ସିନେମାରେ ଡେବ୍ୟୁ କଲେ ସ୍ବସ୍ତିକ୍
ଅନେକ ଆଲ୍ବମ୍ ଓ ମ୍ୟୁଜିକ୍ ଭିଡିଓରେ କଣ୍ଠଦାନ କରି ଶ୍ରୋତାଙ୍କ ଭଲପାଇବା ସାଉଁଟିବା ପରେ ଏବେ େଟଲି ସିନେମାରେ ଡେବ୍ୟୁ କରିଛନ୍ତି କଣ୍ଠଶିଳ୍ପୀ ସ୍ୱସ୍ତିକ ପାଢ଼ୀ। ସଂପ୍ରତି ତରଙ୍ଗ ଚ୍ୟାନେଲ୍ରେ ରିଲିଜ୍ ହେବାକୁ ଥିବା ଚଳଚ୍ଚିତ୍ର ‘ଝିଅଟା ବଦଳି ଗଲା’ରେ ଦୁଇଟି ଗୀତ ପାଇଁ କଣ୍ଠଦାନ କରିଛନ୍ତି ସେ।
ସ୍ବସ୍ତିକଙ୍କର ପିଲାଦିନରୁ ସଂଗୀତ ପ୍ରତି ରୁଚି ରହିଥିବା ହେତୁ ସେ ପ୍ରଶିକ୍ଷଣ ନେଇଥିଲେ।
ସଙ୍ଗୀତ ଶିକ୍ଷା ଶେଷ କରିବା ପରେ ସେ ଗୋଟାଏ ପରେ ଗୋଟାଏ ମନଛୁଆଁ ଗୀତ ଗାଇ ନିଜ କଳାର ପରିଚୟ ଦେଇ ସାରିଛନ୍ତି। ସିଦ୍ଧାର୍ଥ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସ୍ବସ୍ତିକଙ୍କର ଅନେକ ଗୀତ ଲୋକପ୍ରିୟତା ହାସଲ କରିସାରିଛି। ଅଶୋକ ପତିଙ୍କ ନିର୍ଦ୍ଦେଶନା ଆଉ ପ୍ରଶାନ୍ତ ପାଢ଼ୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ‘ଝିଅଟା ବଦଳି ଗଲା’ ଟେଲି ସିନେମା ଭାବେ ଲୋକପ୍ରିୟତା ହାସଲ କରିବ ବୋଲି ଆଶା କରାଯାଉଛି। ସ୍ବସ୍ତିକ ଜଣେ ନିଆରା ଶୈଳୀର ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଭାବରେ ଓଡ଼ିଶା ପାଇଁ ଏକ ନୂଆ ସମ୍ଭାବନା। ସେ ଓଡ଼ିଶାର ସ୍ବନାମଧନ୍ୟ ଗାୟକ-ସଂଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀଙ୍କ ପୁଅ।