ଦେଶ- ବିଦେଶ

ଗୋଡ଼ରେ କଳା ଫିତା ବନ୍ଧୁଛନ୍ତି କି? ତେବେ ଏହି ୪ ଚମତ୍କାର ଫାଇଦା ବିଷୟରେ ଜାଣିଲେ ତାଯୁବ ହେବେ ଆପଣ

ଛୋଟ ପିଲାମାନଙ୍କୁ କଳା ସୂତା କିମ୍ବା କଳା ଟିକା ଇତ୍ୟାଦି ଲଗାଇ ଦେଉଥିବା ତ ଆପଣ ନିଶ୍ଚିତ ଭାବରେ ଦେଖିଥିବେ । ସାଧାରଣତଃ ପିଲାମାନଙ୍କୁ ଖରାପ ନଜର ଏବଂ ନକରାତ୍ମକ ଶକ୍ତିଠାରୁ ବଞ୍ଚାଇବା ପାଇଁ ଏପରି କରାଯାଇଥାଏ । ବହୁ ପୂର୍ବରୁ ଏଭଳି ବିଶ୍ୱାସ ରହି ଆସିଥିଲେ ହେଁ ଏବେ ସମୟ ଏବଂ ଦୁନିଆ ବଦଳିବା ସହିତ ଲୋକଙ୍କ ମନରୁ ଏପରି ସଂସ୍କୃତି, ରୀତିନୀତି ଓ ବିଶ୍ୱାସ ଲୋପ ପାଇବାରେ ଲାଗିଛି । ତେବେ ଏହା ପଛରେ ଥିବା ରହସ୍ୟ ବିଷୟରେ ଆପଣ ଜାଣନ୍ତି କି ? ତେବେ ଆଜି ଆମେ ଆପଣଙ୍କୁ ଏହାର କେତେକ ଫାଇଦା ବିଷୟରେ ଜଣାଇବାକୁ ଯାଉଛୁ…

1 – କଳା ସୂତା, କଳା ଟିକା, କଳା କପଡା ଇତ୍ୟାଦି ଖରାପ ନଜ଼ରରୁ ରକ୍ଷା କରିଥାଏ । ହେଲେ ଏଥି ମଧ୍ୟରୁ କଳା ଫିତା ବ୍ୟବହାର କରିବା ଅଧିକ ଲାଭ ଦାୟକ ଅଟେ ।

Get cashback on your blackjack bets!
Hey You! Click for my number!

2 – ଯଦି ଆପଣଙ୍କ ଘରେ ସବୁ ବେଳେ ଝଗଡା ଲାଗି ରହୁଛି ତେବେ ଆପଣ ଶନିବାର ଦିନ କୌଣସି ଏକ ଶନି ମନ୍ଦିରକୁ ଯାଇ ୧ ମିଟର ଲମ୍ବା କପଡା ନେଇ ସେଥିରେ ୧୦୮ ଗଣ୍ଠି ପକାନ୍ତୁ । ଗଣ୍ଠି ପକାଇବା ସମୟରେ ପ୍ରତ୍ୟେକ ଗଣ୍ଠିରେ ଓମ୍ ସନିଶ୍ଚରୟ ନମଃ ଜାପ କରନ୍ତୁ । ଏହା ପରେ ସେହି କପଡାକୁ ଘରର ମୁଖ୍ୟ ଦ୍ଵାରରେ ବାନ୍ଧି ଦିଅନ୍ତୁ । ଏପରି କରିବା ଦ୍ୱାରା ଘରକୁ କୌଣସି ପ୍ରକାରର ନକରାତ୍ମକ ଶକ୍ତି ପ୍ରବେଶ କରି ପାରିନଥାଏ ।

3 – ଯଦି ଆପଣଙ୍କ ପରିବାରରେ କୌଣସି ସଦସ୍ୟଙ୍କ ଦେହ ଅସୁସ୍ଥ ରହିବା ସହ ତାଙ୍କ ଜୀବନରେ ସମସ୍ୟା ଲାଗି ରହୁଛି । ତେବେ ଏକ କଳା ଫିତାରେ ଟିକେ ସିନ୍ଦୂର ଲଗାଇ ମନ୍ଦିରରେ ରଖନ୍ତୁ । ପରଦିନ ସ୍ୱଚ୍ଛ ହୋଇ ସାରିବା ପରେ ଫିତାଟି ଆଣି ସେହି ସଦସ୍ୟଙ୍କ ଗୋଡ଼ରେ ବାନ୍ଧି ଦିଅନ୍ତୁ । ଏପରି କରିଲେ ତାଙ୍କର ସବୁ ସମସ୍ୟା ଦୂର ହୋଇଯିବ ବୋଲି ବିଶ୍ୱାସ ରହିଛି ।

4 – ସାଧାରଣତଃ ଗର୍ଭବତୀ ମହିଳାଙ୍କୁ ଖରାପ ନଜର ଲାଗିଥାଏ । ତେଣୁ ଏପରି ପରିସ୍ଥିତିରେ ଏକ କଳା ସୂତାକୁ ତାଙ୍କ ଚାରି ପାଖରେ ୭ ଥର ବୁଲାଇ ଆଣି ଏହାକୁ ନଦୀ କିମ୍ବା ଜଳାଶୟରେ ଫୋପାଡି ଦିଅନ୍ତୁ । ଏହି ପ୍ରକ୍ରିୟା ପିଲା ଜନ୍ମ ହେବା ପର୍ଯ୍ୟନ୍ତ ଜାରି ରଖିଲେ କୌଣସି ପ୍ରକାରର ନକରାତ୍ମକ ଶକ୍ତି ପାଖକୁ ଆସିପାରି ନଥାଏ ବୋଲି ବିଶ୍ୱାସ ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button