ରାଜ୍ୟ

ବରୀ ନାବାଳିକା ଦୁଷ୍କର୍ମ ଘଟଣା: ଔଷଧ ବ୍ୟବସାୟୀଙ୍କ ଘରୁ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ଯାଜପୁର: ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଜନୈକା ୭ ବର୍ଷର ନାବାଳିକାକୁ ଜଣେ ଘର ପାଖ ବୟସ୍କ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣାଯାଇଛି।

ପଟ୍ଟାମୁଣ୍ଡାଇ ଥାନା ଦାଣ୍ଡି ସାହି ଅଞ୍ଚଳରୁ ଅଭିଯୁକ୍ତ କାଳିଆ ପରିଡ଼ାକୁ ଜଣେ ଔଷଧ ବ୍ୟବସାୟୀଙ୍କ ଘରୁ ଯାଜପୁର ପୁଲିସର ସ୍ୱତନ୍ତ୍ର ଟିମ ଗିରଫ କରିଛି।

 

ଗିରଫ ଅଭିଯୁକ୍ତ କାଳିଆ ପରିଡ଼ା ନାବାଳିକାକୁ ନିଜ ଘରେ ଥିବା ଠେକୁଆ ଦେଖାଇବାକୁ କହି ଘରକୁ ନେଇ ଦୁଷ୍କର୍ମ କରିଥିଲା। ତେବେ ନାବାଳିକା ଗୁରୁତର ଅବସ୍ଥାରେ କଟକରେ ଚିକତ୍ସା ହୋଉଥିବା ବେଳେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button