ରାଜ୍ୟ

ବାତ୍ୟା ପ୍ରଭାବରେ ଚନ୍ଦ୍ରଭାଗା ସମୁଦ୍ରରେ ବଡ଼ ଲହଡି

କୋଣାର୍କ, ୨୧।୧୦ : ଡରାଇଲାଣି ବାତ୍ୟା ଦାନା। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରରେ ଉଚ୍ଚ ଜୁଆର କୂଳକୁ ମାଡି ଆସୁଛି। ବଡ଼ ବଡ ଲହଡ଼ି ସବୁ କୂଳରେ ମାଡ଼ ହେଉଛି। ତେବେ ଏହାକୁ ଖାତିର ନକରି ପର୍ଯ୍ୟଟକମାନେ ବେଳାଭୂମିରେ ବୁଲୁଛନ୍ତି। ସୋମବାର ଚନ୍ଦ୍ରଭାଗା ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି।

 

ଏବେ ସମୁଦ୍ର ଅଶାନ୍ତ ଥିବାରୁ ନୋଳିଆ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ଫଳରେ ମତ୍ସ୍ୟଜୀବୀମାନେ କୂଳରେ ଡ଼ଙ୍ଗା ରଖି ବିଶ୍ରାମ ନେଇଛନ୍ତି। କୋଣାର୍କ ଏନ୍ଏସି ପକ୍ଷରୁ ବାତ୍ୟା ସତର୍କତା ନେଇ ପ୍ରଚାର ଗାଡ଼ିରେ ସଚେତନତା କରାଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button