ରାଜ୍ୟ

ବରିଷ୍ଠ ସାମ୍ବାଦିକ ବିଜୟ କୁମାର ଦ୍ବିବେଦୀଙ୍କ ଦେହାନ୍ତ

ବାନୀପାଟଣା: କଳାହାଣ୍ଡିର ବରିଷ୍ଠ ସାମ୍ବାଦିକ ବିଜୟ କୁମାର ଦ୍ବିବେଦୀଙ୍କର ଆଜି ହୃଦଘାତରେ ପରଲୋକ ହେଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହେଇଥିଲା। ସେ ଦୈନିକ ଖବରକାଗଜ ‘ସମାଜ’, ପ୍ରଜାତନ୍ତ୍ର ଭଳି ଅନେକ ଖବରକାଗଜର ସାମ୍ବାଦିକ ଭାବେ କାର୍ଯ୍ୟ କରିଛନ୍ତି। ଗତ ପ୍ରାୟ ତିନି ଦଶନ୍ଧିରୁ ଅଧିକ ସମୟ ଧରି କଳାହାଣ୍ଡିରେ ସାମ୍ବାଦିକତା କରି ସେ ଜିଲ୍ଲାର ଅନେକ ବିଷୟ ଉତ୍ଥାପନ କରିଥିଲେ।

ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ସାମ୍ବାଦିକଙ୍କ ଶେଷ ଦର୍ଶନ କରିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button