ । ଚତୁର୍ଥରେ ଆଇସଲ୍ୟାଣ୍ଡ । ଏହା ୟୁରୋପର ଗ୍ରେଟ ବ୍ରିଟେନ ପରେ ଦୁନିଆର ସବୁଠୁ ବଡ ଆଇସ ଲ୍ୟାଣ୍ଡ ଅଟେ ।

କ୍ଷେତ୍ରଫଳ ଭାବରେ ଏହା ଦୁନିଆର 18 ତମ ସବୁଠାରୁ ବଡ ଆଇସଲ୍ୟାଣ୍ଡ ଅଟେ । କୁହନ୍ତି ଏଠାରେ 10 ମେ ରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ସୁର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ଏହି ସମୟରେ ଏଠାକୁ ବହୁତ ପର୍ଯ୍ୟଟକ ବୁଲିବାକୁ ଆସନ୍ତି । ପଞ୍ଚମରେ ନରୱେ, ଏହାକୁ ମଧ୍ୟ ରାତ୍ରିର ଦେଶ କୁହାଯାଏ । ଏଠାରେ ଦିନ ଓ ରାତି ଟିକେ ସାଧାରଣ ଠାରୁ ଅଲଗା ହୋଇଥାଏ ।

ଏଠାରେ ମେ ରୁ ଜୁଲାଇ ପର୍ଯ୍ୟନ୍ତ 80 ଦିନ ସୁର୍ଯ୍ୟ ଅସ୍ତ ହୁଏ ନାହିଁ ଏଥିପାଇଁ ଏଠାରେ ରାତି ହୁଏ ନାହିଁ । ଷଷ୍ଠ ରେ ସ୍ଵିଡେନ ଏଠାରେ କେତେକ ଜାଗାରେ ମେ ରୁ ଅଗଷ୍ଟ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଏ ନାହିଁ ଏଠାରେ ପାଖା ପାଖି 100 ଦିନ ପର୍ଯ୍ୟନ୍ତ ରାତି ହୁଏ ନାହିଁ । ଆଜି ଆପଣ ମାନେ ଜାଣି ପାରିଲେ ଯେ କେଉଁ ଦେଶରେ ରାତି ହୁଏ ନାହିଁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button