ଦେଶ- ବିଦେଶ

ଶୀତ ରାତିରେ ମୁଁହ ଘୋଡାଇ ହୋଇ ଶୋଉଛନ୍ତି କି? ସାବଧାନ, ହୋଇପାରନ୍ତି ଏହି ସବୁ ରୋଗର ଶିକାର

ଏବେ ଦେଶରେ ଶୀତଋତୁର ଆଗମନ ହୋଇଛି। ଏଥିସହିତ ସମସ୍ତେ କମ୍ବଳ, ରଜେଇ ଭଳି ଶୀତବସ୍ତ୍ର ବ୍ୟବହାର କରିବାକୁ ଲାଗିଛନ୍ତି। ଶୀତଦିନରେ ଏଭଳି ଅନେକ ଲୋକେ ଅଛନ୍ତି ଯାହାଙ୍କର ରାତିରେ ମୁହଁ ଘୋଡାଇ ହୋଇ ଶୋଇବାର ଅଭ୍ୟାସ ରହିଛି। ତେବେ, ଏଭଳି ଅଭ୍ୟାସ ଆପଣଙ୍କୁ ଅସୁବିଧାରେ ପକାଇ ପାରେ।

୧. ଯଦି ଆପଣ ରାତିରେ ମୁହଁ ଘୋଡ଼ାଇ ହୋଇ ଶୋଉଛନ୍ତି ତେବେ ଆପଣ ହାର୍ଟ ଆଟାକର ଶିକାର ହେବାର ସମ୍ଭାବନା ରହିଛି। ଖାସ୍ କରି ଆପଣ ଯଦି ଅସ୍ଥମା କିମ୍ବା ହୃଦରୋଗୀ ଅଟନ୍ତି ତେବେ ଏହି ସମ୍ଭାବନା ଅଧିକ ବଢ଼ି ଯାଇଥାଏ।

୨. ଗବେଷଣା ଅନୁଯାଇ ମୁହଁ ଘୋଡାଇ ହୋଇ ଶୋଇବା ଦ୍ୱାରା ମେଣ୍ଟାଲ ହେଲ୍ଥ ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ। ଅକ୍ସିଜେନ୍ ଅଭାବରୁ ମସ୍ତିଷ୍କ ଠିକ ଭାବରେ କାମ କରିବାରେ ବିଫଳ ହୋଇଥାଏ। ଓଭର୍ ହିଟିଂ କାରଣରୁ ମୁଣ୍ଡବିନ୍ଧା,ବାନ୍ତି ଲାଗିବା, ନିଦ ନହେବା ଭଳି ସମସ୍ୟା ଦେଖା ଦେଇଥାଏ।

୩. ଶୀତ ଦିନରେ ଅଧିକ ସମୟ ଧରି ଶୋଇବା ଏବଂ ଖାସ୍ କରି ମୁହଁ ଘୋଡାଇ ହୋଇ ଶୋଇବା ଦ୍ୱାରା ପାଚନ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ।

୪. ଶୀତ ଦିନରେ ମୁହଁ ଉପରେ କମ୍ବଳ ଘୋଡାଇ ହୋଇ ଶୋଇ ରହିଲେ ଆପଣ ସ୍ଲିପ ଏପିଲେପ୍ସିଆ ଭଳି ରୋଗ ଦ୍ୱାରା ମଧ୍ୟ ପୀଡିତ ହୋଇପାରନ୍ତି। ଏହି କାରଣରୁ ଶୋଇ ରହିଥିଲେ ହେଁ ମଣିଷର ନିଦ୍ରା ପ୍ରଭାବିତ ହୋଇଥାଏ। ଫଳରେ ଶରୀରରେ ଓଜନ ବଢିବା ଭଳି ସମସ୍ୟା ଦେଖା ଦେଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button