ଜ୍ୟୋତିଷ

ରବିବାର ଦିନ ଏହି ଭୁଲ୍ କରୁଛନ୍ତି କି ? ରବିବାର ଦିନ କେଉଁ କାମ କରିବା ଉଚିତ ଏବଂ କେଉଁ କାମ କରିବା ଅନୁଚିତ ?

ବନ୍ଧୁଗଣ ରବିବାର ଦିନ ସୂର୍ଯ୍ୟଦେବଙ୍କ ବାର ବୋଲି ମାନା ଯାଇଥାଏ । ହେଲେ ଏହି ଦିନକୁ ଅନେକ ଲୋକ ଛୁଟି ବାର ଭାବି ଛୁଟି ମନେଇବାରେ ବ୍ୟସ୍ତ ରହିଥାନ୍ତି । ହେଲେ ଭଗବାନ ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର । ତେଣୁ ରବିବାର ଦିନ ଯଦି ସକାଳୁ ଶୀଘ୍ର ଉଠି ଆପଣ ସୂର୍ଯ୍ୟଦେବଙ୍କୁ ତମ୍ବାର ଲୋଟାରେ ଜଳ ଅର୍ପଣ କରିବା ସହ ଏହି କିଛି ନିୟମର ପାଳନ କରିବେ, ତେବେ ଆପଣଙ୍କୁ ଅବଶ୍ୟ ସୂର୍ଯ୍ୟଦେବଙ୍କ ଆଶ୍ରୀବାଦ ପ୍ରାପ୍ତ ହେବ ।

1- ରବିବାର ଦିନ କେବେବି ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଅନିଷ୍ଠ ହୋଇଥାଏ । ଯଦି ଆପଣ ଚାହିଁବେ ତେବେ ଏହି ଦିନ ଓସ୍ତ ଗଛ ମୂଳରେ ଘିଅ ଦୀପ ଲଗାଇ ପାରିବେ ଅଥବା ଧୂପ ଦୀପ ଲଗାଇ ପାରିବେ ।

2- ରବିବାର ଦିନ କେବେବି କେଶ କାଟନ୍ତୁ ନାହିଁ ଅଥବା କେଶରେ ତେଲ ଲଗାନ୍ତୁ ନାହିଁ । ଏହା ଅନୁଚିତ ଅଟେ । ଏହା ସହିତ ସୂର୍ଯ୍ୟ ଦେବଙ୍କ ଆଶୀର୍ବାଦ ପ୍ରାପ୍ତି ନିମନ୍ତେ ଆପଣ ସୂର୍ଯ୍ୟଦେବଙ୍କୁ ରାଶି ତେଲ ଅବଶ୍ୟ ଅର୍ପଣ କରନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ଠାରୁ ଆପଣ ମୁକ୍ତି ପାଇ ପାରିବେ ।

3-  ଶାସ୍ତ୍ର ଅନୁସାରେ ରବିବାର ଦିନ ମସୁର ଡାଲି ଖାଇବା ଆଦୋୖ ଉଚିତ ନୁହେଁ । ଏହାକୁ ନକରାତ୍ମକ ବ୍ୟଞ୍ଜନ ଶ୍ରେଣୀରେ ଗଣତି କରାଯାଇଥାଏ । ରବିବାର ସୂର୍ଯ୍ୟ ଦେବଙ୍କ ଦିନ ଅଟେ । ତେଣୁ ସୂର୍ଯ୍ୟ ଦେବଙ୍କ ଉପାସକ ମାନେ ଏହି ଦିନ ମସୁର ଡାଲି ଖାଇବା ଅନୁଚିତ ଅଟେ ।

– ରବିବାର ଦିନ ପିଆଜ ଓ ରସୁଣର ସେବନ କରିବା ଅନୁଚିତ । ଏହା ସହିତ ନାଲି ଶାଗ ମଧ୍ୟ ସେବନ କରିବା ଉଚିତ ନୁହେଁ । କାରଣ ଏହା ଶୀଘ୍ର ଉଠି ଶୀଘ୍ର ନଷ୍ଟ ହୋଇଯାଏ । ତେଣୁ ଅଳ୍ପ ଆୟୁ ଥିବା ଏହି ଶାଗର ସେବନ କରିବା ଅନୁଚିତ ଅଟେ ।

5- ଶାସ୍ତ୍ର ଅନୁସାରେ ଆମିଷର ସେବନକୁ ସମ୍ପୂର୍ଣ୍ଣ ରୂପରେ ଅନୁଚିତ ବୋଲି କୁହାଯାଇଛି । କିନ୍ତୁ ଯେଉଁ ବ୍ୟକ୍ତି ଆମିଷ ଖାଆନ୍ତି, ସେମାନେ ରବିବାର ଦିନ ମାଛର ସେବନ କରନ୍ତୁ ନାହିଁ ।

6- ରବିବାର ଦିନ ସୂର୍ଯ୍ୟଦେବଙ୍କୁ ରାଶି ତେଲ ଅର୍ପଣ କରନ୍ତୁ କିନ୍ତୁ କୌଣସି ଭୋଜନରେ ଏହାର ଉପଯୋଗ ବା ସେବନ କରନ୍ତୁ ନାହିଁ । ଯଦି ଆପଣ ସୁସ୍ଥ ଓ ନିରୋଗ ରହିବାକୁ ଚାହୁଁଛନ୍ତି ତେବେ ରବିବାର ଦିନ ଲୁଣ ଓ ରାଶିତେଲ ଭୋଜନରେ ଉପଯୋଗ କରନ୍ତୁ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button