ଦେଶ- ବିଦେଶ

ଅନଶନରୁ ଓହରିଲେ ପଶ୍ଚିମବଙ୍ଗ କନିଷ୍ଠ ଡାକ୍ତର

ଲକାତା: ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ପଶ୍ଚିମବଙ୍ଗର କନିଷ୍ଠ ଡାକ୍ତରମାନେ ଚଳାଇଥିବା ଆମରଣ ଅନଶନରୁ ସୋମବାର ଓହରିଯାଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ କନିଷ୍ଠ ଡାକ୍ତର ସଂଘ କର୍ମକର୍ତ୍ତା ଆଲୋଚନା କରିବା ପରେ ଅନଶନ ଶେଷ ହୋଇଛି। ଡାକ୍ତରମାନେ କର୍ମକ୍ଷେତ୍ରରେ ଉତ୍ତମ ପରିବେଶ ସହିତ ଡାକ୍ତରଖାନାରେ ଭିତ୍ତିଭୂମି ବିକାଶ ଭଳି ୧୦ଟି ଦାବି କରିଥିଲେ।

ରାଜ୍ୟ ସଚିବାଳୟରେ ହୋଇଥିବା ଆଲୋଚନା ଅନୁଯାୟୀ ଦାବି ପୂରଣ ଦିଗରେ ବିଚାର ଲାଗି ସରକାରଙ୍କ ପକ୍ଷରୁ ଏକ ଟାକ୍ସଫୋର୍ସ ଗଠନ କରାଯିବ। ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ପରେ ଅକ୍ଟୋବର ୫ରୁ ଡାକ୍ତରମାନେ ଚଳାଇଥିବା ଅନଶନରୁ ଓହରିଛନ୍ତି। ଡାକ୍ତରମାନେ ଆମରଣ ଅନଶନରୁ ଓହରିଥିବାବେଳେ ଅନ୍ୟ ମାଧ୍ୟମରେ ସେମାନଙ୍କର ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button