ରାଜ୍ୟ

ମଧୁଲିନା ଓ ପାଉଲ ବିଧାୟକ ପ୍ରତିନିଧି ନିଯୁକ୍ତ

ଜି. ଉଦୟଗିରି: ଜି ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଜି. ଉଦୟଗିରି ପଞ୍ଚାୟତ ସମିତି ପାଇଁ ପାଉଲ ପ୍ରଧାନ ଓ ଜି. ଉଦୟଗିରି ନଗର ପାଇଁ ମଧୁଲିନା ଦିଗାଲଙ୍କୁ ବିଧାୟକ ପ୍ରତିନିଧି ଭାବେ ନିଯୁକ୍ତି ଦେଇଥିବା ଜଣାପଡିଛି । ଉଭୟ ନିଯୁକ୍ତିପତ୍ର ପାଇବା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ଦେବତା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀଙ୍କୁ ପ୍ରଦାନ କରିଛନ୍ତି।

ବିଧାୟକ ଆସ୍ଥା ପ୍ରକଟ କରି ନିଜ ପ୍ରତିନିଧି ରଖିଥିବାରୁ ଉଭୟେ ତାଙ୍କୁ କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ଦଳୀୟ କର୍ମକର୍ତ୍ତାଙ୍କ ସହଯୋଗରେ ସଙ୍ଗଠନକୁ ସୁଦୃଢ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button