ରାଜ୍ୟ

ତାଳଚେରକୁ ଜଳପଥରେ ଧାମରା ଓ ପାରାଦୀପ ସହ ଯୋଡ଼ାଯିବ

ଭୁବନେଶ୍ବର: ଓଡ଼ିଶାରେ ନିର୍ମାଣ ହେବ ଜାତୀୟ ଜଳପଥ-୫ (ନ୍ୟାସନାଲ୍ ୱାଟରୱେ-୫)। କୋଇଲା ନଗରୀ ତାଳଚେରକୁ ଜଳପଥରେ ଧାମରା ଏବଂ ପାରାଦୀପ ବନ୍ଦରକୁ ଯୋଡ଼ାଯିବ। ଏଥିପାଇଁ କେନ୍ଦ୍ର ସରକାରଙ୍କ ଇନଲ୍ୟାଣ୍ଡ ୱାଟର ଅଥରିଟି ଅଫ୍ ଇଣ୍ଡିଆ ସହ ମିଶି ରାଜ୍ୟ ସରକାର କାମ କରୁଛନ୍ତି। ଏବେ ଏହା ପ୍ରାରମ୍ଭିକ ସ୍ତରରେ ରହିଛି। ଏହି ଜଳପଥ ନିର୍ମାଣ ହେଲେ କମ୍ ଖର୍ଚ୍ଚରେ ଏବଂ ଦକ୍ଷ ଉପାୟରେ ଏକକାଳୀନ ଅଧିକ ମାଲ ପରିବହନ ସମ୍ଭବ ହୋଇପାରିବ ।

ପ୍ରସ୍ତାବିତ ନ୍ୟାସନାଲ ୱାଟର ୱେ ପାଇଁ ଆଇଆଇଟି ମାଡ୍ରାସ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛି।

ଆଜି ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଆୟୋଜିତ ଅନ୍ତର୍ଦେଶୀୟ ଜଳପଥରେ ଗ୍ରୀନ ଟେକ୍ନୋଲଜି ବ୍ୟବହାର ସମ୍ପର୍କିତ ଦୁଇ ଦିନିଆ କର୍ମଶାଳାରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ। ପ୍ରସ୍ତାବିତ ଜାତୀୟ ଜଳପଥ-୫ ପ୍ରଥମ ପର୍ଯ୍ୟାୟରେ ତାଳଚେରରୁ ମଙ୍ଗଳଗଡ଼ି ଦେଇ ଧାମରା ଓ ଧାମରାରୁ ପାରାଦୀପକୁ ଜଳପଥରେ ସଂଯୋଗ ସ୍ଥାପନ ଯୋଜନା ହୋଇଛି । ପରବର୍ତ୍ତୀ ସମୟରେ ଜାତୀୟ ଜଳପଥ -୫ରେ ଧାମରାରୁ ହଳଦିଆକୁ ଯୋଡ଼ିବା ପାଇଁ ଲକ୍ଷ୍ୟ ରଖାଯାଇଛି । ନ୍ୟାସନାଲ ୱାଟର ୱେ -୫ ପାଇଁ ୧୨ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିବା ସୂଚନା ମିଳିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button