ଦେଶ- ବିଦେଶ

ଯୌନ ସ୍ବାସ୍ଥ୍ୟ ପାଇଁ ବରଦାନ ଅଟେ ଖଜୁରି! ପ୍ରତିଦିନ ସେବନ କଲେ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା

ଖଜୁରି (Dates) ଖାଇବା ଦ୍ବାରା ଶରୀରରକୁ ଅନେକ ଫାଇଦା ମିଳିଥାଏ । କାହିଁକିନା ଖଜୁରିରରେ ପ୍ରଚୁର ପରିମାଣର ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ମାତ୍ରାରେ ଥାଏ । ଖାସ୍ କରି ଖଜୁରିକୁ ଖାଲି ପେଟରେ ସକାଳୁ ଖାଇବା ଦ୍ବାରା ମଧ୍ୟ ଅନେକ ଫାଇଦା ମିଳିଥାଏ ।

କୁହାଯାଏ ଯେ, ଖଜୁରିରେ ତାଜା ଫଳ ଅପେକ୍ଷା ଅଧିକ ପରିମାଣରେ କ୍ୟାଲୋରୀ ଥାଏ । ଯାହା ଶରୀରରକୁ ଶକ୍ତି ଯୋଗାଇବାରେ ସହାୟକ ହୋଇଥାଏ । ଖାସ୍ କରି ପ୍ରତିଦିନ ସକାଳେ ଖାଲି ପେଟରେ ଖଜୁରି ଖାଇବା ଦ୍ବାରା ଅନେକ ଫାଇଦା ମିଳିଥାଏ । କେବଳ ସେତିକି ନୁହେଁ, ଖଜୁରି ଖାଇବା ଦ୍ବାରା ଅନେକ ରୋଗ ମଧ୍ୟ ଆପଣଙ୍କୁ ଛୁଇଁ ନଥାଏ । ଆସନ୍ତୁ ସେ ଖଜୁରୀ ଖାଇବା ଦ୍ବାରା କଣ ସବୁ ଫାଇଦା ହୋଇଥାଏ…

Spin the wheel! Play now!
Online Casino: Get Free Chips!

ଖଜୁରି ଖାଇବା ଦ୍ବାରା ଶରୀରରକୁ ହୋଇଥାଏ ଏହି ୧୪ଟି ଫାଇଦା :-

୧- କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ ।
୨- ହାର୍ଟକୁ ସୁସ୍ଥ ରଖିବାରେ ସହାୟକ ହୁଏ ।
୩- କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।
୪-ହାଡକୁ ମଜବୁତ୍ କରେ ।
୫-ରକ୍ତଚାପକୁ ନିୟନ୍ତ୍ରଣ କରେ ।
୬-ଉଭୟ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଯୌନ ଶକ୍ତିକୁ ବୃଦ୍ଧି କରିବାରେ ସହାୟକ ହୁଏ ।
୭-ମସ୍ତିଷ୍କ ସ୍ୱାସ୍ଥ୍ୟକୁ ଠିକ୍ ରଖିବାରେ ସହାୟକ ହୁଏ ।
୮-ଥକାପଣ (ଦୁର୍ବଳତା)ରୁ ମୁକ୍ତି ପ୍ରଦାନ କରେ ।
୯-ରକ୍ତହୀନତା ଦୂର କରେ ।
୧୦-ଓଜନ ଠିକ୍ ରଖିବାରେ ସହାୟକ ହୁଏ ।
୧୧- (Anemia) ଆନେମିଆ ରୋଗ ପାଇଁ ଖଜୁରି ଏକ ବରଦାନ ସଦୃଶ ।
୧୨-ଗର୍ଭାବସ୍ଥାରେ ଉଭୟ ଶିଶୁ ଏବଂ ମା ପାଇଁ ସର୍ବୋତ୍ତମ ଅଟେ ।
୧୩-ଚର୍ମ ଏବଂ କେଶ ପାଇଁ ରାମବାଣ ଅଟେ ।
୧୪-ଖଜୁରି ଖାଇବା ଦ୍ବାରା ତ୍ବଚାରେ ଚମକ ଆସେ ।

ଆପଣ ଖଜୁରିକୁ ଖାସ୍ କରି ସକାଳେ ଖାଲି ପେଟରେ ଖାଇବା ଦ୍ବାରା ଲାଭ ମିଳିଥାଏ । ଏହାକୁ ଆପଣ ନିଜ ମିଲରେ ବା ମଧ୍ୟାହ୍ନ ଭୋଜନରେ ସାମିଲ କରିପାରିବେ ।

ଓଜନ ବଢାଇବାରେ ସହାୟକ ହୋଇଥାଏ :-

ପ୍ରତିଦିନ ଆପଣ ୨ଟି ଖାଲି ଖଜୁରୀ ଖାଇପାରିବେ । ଯଦି ଆପଣ ଓଜନ ବଢାଇବା ପାଇଁ ଚାହୁଁଛନ୍ତି । ତେବେ, ଆପଣ ୪ଟି ଖଜୁରୀକୁ ପାଣିରେ ଭିଜାଇ ଖାଇପାରିବେ । ଏହାକୁ ଏଭଳି ଦିର୍ଘ ୨ ମାସରୁ ୩ ମାସ ସେବନ କରିବା ଦ୍ବାରା ଆପଣଙ୍କର ଓଜନ ବଢିବ ନିଶ୍ଚୟ ।

କାହିଁକି ଖଜୁରିକୁ ପାଣିରେ ଭିଜାଇ ଖାଇବା ଉଚିତ୍ ?

ଖଜୁରୀ ଭିଜାଇବା ଦ୍ବାରା ସେଥିରେ ଥିବା ଟେନିନ୍ ଏବଂ ଫାଇଟିକ୍ ଏସିଡ୍ ଅପସାରଣ କରିଥାଏ । ଯାହା ପୋଷକ ତତ୍ତ୍ୱ ଗ୍ରହଣ କରିବା ସହଜ କରିଥାଏ । ଭିଜା ହୋଇଥିବା ଖଜୁରୀ ଖାଇବା ଦ୍ବାରା ହଜମ ଭଲ ହୋଇଥାଏ । ତେବେ, ଖଜୁରୀ ଖାଇବା ପୂର୍ବରୁ ଏହାକୁ ରାତିସାରା ୮-୧୦ ଘଣ୍ଟା ପର୍ଯ୍ୟନ୍ତ ଭିଜାନ୍ତୁ ।

ପିଲାମାନଙ୍କ ପାଇଁ ଲାଭ :-

ପିଲାମାନଙ୍କର ସ୍ୱାସ୍ଥ୍ୟ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଖଜୁରୀ ସର୍ବୋତ୍ତମ । କମ୍ ଓଜନ, କମ୍ ହେମୋଗ୍ଲୋବିନ୍, ଆଇରନ୍ ଏବଂ କମ୍ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କ ପାଇଁ ପ୍ରତିଦିନ ଗୋଟିଏ ଖଜୁରୀ ଖାଇବା ଅତ୍ୟନ୍ତ ଲାଭଦାୟକ ।

Related Articles

Leave a Reply

Your email address will not be published. Required fields are marked *

Back to top button