ସ୍ୱାସ୍ଥ୍ୟ

ମାଡ଼ି ଚାଲିଛି ଡେଙ୍ଗୁ, କେମିତି ବର୍ତ୍ତିବେ ଡେଙ୍ଗୁ ରୁ? ଡେଙ୍ଗୁ ହେଲେ କଣ କରିବେ କଣ କରିବେନି, ଜାଣନ୍ତୁ ସବୁକିଛି

ଦେଶରେ ଏବେ ଡେଙ୍ଗୁ ସୃଷ୍ଟି କରୁଛି ଭୟ।ନିଜ କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ । ଗାଁ ଠାରୁ ଆରମ୍ଭ କରି ସହରରେ ମାଡ଼ିବାରେ ଲାଗିଛି ଡେଙ୍ଗୁ । ଲୋକେ ଏବେ ଭୟଭୀତ । ମେଡିକାଲ ରେ ଲାଗିଛି ଡେଙ୍ଗୁ ଲୋକଙ୍କର ଭିଡ଼ । ଏଥି ମଧ୍ୟରେ କଣ ରହିଛି ପ୍ରତିକାର ଓ ପଦକ୍ଷେପ ଆସନ୍ତୁ ଜାଣିବା-

ଡେଙ୍ଗୁ ନାଁ ଟି ସାଧାରଣ ଲାଗୁଥିଲେ ମଧ୍ୟ ଏହା ଏକ ଗୁରୁତର ରୋଗ ଅଟେ । ଆମେ ଜାଣିଥାଉ ଯେ ଡେଙ୍ଗୁ ରୋଗ ସାଧରଣତଃ ଏଡିସ୍ ମଶା କାମୁଡିବା ଦ୍ବାରା ହେଇଥାଏ । ଏହା ଏକ ଭାଇରାଲ ସଂକ୍ରମଣ ଅଟେ । ଯାହାର ଚିକିସ୍ୟା ଠିକ୍ ରୂପେ ନ କଲେ ଏହା ଦ୍ରୁତ ଗତିରେ ଶରୀରରେ ବ୍ୟାପିବା ସହିତ ମୃତ୍ୟୁର କାରଣ ମଧ୍ୟ ହୋଇଥାଏ । ମଶା ଯେତେବେଳେ ରକ୍ତରେ ଡେଙ୍ଗୁ ଜୀବାଣୁ ଥିବା ବ୍ୟକ୍ତିଙ୍କୁ କାମୁଡ଼େ ସେତେବେଳେ ସଂକ୍ରମିତ ହୁଏ । ଏହା ସିଧାସଳଖ ବ୍ୟକ୍ତିଙ୍କ ଠାରୁ ଅନ୍ୟକୁ ବ୍ୟାପିପାରିବ ନାହିଁ ।

ତେବେ ଜ୍ଵର ସହ ହଠାତ୍‌ ଉଚ୍ଚ ଜ୍ୱର ହେବା, ପ୍ରବଳ ମୁଣ୍ଡବିନ୍ଧା ହେବା, ଆଖି ପଛରେ ଯନ୍ତ୍ରଣା, ଗଣ୍ଠି ଏବଂ ମାଂସପେଶୀରେ ଯନ୍ତ୍ରଣା, କ୍ଳାନ୍ତି, ଅସ୍ତବ୍ୟସ୍ତ ଲାଗିବା, ବାନ୍ତି ହେବା, ଶରୀରରେ କୁଣ୍ଡେଇ ହେବା ଆଦି ଲକ୍ଷଣ ଦେଖା ଦେଉଥିଲେ ଜାଣନ୍ତୁ ଏହା ଡେଙ୍ଗୁ ଜ୍ୱର । ଏଭଳି ପରିସ୍ଥିତିରେ ଏକ ମାତ୍ର ଉପାୟ ହେଉଛି ନିଜର ପ୍ଲେଟଲେଟ ଗଣନା ବଜାୟ ରଖିବା । ଆସନ୍ତୁ ଜାଣିବା ପ୍ଲେଟଲେଟ ଗଣନା ବଜାୟ ରଖିବା ପାଇଁ କଣ ସବୁ ଉପାୟ ରହିଛି ।

