ରାଜ୍ୟ

ବାତ୍ୟା ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ; ମନ୍ତ୍ରୀ କହିଲେ କାଲି ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର

ମାଜ ଡିଜିଟାଲ ଡେସ୍କ: ସମ୍ଭାବ୍ୟ ବାତ୍ୟା ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସବୁ ବିଭାଗର ସଚିବ ବୈଠକରେ ଯୋଗ ଦେଇଛନ୍ତି। ବାତ୍ୟାକୁ ନେଇ ପ୍ରତ୍ୟେକ ବିଭାଗ କିଭଳି ପ୍ରସ୍ତୁତି କରିଛନ୍ତି ସେନେଇ ବୈଠକରେ ଆଲୋଚନା ହୋଇଛି। ସମସ୍ତ ବିଭାଗ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟା ଓ ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର।

ତେବେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଜିଲା ପ୍ରଶାସନ ପକ୍ଷରୁ ଗ୍ରାଉଣ୍ଡ ଜିରୋରେ ତଦାରଖ ଚାଲିଛି। କାଲି ସନ୍ଧ୍ୟା ସୁଦ୍ଧା ସରକାର ଆଶ୍ରୟସ୍ଥଳୀରେ ସ୍ଥାନାନ୍ତର କରାଯିବ। ଔଷଧ, ରନ୍ଧା ଓ ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି। ଗର୍ଭବତୀ, ଶିଶୁ ଓ ବୟସ୍କଙ୍କୁ ଆଗୁଆ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି। ରେଡ ଆଲର୍ଟ ଜାରି ହୋଇଥିବା ଜିଲାରେ ଅଧିକ ଏନଡିଆରଏଫ ଓ ଓଡ୍ରାଫ ଟିମ୍‌ ନିୟୋଜିତ ରହିବେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button