ଦେଶ- ବିଦେଶ

ହସ୍ପିଟାଲରେ ପଶି ଡାକ୍ତରଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ହସ୍ପିଟାଲରେ ଡାକ୍ତରଙ୍କୁ ଗୁଳିକରି ହତ୍ୟା। କାଳିନ୍ଦୀକୁଞ୍ଜ ଥାନା ଜୟତପୁର ଅଞ୍ଚଳରେ ଡାକ୍ତରଙ୍କୁ ନିର୍ମମ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଆହତ ଅବସ୍ଥାରେ ଆସି ୨ ଦୁର୍ବୃତ୍ତ କ୍ୟାବିନରେ ପଶି ଗୁଳିମାଡ଼ କରିବା ପରେ ଏଠାରେ ଆତଙ୍କ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ ରୋଗୀ ବେଶରେ ଚିକିତ୍ସା କରାଇବାକୁ ଆସି ଆଘାତ ଲାଗିଛି ବୋଲି କହି ଡ୍ରେସିଂ କରିବାକୁ ଆସିଥିଲେ।

ଡ୍ରେସିଂ କରିବା ପରେ ଡାକ୍ତରଙ୍କୁ ଭେଟିବାକୁ କହିଥିଲେ ଦୁର୍ବୃତ୍ତ। ଠିକ୍ ଏହି ସମୟରେ ଡାକ୍ତରଙ୍କୁ ଗୁଳି କରିଥିଲେ କିଛି ଦୁର୍ବୃତ୍ତ। ଏପର୍ଯ୍ୟନ୍ତ ହତ୍ୟାର କାରଣ ଜଣାପଡ଼ିନି। ସିସିଟିଭି ଯାଞ୍ଚ କରୁଛି ପୋଲିସ। ଏହି ଘଟଣା ଜୟତପୁରର ନୀମା ହସ୍ପିଟାଲରେ ଘଟିଛି। ଏହି ଘଟଣା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି।

ଡାକ୍ତରଖାନା କର୍ମଚାରୀଙ୍କ ଅନୁଯାୟୀ ଦୁଇ ଜଣ ଆହତ ଅବସ୍ଥାରେ ଡାକ୍ତରଖାନାକୁ ଆସି ଆଘତ ଲାଗିଛି ବୋଲି କହିଥିଲେ। ପ୍ରଥମେ ସେମାନଙ୍କର ଡ୍ରେସିଂ କରାଯାଇଥିଲା। ଏହା ପରେ ସେ କହିଥିଲେ ଯେ ତାଙ୍କୁ ଡାକ୍ତରଙ୍କୁ ଦେଖାଇବାକୁ ପଡିବ। ଦୁହେଁ ଡାକ୍ତରଙ୍କ କ୍ୟାବିନରେ ପହଞ୍ଚିବା ପରେ ସେମାନେ ତାଙ୍କ ଉପରକୁ ଗୁଳିମାଡ କରିଥିଲେ। ପରେ ଘଟଣାସ୍ଥଳରୁ ଉଭୟ ଫେରାର ହୋଇଯାଇଥିଲେ।

ସୂଚନା ଅନୁଯାୟୀ ମୃତ ଡାକ୍ତରଙ୍କ ନାମ ଜାଭେଦ ବୋଲି କୁହାଯାଉଛି। ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ଦିଲ୍ଲୀ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ତେବେ ଡାକ୍ତରଙ୍କ ସହ ଦୁଇ ଯୁବକଙ୍କ କ’ଣ ଶତ୍ରୁତା ଥିଲା ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।

Related Articles

Leave a Reply

Your email address will not be published. Required fields are marked *

Back to top button