୧. ନିଜ ଶରୀରର ଜଳୀୟ ଅଂଶ ବଜାୟ ରଖନ୍ତୁ :-

ପ୍ଲେଟଲେଟ ଗଣନା ବଜାୟ ରଖିବାକୁ ହେଲେ ପ୍ରଚୁର ପାଣି ପିଅନ୍ତୁ । ଡେ଼ଙ୍ଗୁ ଜ୍ବର ସାଧରଣତଃ ଜ୍ବର ବାନ୍ତି ଓ ଝାଡ଼ା ସୃଷ୍ଟି କରାଇଥାଏ । ଯାହା ଦ୍ଵାରା ଶରୀର ଡି ହାଇଡ୍ରେଡ ହେଇଥାଏ । ତେଣୁକରି ଏହି ପରିସ୍ଥିତିରେ ପାଣି,ନଡ଼ିଆ ରସ ଓ ବିଭିନ୍ନ ପ୍ରକାରର ଜୁସ ସେବନ କରନ୍ତୁ ଯାହା ଅପଣଙ୍କ ପାଇଁ ଫଳପ୍ରଦ ହବ ।

୨. ପୁଷ୍ଟିକର ଖାଦ୍ୟ ଖାଆନ୍ତୁ :-

ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଭିଟାମିନ ଓ ମିନେରାଲ ଯୁକ୍ତ ଖାଦ୍ୟ ଖାଆନ୍ତୁ । ସବୁଜ ପନିପରିବା ଡାଳିମ୍ବ ଓ ପିଜୁଳି ଭଳି ତନ୍ତୁ ଯୁକ୍ତ ଫଳ ଖାଆନ୍ତୁ । ଯାହା ଆପଣଙ୍କ ଶରୀରର ପ୍ଲେଟଲେଟର ବୃଦ୍ଧିରେ ସହାୟକ ହବ ।

୩. ଅମୃତ ଭଣ୍ଡା ପତ୍ରର ସେବନ :-

କିଛି ସୂତ୍ରରୁ ଜଣାଯାଇଛି ଯେ ଅମୃତ ଭଣ୍ଡା ପତ୍ରର ସେବନ ଡେଙ୍ଗୁ ପାଇଁ ଫଳପ୍ରଦ ହୋଇଥାଏ ହେଲେ ଏହା ଆପଣଙ୍କ ପାଇଁ ଉପୋଯୋଗୀ କି ନୁହେଁ ସେବନ ପୂର୍ବରୁ ଥରେ ଡାକ୍ତରଙ୍କ ପରାମର୍ଶ କରିନିଅନ୍ତୁ ।

୪. ନିଜ ପରିବେଶ ସଫା ରଖନ୍ତୁ :-

ଏହାର ଏକ ପ୍ରାଥମିକ ପଦକ୍ଷେପ ହେବା ବେଳେ ଆମେ ଏଥିପ୍ରତି ଧ୍ୟାନ ଦେଇ ନଥାଏ । ପାଣି ଜମିରହୁଥିବା ସ୍ଥାନକୁ ବିଶୋଧନ କରନ୍ତୁ । ଫୁଲ୍ ପୋଷାକ ପରିଧାନ କରନ୍ତୁ । ଶୋଇବା ସମୟରେ ମଶାରୀ ଟାଣି ଶୋଇବାକୁ ଚେଷ୍ଟା କରନ୍ତୁ ।

୫. କୌଣସି ପଦକ୍ଷେପ ନେବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ :-

ଆମେ ଅନେକ ସମୟରେ ଉପଚାର ପାଇଁ ଘରୋଇ ପଦ୍ଧତିର ଅବଲମ୍ବନ କରିଥାଏ ଯାହା ଅନେକ ସମୟରେ ଆମକୁ ଅଧିକ ବିପଦମୁଖୀ କରିଦେଇଥାଏ ତେଣୁ କରି ନିୟମିତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ସଠିକ୍ ସମୟରେ ସଠିକ୍ ପଦକ୍ଷପ ନିଅନ୍ତୁ ଯାହା ଆପଣଙ୍କର ଓ ଆପଣଙ୍କ ପରିବାରର ଜୀବନ ବଞ୍ଚାଇ ପାରିବ । ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ

Related Articles

Leave a Reply

Your email address will not be published. Required fields are marked *

Back to top button