ରାଜ୍ୟ
ବୈତରଣୀ ମୁହାଣରେ ବୁଡିଲା ମାଛଧରା ଡଙ୍ଗା, ବୋଟରେ ଥିଲେ ୬ ଜଣ
ଭଦ୍ରକ ୨୨।୧୦ : ଭଦ୍ରକ ଧାମରାଇ ମନ୍ଦିର ନିକଟ ବୈତରଣୀ ମୁହାଣରେ ଅଘଟଣ ।ମାଛଧରା ବେଳେ ବୁଡିଗଲା ବୋଟ୍ । ଯାହାଫଳରେ ବୋଟ୍ରେ ଥିବା ୬ ଜଣ ପାଣିରେ ବୁଡିଯାଇଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।
ଖବର ଅନୁଯାୟୀ, ମଙ୍ଗଳବାର ସକାଳୁ ସକାଳୁ ୬ଜଣ ଏକ ବୋଟ୍ ଯୋଗେ ମାଛ ଧରିବାକୁ ମନ୍ତେଇ ନଦୀକୁ ଯାଇଥିଲେ ।
ଏହି ସମୟରେ ହଠାତ୍ ମଝି ନଦୀରେ ମାଛଧରା ବୋଟଟି ବୁଡିଯାଇଥିଲା । ଯାହାଫଳରେ ଡଙ୍ଗାରେ ଥିବା ୬ ଜଣ ପାଣିରେ ବୁଡିଯାଇଥିଲେ । ତେବେ ବୋଟ୍ଟି ପାଣିରେ ବୁଡିବା ଦେଖି ତୁରନ୍ତ ସ୍ଥାନୀୟଲୋକ ଓ ଉଦ୍ଧାରକାରୀ ଦଳ ବୁଡିଯାଉଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ଏହାପରେ ସୁରକ୍ଷିତ ଭାବେ ସମସ୍ତଙ୍କୁ କୂଳକୁ ଅଣାଯାଇଥିଲା ।ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି ।