ଦେଶ- ବିଦେଶ

ରାତ୍ର ଭୋଜନ କରିବା ପରେ ଚାଲିବା ଦ୍ଵାରା ମିଳିଥାଏ ଅନେକ ଲାଭ। କିନ୍ତୁ ଭୋଜନ କରିବାର ତୁରନ୍ତ ପରେ ଚାଲିବା ଦ୍ଵାରା ଲାଭ ପରିବର୍ତ୍ତେ ଦେଇଥାଏ କ୍ଷତି। ତେବେ ଆସନ୍ତୁ ଜାଣିବା ଖାଦ୍ୟ ଖାଇବାର କେତେ ସମୟ ପରେ ଚାଲିବେ?

ରାତିରେ ଖାଦ୍ୟ ଖାଇବା ପରେ କିଛି ସମୟ ଚାଲିବା ଏକ ଉତ୍ତମ ଅଭ୍ୟାସ । ଏହି ଅଭ୍ୟାସ କେବଳ ପାଚନ ତନ୍ତ୍ରକୁ ସୁସ୍ଥ ରଖେ ତାହା ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ଏହା କୌଣସି ବରଦାନରୁ କମ୍‌ ନୁହେଁ । ତେବେ ଜାଣନ୍ତୁ ରାତିରେ ଖାଦ୍ୟ ଖାଇବାର କେତେ ସମୟ ପରେ ଚାଲିବା ଉଚିତ୍‌ ଓ କ’ଣ ରହିଛି ଏହାର ଉପକାରିତା..

ରାତିରେ ସର୍ବଦା ହାଲୁକା ଓ ପୁଷ୍ଟିଯୁକ୍ତ ଖାଦ୍ୟ ଖାଇବା ଉଚିତ୍‌। ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖନ୍ତୁ ।
ରାତିରେ ଚାଲିବା ସମୟରେ ଧିରେ ଧିରେ ଚାଲନ୍ତୁ ।

ସାଧାରଣତଃ ରାତିରେ ଖାଦ୍ୟ ଖାଇବାର ୨୦ ମିନିଟ ପରେ କିମ୍ବା 30 ମିନିଟ ପରେ ଚାଲିବା ଉଚିତ୍‌ । ରାତିରେ କିଛି ସମୟ ଚାଲିବା ପାଚନ ତନ୍ତ୍ରକୁ ସକ୍ରିୟ କରିଥାଏ । ଏହାଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ । କୋଷ୍ଠକାଠିନ୍ୟ ସହ ଅଜୀର୍ଣ୍ଣ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ।

ରାତିରେ କିଛି ସମୟ ଚାଲିବା ଦ୍ୱାରା କ୍ୟାଲୋରୀ ହ୍ରାସ ହୋଇଥାଏ। ଏହାଦ୍ଵାରା ମୋଟାପଣ ହ୍ରାସ ହେବାରେ ସହାୟକ ହୋଇଥାଏ ।

କିଛି ସମୟ ଚାଲିବା ଦ୍ୱାରା ରାତିରେ ଭଲ ନିଦ ହୋଇଥାଏ ।

କିଛି ସମୟ ଚାଲିବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଥାଏ । ମସ୍ତିଷ୍କ ଶାନ୍ତ ରହିଥାଏ । ମନକୁ ମଧ୍ୟ ଶାନ୍ତ ରଖିଥାଏ ।

ନିୟମିତ ରୂପରେ ଚାଲିବା ଦ୍ୱାରା ହୃଦୟ ପାଇଁ ଖୁବ୍‌ ଲାଭଦାୟକ। ଏହା ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ। କୋଲେଷ୍ଟେରୋଲ୍‌ ସ୍ତର କମ୍‌ ହେବାରେ ସହାୟକ ହୋଇଥାଏ। ଫଳରେ ହୃଦୟ ସୁସ୍ଥ ରହିଥାଏ ।

ରାତିରେ କିଛି ସମୟ ଚାଲିବା ଦ୍ୱାରା ଏକ ପ୍ରକାର ହରମୋନ୍‌ କ୍ଷରଣ ହୋଇଥାଏ। ଯାହା ମସ୍ତିଷ୍କକୁ ଶାନ୍ତ ରଖିଥାଏ। ଏହାସହ ଖୁସି ଅନୁଭବ ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button